ଏସିଆ କପ୍‌ ମ୍ୟାଚ୍‌ରେ ଭାରତର ଦମଦାର ବିଜୟ, ଧୂଳି ଚାଟିଲା ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 28, 2022

ଏସିଆ କପ୍‌ ମ୍ୟାଚ୍‌ରେ ଭାରତର ଦମଦାର ବିଜୟ, ଧୂଳି ଚାଟିଲା ପାକିସ୍ତାନ

ଦୁବାଇ: T20 ବିଶ୍ୱକପ୍‌ର ବଦଲା ନେଲା ଭାରତ । ପାକିସ୍ତାନକୁ ଧୂଳି ଚଟାଇ ପୁଣି ନିଜ ନାଁରେ କଲା ରେକର୍ଡ । ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ହାସଲ କଲା ଦମଦାର ବିଜୟ ।

ଗତକାଲି ଦୁବାଇରେ ଖେଳାଯାଇଥିବା ଏସିଆ  କପ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ଗତକାଲିର ମ୍ୟାଚ୍ ଆରମ୍ଭରୁ ଶେଷ ଯାଏ ରୋମାଞ୍ଚରେ ଭରପୁର ଥିଲା । ପରସ୍ଥିତି ଏପରି ହୋଇଥିଲା କି ଶେଷ ଓଭରରେ ମ୍ୟାଚ୍‌ର ଫଳାଫଳ ସାମ୍ନାକୁ ଆସିଥିଲା ।

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଟିମ୍ ଭାରତ ସମ୍ମୁଖରେ ୧୪୮ ରନ୍‌ରେ ଟାର୍ଗେଟ ରଖିଥିଲା । ଏହାର ପିଛା କରୁଥିବା ଟିମ୍ ଇଣ୍ଡିଆ ମାତ୍ର ଗୋଟିଏ ରନ୍‌ରେ ନିଜ ପ୍ରଥମ ୱିକେଟ ହରାଇଥିଲା । ଏହାପରେ କ୍ୟାପଟେନ୍ ରୋହିତ ଶର୍ମା ଓ ମୋଷ୍ଟ ଫେଭରେଟ୍ ବିରାଟ କୋହଲିଙ୍କ ଦମଦାର ପାର୍ଟନରସିପ୍ ଟିମ୍‌କୁ ଅଧା ଟାର୍ଗେଟ ଯାଏଁ ପହଞ୍ଚାଇଥିଲା । ତେବେ ଜାଡେଜା ଓ ସୂର୍ଯ୍ୟକୁମାରଙ୍କ ୱିକେଟ୍ ମ୍ୟାଚ୍‌ର ସସପେନ୍ସକୁ ଅଧିକ ବଢ଼ାଇଥିଲା ।

ଶେଷ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛକା ମ୍ୟାଚ୍‌କୁ ଭାରତ ନାଁରେ କରିଛି । ହାର୍ଦ୍ଦିକ ମାତ୍ର ୧୭ ବଲ୍‌ରେ ୩୩ ରନ୍‌ର ଇନିଂସ୍ ଖେଳି ଟିମ୍‌କୁ  ବିଜୟର ସ୍ୱାଦ ଚଖାଇଛନ୍ତି । ଗତକାଲିର ପ୍ରଦର୍ଶନ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାନ୍ ଅଫ୍ ଦ୍ ମ୍ୟାଚ୍‌ରେ ସମ୍ମାନିତ କରାଯାଇଛି। ଏହାକୁ ମିଶାଇଲେ ଭାରତ ଏସିଆ  କପ୍‌ରେ ମୋଟ୍ ୯ଟି ମ୍ୟାଚ୍‌ରୁ ପାକିସ୍ତାନକୁ ୭ ଥର ମାତ୍ ଦେଇଛି।

The post ଏସିଆ କପ୍‌ ମ୍ୟାଚ୍‌ରେ ଭାରତର ଦମଦାର ବିଜୟ, ଧୂଳି ଚାଟିଲା ପାକିସ୍ତାନ appeared first on Odisha Reporter.



from Odisha Reporter https://ift.tt/poTExU0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages