କିଏ ହେବ କଂଗ୍ରେସର ପରବର୍ତ୍ତୀ ମୁଖିଆ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 21, 2022

କିଏ ହେବ କଂଗ୍ରେସର ପରବର୍ତ୍ତୀ ମୁଖିଆ?

ନୂଆଦିଲ୍ଲୀ: କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ? ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା। ନିର୍ବାଚନ ସପ୍ତାହ ପାଖେଇ ଆସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇନାହିଁ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପୁଣି ଥରେ ଅଧ୍ୟକ୍ଷ ହେବାକୁ ପ୍ରସ୍ତୁତ ନୁହଁନ୍ତି। ତାଙ୍କୁ ମନାଇବା ପାଇଁ ସମସ୍ତ ପ୍ରୟାସ ବିଫଳ ହୋଇଛି।

୨୦୧୯ ଲୋକସଭା ନିର୍ବାଚନରେ ​​ପରାଜୟ ପରେ ରାହୁଲ ଗାନ୍ଧି ଦଳର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଏବେ  କଂଗ୍ରେସ ସଦସ୍ୟଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ସେ ତାଙ୍କ ନିଷ୍ପତ୍ତିରେ ଜିଦ୍ ଧରି ବସିଛନ୍ତି। ବର୍ତ୍ତମାନର ଅକ୍ଷୟ ସୋନିଆ ଗାନ୍ଧି ମଧ୍ୟ ସ୍ୱାସ୍ଥ୍ୟଗତ କାରଣରୁ ପୁନର୍ବାର ଅଧ୍ୟକ୍ଷ ହେବାକୁ ମନା କରିଦେଇଛନ୍ତି। ତେବେ ଦଳର ନୂଆ ଅଧ୍ୟକ୍ଷ ଗାନ୍ଧୀ ପରିବାରରୁ ଆସିବେ ନା କେହି ଜଣେ ଅଣ-ଗାନ୍ଧୀ ନେତାଙ୍କୁ ଏହି ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ପଡିବ ତାକୁ ନେଇ  ପ୍ରଶ୍ନ ଉଠିଛି।

ସୂତ୍ରରୁ ପ୍ରକାଶ ଯେ ଏହା ପରେ ୧୩୭ ବର୍ଷ ପୁରୁଣା ଦଳର ଅଧିକାଂଶ ସଦସ୍ୟ ଏହି ପଦ ପାଇଁ ଏବେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଉପରେ ଭରସା କରିଛନ୍ତି।  କେବଳ ଗାନ୍ଧୀ ପରିବାରର ଜଣେ ସଦସ୍ୟ ହିଁ ଦଳକୁ ଭଲ ଭାବରେ ପରିଚାଳନା କରିପାରିବେ ବୋଲି ସେମାନଙ୍କ ବିଶ୍ୱାସ। ଏଥି ସହିତ ଉତ୍ତରପ୍ରଦେଶର ପ୍ରଭାରୀ ଭାବରେ ତାଙ୍କର ଭଲ ପ୍ରଦର୍ଶନ ମଧ୍ୟ ଅନେକ ଲୋକଙ୍କ ମନରେ ରହିଛି।

ସେପଟେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାଁ ଉପରେ ମଧ୍ୟ ଚର୍ଚ୍ଚା ଚାଲିଛି। ଏହାର ଅର୍ଥ ଚଳିତ ବର୍ଷ ଜଣେ ଅଣ-ଗାନ୍ଧୀ ନେତା ନୂତନ କଂଗ୍ରେସ ସଭାପତି ହେବା ସମ୍ଭାବନା ରହିଛି। ସହମତି ଅଭାବରୁ ଶନିବାର ଠାରୁ ଆରମ୍ଭ ହେବାକୁ ଥିବା କଂଗ୍ରେସର ଜାତୀୟ ସଭାପତି ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଉପରେ ଅନିଶ୍ଚିତତାର ମେଘ ଘୁରୁ ବୁଲୁଛି। ତେବେ ଦଳ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ମନ୍ତବ୍ୟ ଦେଇନାହାଁନ୍ତି।

କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କ ବୟାନ ମୁତାବକ, ‘ରାହୁଲ ଗାନ୍ଧି ଏହି ଅଧ୍ୟକ୍ଷ ପଦ ପାଇଁ ଆଗ୍ରହୀ ନୁହନ୍ତି। କିନ୍ତୁ ଆମେ ତାଙ୍କୁ ଦାୟିତ୍ୱ ନେବାକୁ ଅପିଲ କରିଛୁ। ଯଦି ସେ ଏହି ପଦରେ ନ ବସନ୍ତି ତେବେ ଆଉ କାହାକୁ ଏହି ପଦବୀ ଦିଆଯିବ ସେନେଇ ଆମକୁ ଜଣାଇବାକୁ ପଡିବ।’ ସେପଟେ ସେପ୍ଟେମ୍ବର ମାସରୁ ରାହୁଲ କନ୍ୟାକୁମାରୀଠାରୁ  ‘ଭାରତ ଯୋଡ ଯାତ୍ରା’ ବାହାର କରିବାକୁ ପ୍ରସ୍ତୁତ ହେଉଛନ୍ତି।

ବିଶେଷ କଥା ହେଉଛି ଲଗାତର ନିର୍ବାଚନର ପରାଜୟ ପରେ ଓ ବଡ ବଡ ନେତା ଚଳ ଛାଡି ପଳାଇବା ପରେ କଂଗ୍ରେସର ସମସ୍ୟା ବଢ଼ି ଯାଇଛି। ସେହିପରି ଗୁଲାମ ନବି ଆଜାଦଙ୍କ ଭଳି ବରିଷ୍ଠ ନେତାମାନେ ଦଳର ନେତୃତ୍ୱ ଉପରେ ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ ଯଦି ଗାନ୍ଧୀ ପରିବାରର କେହି ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ ନକରନ୍ତି, ତେବେ ଏହା ପ୍ରଥମ ଥର ହେବ ଯେ ୧୯୯୮ ପରେ ଜଣେ ଅଣ-ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ହେବେ। ଶେଷ ଥର ପାଇଁ ୧୯୯୮ରେ ସୀତାରାମ କେସରୀକୁ କଂଗ୍ରେସ ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା।

The post କିଏ ହେବ କଂଗ୍ରେସର ପରବର୍ତ୍ତୀ ମୁଖିଆ? appeared first on Odisha Reporter.



from Odisha Reporter https://ift.tt/EUbKdIW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages