ଏସ୍‌ସିବି ଆଇସିୟୁରେ ପଦ୍ମଶ୍ରୀ କମଳା ପୂଜାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 24, 2022

ଏସ୍‌ସିବି ଆଇସିୟୁରେ ପଦ୍ମଶ୍ରୀ କମଳା ପୂଜାରୀ

କଟକ(ଓଡ଼ିଶା ରିପୋର୍ଟର): କଟକ ବଡ଼ ଡାକ୍ତରଖାନା (ଏସ୍‌ସିବି)ରେ ଭର୍ତ୍ତି ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ। ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ପ୍ରଥମେ କାଜୁଆଲିଟି ଓ ପରେ ସ୍ୱତନ୍ତ୍ର ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର କିଡନୀ ଜନିତ  ସମସ୍ୟା ଥିବାରୁ ଗତକାଲି ଜୟପୁର ମୁଖ୍ୟ ଚିକିତ୍ସାଳୟରୁ କଟକ ସ୍ଥାନାନ୍ତର କରାଯାଇଥିଲା।

ଗତ ୨୧ ତାରିଖରେ କମଳା ପୂଜାରୀ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଝାଡ଼ା ଓ ଜ୍ୱର ହୋଇଥିଲା। ପରିବାର ଲୋକେ ତାଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  ସେଠାରେ ଚିକିତ୍ସାପରେ ଝାଡ଼ା ଓ ଜ୍ୱର କମିଯାଇଥିଲା। ପରେ ଡାକ୍ତର କମଳା ପୂଜାରୀଙ୍କର ରକ୍ତ ଓ ପରିଶ୍ରା ପରୀକ୍ଷା କରିଥିଲେ। ରିପୋର୍ଟରେ ୟୁରିଆ ଓ କ୍ରେଟିନ୍ ଅଧିକ ଆସିଥିଲା।      ଅଧିକ ଚିକିତ୍ସା ପାଇଁ  ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା।

ସୂଚନାଯୋଗ୍ୟ, କୃଷି କ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା।

The post ଏସ୍‌ସିବି ଆଇସିୟୁରେ ପଦ୍ମଶ୍ରୀ କମଳା ପୂଜାରୀ appeared first on Odisha Reporter.



from Odisha Reporter https://ift.tt/14AIPKB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages