କାହା ସହ ମେଣ୍ଟ କରିବେନି ଫାରୁକ ଅବଦୁଲ୍ଲା, ଏକାକୀ ୯୦ ଆସନରେ ଲଢ଼ିବ ନ୍ୟାଶନାଲ କନଫରେନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 24, 2022

କାହା ସହ ମେଣ୍ଟ କରିବେନି ଫାରୁକ ଅବଦୁଲ୍ଲା, ଏକାକୀ ୯୦ ଆସନରେ ଲଢ଼ିବ ନ୍ୟାଶନାଲ କନଫରେନ୍ସ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଫାରୁକ ଅବଦୁଲ୍ଲାଙ୍କ ନ୍ୟାଶନାଲ କନଫରେନ୍ସ(ଏନସି) କାହା ସହ ମେଣ୍ଟ କରିବ ନାହିଁ। ଦଳ ଏକାକୀ ଉପତ୍ୟକାର ସମସ୍ତ ୯୦ଟି ଯାକ ଆସନରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଧାରା ୩୭୦ ଉଚ୍ଛେଦ ପରେ ପିଡିପି ଠାରୁ ଆରମ୍ଭ କରି ଅନ୍ୟ କିଛି ରାଜନୀତିକ ଦଳ ସହ ମିଶି ଏନସି ଗୁପକର ମେଣ୍ଟରେ ଗଠନ କରିଥିଲା। ହେଲେ ଏବେ ଏନସି ଗୁପକର ମେଣ୍ଟରୁ ଓହରି ଯାଇଛି। ଏନସିର ଏପରି ଆଭିମୁଖ୍ୟ ପରେ ଗୁପକର ମେଣ୍ଟ ମଧ୍ୟ ଭାଙ୍ଗି ଯାଇଛି।

ଗୁପକର ମେଣ୍ଟ ସହ ସମସ୍ତ ପ୍ରକାରର ସମ୍ପର୍କଚ୍ଛିନ୍ନ କରିବାକୁ ଏନସିର ନେତାମାନେ ସର୍ବସମ୍ମତିକ୍ରମେ ରାଜି ହୋଇଛନ୍ତି। ଏନେଇ ବୁଧବାର ସନ୍ଧ୍ୟାରେ ଏନସିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଦଳର ସବୁ ନେତା ଗୁପକର ମେଣ୍ଟରୁ ଏନସି ଓହରି ଯିବା ଦରକାର ବୋଲି ମତ ରଖିଥିଲେ। ଏହାପରେ ଏନସି ହାଇକମାଣ୍ଡ ଦଳ ଜମ୍ମୁ-କଶ୍ମୀରର ସମସ୍ତ ୯୦ ଆସନରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଥିଲେ।

ଗୁପକର ମେଣ୍ଟ ୫ ରାଜନୀତିକ ଦଳକୁ ନେଇ ଗଠନ ହୋଇଥିଲା। ଏଥିରେ ଏନସି, ପିଡିପି, ଆୱାମୀ ନ୍ୟାଶନାଲ କନଫରେନ୍ସ, ସିପିଆଇ(ଏମ) ଓ ସିପିଆଇ ରହିଥିଲେ। ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫(ଏ) ହଟିବା ପରେ ଏହି ମେଣ୍ଟ ଗଠନ ହୋଇଥିଲା।

ଜମ୍ମୁ-କଶ୍ମୀରରେ ପୁଣି ଧାରା ୩୭୦ ଲାଗୁ କରିବା ଶପଥ ନେଇ ଏହି ୫ ଦଳ ଏକାଠି ହୋଇଥିଲା। ତେବେ କିଛି ଦିନ ହେବ ଗୁପକର ମେଣ୍ଟରେ ଥିବା ରାଜନୀତିକ ଦଳର ନେତାମାନେ ଏନସିକୁ ଟାର୍ଗେଟ କରୁଥିଲେ। ସେମାନଙ୍କ ବୟାନବାଜୀ ଦିନକୁ ଦିନ ଏନସି ବିରୋଧରେ ଶାଣିତ ହେଉଥିବାରୁ ଦଳ ମେଣ୍ଟରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ଏନସିର ସାଂସଦ ହସନାନି ମାସୋଦି କହିଛନ୍ତି, ନିର୍ବାଚନ ପାଇଁ ଆଦୌ ଗୁପକର ମେଣ୍ଟ ହୋଇ ନଥିଲା। ଆମେ ଆଦର୍ଶଗତ ସମାନତା ଯୋଗୁ ଏକାଠି ହୋଇଥିଲୁ। ମେଣ୍ଟରେ ଥିବା ସବୁ ଦଳ ୨୦୧୯ ଅଗଷ୍ଟ ୫ ନିଷ୍ପତ୍ତିକୁ ବିରୋଧ କରୁଥିଲେ। ସେମାନେ ୨୦୧୯ ଅଗଷ୍ଟ ୪ ଯାଏ ଥିବା ଜମ୍ମୁ-କଶ୍ମୀରର ସ୍ଥିତାବସ୍ଥା ଫେରାଇ ଆଣିବାକୁ ଚାହୁଁଥିଲେ। ନିର୍ବାଚନ ବେଳକୁ ମେଣ୍ଟରେ ଥିବା ସମସ୍ତ ଦଳ ନିଜ ନିଜ ଇଚ୍ଛାରେ ଯୁଆଡ଼େ ଯିବା କଥା ଯାଇ ପାରିବେ। ମେଣ୍ଟରୁ ଅଲଗା ନ ହେବା ପାଇଁ କେହି କାହାକୁ କଥା ଦେଇ ନଥିଲେ ବୋଲି ସେ କହିଛନ୍ତି।

ସେହିପରି ପିଡିପିର ଜଣେ ମୁଖପାତ୍ର ମଧ୍ୟ ସମାନ କଥା କହିଛନ୍ତି।

The post କାହା ସହ ମେଣ୍ଟ କରିବେନି ଫାରୁକ ଅବଦୁଲ୍ଲା, ଏକାକୀ ୯୦ ଆସନରେ ଲଢ଼ିବ ନ୍ୟାଶନାଲ କନଫରେନ୍ସ appeared first on Odisha Reporter.



from Odisha Reporter https://ift.tt/xu8dbps

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages