ଏସ୍‌ଆଇଙ୍କ ମୃତ୍ୟୁ ମାମଲା, ଆଇଆଇସିଙ୍କ ନାଁରେ ଏତଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 27, 2022

ଏସ୍‌ଆଇଙ୍କ ମୃତ୍ୟୁ ମାମଲା, ଆଇଆଇସିଙ୍କ ନାଁରେ ଏତଲା

ବାଲିଗୁଡ଼ା (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନାର ମହିଳା ସବ୍‌ ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ମୃତ୍ୟୁ ମାମଲାରେ ଆଇଆଇସି ରେବତୀ ଶବରଙ୍କ ନାଁରେ ଦିଆଯାଇଛି ଏତଲା। ସ୍ୱାଗତିକାଙ୍କ ପରିବାର ଲୋକେ ଜି ଉଦୟଗିରି ଏସ୍‌ଡିପିଓଙ୍କୁ ଏହି ଏତଲା ଦେଇଛନ୍ତି।

ଗତକାଲି ରାତିରେ ସ୍ୱାଗତିକାଙ୍କ ମା’ ଓ ଭାଇ ଜି. ଉଦୟଗିରି ଏସ୍‌ଡିପିଓଙ୍କୁ ଭେଟି ଥିଲେ। ଆଇଆଇସି ରେବତୀ ଶବର ସେମାନଙ୍କ ଝିଅକୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ସେମାନେ ଅଭିଯୋଗ କରିବା ସହିତ ଏତଲା ଦେଇଥିଲେ।

ସ୍ୱାଗତିକାଙ୍କ ପରିବାର ଲୋକେ କହିଛନ୍ତି ଯେ ଆଇଆଇସି ତାଙ୍କୁ ମାରି ଝୁଲାଇ ଦେଇଛନ୍ତି ନହେଲେ ତାଙ୍କ ନିର୍ଯାତନା ସହି ନପାରି ସେ ଆତ୍ମହତ୍ୟା କରିଛନ୍ତି।

ପରିବାର ଲୋକେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ ସ୍ୱାଗତିକା ୨୦୧୯ରୁ ଜି. ଉଦୟଗିରି ଥାନାରେ ଏସ୍‌ଆଇ ଭାବେ କାର୍ଯ୍ୟରତ ଥିଲେ। ସେ ଏଠାରେ କାର୍ଯ୍ୟରେ ଯୋଗ ଦେବା ଦିନ ଠାରୁ ମାନସିକ ନିର୍ଯାତନା ପାଉଥିଲେ। ଆଇଆଇସି ରେବତୀ ଶବର ସବୁବେଳେ ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିଲେ। ସ୍ୱାଗତିକା ଯେତେବେଳେ ବି ଘରକୁ ଫୋନ୍ କରୁଥିଲେ ସବୁବେଳେ ଆଇଆଇସିଙ୍କ ଅତ୍ୟାଚାର କଥା କହୁଥିଲେ। ଆଇଆଇସିଙ୍କ ନିର୍ଯାତନା ସହି ହେଉ ନଥିବାରୁ ସେ ଚାକିରି ଛାଡ଼ି ଦେବେ ବୋଲି ମଧ୍ୟ କହୁଥିଲେ।

ଘଟଣାର ତଦନ୍ତ କରି ଆଇଆଇସି ରେବତୀ ଶବରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱାଗତିକାଙ୍କ ପରିବାର ଲୋକେ ଦାବି କରିଛନ୍ତି।

ଜି. ଉଦୟଗିରି ଏସ୍‌ଡିପିଓ ଡି. ତିରୁପତି ରାଓ କହିଛନ୍ତି ଯେ ଆଇଆଇସିଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ତଦନ୍ତ କରାଯିବ। ଅନ୍ୟପକ୍ଷରେ ଏହି ଘଟଣା ସଂପର୍କରେ ଆଇଆଇସି ରେବତୀ ଶବରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

The post ଏସ୍‌ଆଇଙ୍କ ମୃତ୍ୟୁ ମାମଲା, ଆଇଆଇସିଙ୍କ ନାଁରେ ଏତଲା appeared first on Odisha Reporter.



from Odisha Reporter https://ift.tt/rmaHTq8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages