୪ ଜିଲ୍ଲାରେ କମୁଛି ପିକ୍‌ ଫ୍ଲଡ୍‌, ହେଲେ ଡରାଇଲାଣି ଲଘୁଚାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 17, 2022

୪ ଜିଲ୍ଲାରେ କମୁଛି ପିକ୍‌ ଫ୍ଲଡ୍‌, ହେଲେ ଡରାଇଲାଣି ଲଘୁଚାପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରପଡ଼ା, ଜଗତସିଂହପୁର, ପୁରୀ ଓ କଟକରେ ପିକ୍ ଫ୍ଲଡ୍‌ କମିବାରେ ଲାଗିଛି  । ଜଳସ୍ତର ବି ଧୀରେ ଧୀରେ ଖସିବାରେ ଲାଗିଛି । ତଥାପି ସମସ୍ତେ ସତର୍କ ରହିବାକୁ  କହିଛନ୍ତି ଏସଆରସି ପ୍ରଦୀପ ଜେନା ।  ମହାନଦୀରେ ଏଯାଏଁ ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି ।  ତେବେ ଘଳିଆ ପଡିଥିବା ସ୍ଥାନକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଥିବା ଏସଆରସି ପ୍ରେସମିଟରେ ସୂଚନା ଦେଇଛନ୍ତି ।

ଧୀରେ ଧୀରେ ସ୍ଥିତି ନିୟନ୍ତ୍ରଣାଧୀନ ହେଉଥିବା ବେଳେ ଦକ୍ଷିଣ ମିଆଁମାର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଉଥିବା ଘୂର୍ଣ୍ଣିବଳୟ ଚିନ୍ତା ବଢ଼ାଇଲାଣି।  ଆସନ୍ତାକାଲି ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ଥିବା  ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଏହା ପ୍ରଭାବରେ ରାଜ୍ୟରେ ଆଜିଠାରୁ ପୁଣି ବର୍ଷା ସମ୍ଭାବନା ଦେଖାଦେଇଛି। ଏହି ବର୍ଷା ୩ ଦିନ ଧରି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଫଳରେ ସ୍ଥିତି ପୁଣି ଥରେ ଅଣାୟତ୍ତ ହେବା ଆଶଙ୍କା ଦେଖାଦେଇଛି।

ସମ୍ଭାବ୍ୟ ଲଘୁଚାପ ନେଇ କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାବାସୀଙ୍କୁ ସତର୍କ କରାଇଛନ୍ତି SRC । ଏହି ସବୁ ଜିଲ୍ଲା ବୈତରଣୀ ନଦୀ ଅବବାହିକାରେ ଆସୁଥିବାରୁ ସତର୍କ  ରହିବାକୁ ପରାମର୍ଶ ଦେଇଛନ୍ତି SRC । ଏହି ଲଗାଣ ବର୍ଷା ୩ ଦିନ ଲାଗି ରହିବା ପରେ ୨୧ରୁ ବର୍ଷା ପରିମାଣ ହ୍ରାସ ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଚଳିତ ବନ୍ୟାରେ ଏଯାଏଁ ୪ ଲକ୍ଷ ୬୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏହି ସଂଖ୍ୟା ଆହୁରି ବଢିପାରେ । ବନ୍ୟାରେ ୧୭୫୭ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ସେଥିରୁ ୪୨୫ ଗାଁ ଜଳଘେରରେ ରହିଛି । ପ୍ରାୟ ୬୦ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଥିବା ଏସଆରସି କହିଛନ୍ତି । ଆଇଏଏସ୍  ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଏବଂ ଜି.ରଘୁଙ୍କୁ କେନ୍ଦ୍ରାପଡା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି  ।

ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ହୀରାକୁଦର ୪୦ ଗେଟ୍ ଖୋଲାରହିବ ଏବଂ ବର୍ଷା ସ୍ଥିତିକୁ ନେଇ ହୀରାକୁଦ ଗେଟ୍ ବନ୍ଦ ନେଇ ବିଚାର କରାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।  ହୀରାକୁଦ ଡ୍ୟାମରୁ ଏବେ ୪୦ଟି ଗେଟ୍ ଜରିଆରେ ଜଳ ନିଷ୍କାସନ ହେଉଛି।

ହୀରାକୁଦ ଡ୍ୟାମର ସର୍ବାଧିକ ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୨୫.୧୦ ଫୁଟ ରହିଛି। ଆଜି ସକାଳେ ହୀରାକୁଦରେ ପ୍ରତି ସେକେଣ୍ଡରେ ୪ ଲକ୍ଷ ୬୬ ହଜାର ୫୭୪ କ୍ୟୁସେକ୍ ଜଳ ପଶୁଛି ଓ ୬ ଲକ୍ଷ ୭୬ ହଜାର ୨୨୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।  ଖଇରମାଳରେ ୮ ଲକ୍ଷ ୭୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ବରମୂଳରେ  ୯ ଲକ୍ଷ ୭ ହଜାର ୫୦୦ କ୍ୟୁସେକ୍ ଜଳ  ଓ  ମୁଣ୍ଡଳିରେ ୧୦ ଲକ୍ଷ ୧୮ ହଜାର ୩୭୨ କ୍ୟୁସେକ୍ ଜଳ ପ୍ରବାହିତ  ହେଉଛି।

ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଥିବା ବେଳେ ବହୁ ଗାଁ ଏବେ ବି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଲୋକଙ୍କ ଘରେ ପାଣି ପଶି ଆସବାବପତ୍ର ଭାସିଯାଇଥିବା ବେଳେ ଜମିରେ ପାଣି ପଶି ଚାଷ ଉଜୁଡ଼ି ଯାଇଛି। ଏପରିସ୍ଥିତିରେ ଲକ୍ଷ ଲକ୍ଷ ଲୋକ ଦୁର୍ବିସହ ଜୀବନ ବଞ୍ଚୁଥିବା ବେଳେ ପୁଣି ଥରେ ହେବାକୁ ଥିବା ବର୍ଷା ସେମାନଙ୍କ ଦୁଃଖ ଓ ସମସ୍ୟାକୁ ଦୁଇଗୁଣ ବଢ଼ାଇବ ବୋଲି ଆଶଙ୍କା ଦେଖାଦେଲାଣି।

The post ୪ ଜିଲ୍ଲାରେ କମୁଛି ପିକ୍‌ ଫ୍ଲଡ୍‌, ହେଲେ ଡରାଇଲାଣି ଲଘୁଚାପ appeared first on Odisha Reporter.



from Odisha Reporter https://ift.tt/ZkG9box

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages