ମୁମ୍ବାଇ: ମହାରାଷ୍ଟ୍ର ଯାତ୍ରାରେ ବାହାରିବେ ଶିବସେନା ବିଧାୟକ ଆଦିତ୍ୟଠାକରେ। ଭୋଟ ପାଇଁ ନୁହଁ। ଲୋକଙ୍କ ଆଶୀର୍ବାଦ ପାଇଁ ସେ ଯାତ୍ରା ଜାରି ରଖିବେ। ଜାତୀସ୍ତର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ଆଦିତ୍ୟ ଠାକରେ। ସେ ଆହୁରି କହିଛନ୍ତି ଯେ, ଦେଶର ଭବିଷ୍ୟତ ଉଜ୍ଜଳ। କିନ୍ତୁ ଅଭିବ୍ୟକ୍ତି କରିବାର ଅଧିକାରକୁ ସଙ୍କୁଚିତ କରି ଦିଆଯାଉଛି। ଏହା କେବଳ ମହାରାଷ୍ଟ୍ରରେ ହେଉ ନାହିଁ ସାରା ଦେଶରେ ଏଭଳି ଘଟୁଛି। ସେ କହିଛନ୍ତି ଯେ , ଭାରତର ଭବିଷ୍ୟତ ଉଜ୍ଜଳ। କିନ୍ତୁ ରାଜନୀତୀ ବଦଳୁଛି। ଜନତାଙ୍କ ସ୍ୱରକୁ ଦବେଇ ଦିଆଯାଉଛି। ଏହା ରାଷ୍ଟ୍ର ପାଇଁ ଏକ ବଡ଼ ସମସ୍ୟା।
ମହାରାଷ୍ଟ୍ରରେ ଯାହା ଘଟୁଛି ତାହା ସାରା ଦେଶ ପାଇଁ ସମସ୍ୟା ହୋଇ ପାରେ। ମହାରାଷ୍ଟ୍ରର ରାଜନୀତି ସମୀକରଣକୁ ନେଇ ଆଦିତ୍ୟଠାକରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏକନାଥ ସିଦ୍ଧେଙ୍କ କ୍ୟାମ୍ପ ବିଦ୍ରୋହ କରିବାର କାରଣ ହେଉଛି ସେମାନେ ବାଲାସାହେବ ଠାକରେଙ୍କ ପୁଅ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁନଥିଲେ। ନିଜ ବାପା ତଥା ଉଦ୍ଧବ ଠାକରେଙ୍କ କ୍ଷମତା ଚାଲିଯିବାର କାରଣ କହିଛନ୍ତି ଆଦିତ୍ୟଠାକରେ। ସେ କହିଛନ୍ତି ଯେ, ଆମେ ଭୁଲ ଲୋକଙ୍କୁ ବିଶ୍ୱାସ କରି ତାର ମୂଲ୍ୟ ଦେଇଛୁ। କିନ୍ତୁ ଆମେ ଲୋକଙ୍କ ପାଇଁ କାର୍ଯ୍ୟ କରିବା ଜାରି ରଖିବୁ। ଯେଉଁମାନେ ବାଲାସାହେବଙ୍କ ନାଁରେ ଭୁଲ କାମ କରୁଛନ୍ତି , ଗୁଣ୍ଡାଗର୍ଦି କରୁଛନ୍ତି ସେମାନେ ପ୍ରକୃତ ବାଲାସାବହେଙ୍କୁ ଶୁଶି ନାହାନ୍ତି କି ଦେଖିନାହାନ୍ତି।
ସେହିପରି ବ୍ୟକ୍ତିଙ୍କ ଏବଂ ତାଙ୍କ କାର୍ଯ୍ୟଧାରା ଆଜିର ରାଜନୀତିରେ କୌଣସି ସ୍ଥାନ ନାହିଁ। ଯଦି ସିନ୍ଧେ ସରକାରଙ୍କ ପାଇଁ ଏହା ଠିକ୍ ତେବେ ମୋର କିଛି କହିବାର ନାହିଁ। ସେହିପରି ପ୍ରଧାନମନ୍ତ୍ରୀଙ୍କ ବିଷୟରେ କିଛି କହିବାକୁ ସେ ମନା କରିଦେଇଥିଲେ। କିନ୍ତୁ ଠାକକରେ ପରିବାର ଗତ ୬ ପିଢ଼ିଧରି ଲୋକମାନଙ୍କ ସେବା କରି ଆସୁଛି ବୋଲି କହିଛନ୍ତି। ଏହାକୁ ଆମେ ଜାରି ରଖିବୁ ବୋଲି ସେ କହିଛନ୍ତି। ମୁଁ ସମଗ୍ର ମହାରାଷ୍ଟ୍ର ଯାତ୍ରା କରିବ। ଲୋକଙ୍କ ଭୋଟ ପାଇଁ ନୁହଁ। ଆଶୀର୍ବାଦ ପାଇଁ ଏହି ଯାତ୍ରା ଅବ୍ୟାହତ ରହିବ ବୋଲି ସେ କହିଛନ୍ତି।
The post ଦେଶର ଭବିଷ୍ୟତ ଉଜ୍ଜଳ, ହେଲେ ସ୍ୱର ଦବେଇ ଦିଆଯାଉଛି: ଆଦିତ୍ୟ ଠାକରେ appeared first on Odisha Reporter.
from Odisha Reporter https://ift.tt/XvAZNO7
No comments:
Post a Comment