ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଫାଇନାଲ୍‌ରେ ଭାରତୀୟ ପୁରୁଷ ହକି ଟିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 7, 2022

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଫାଇନାଲ୍‌ରେ ଭାରତୀୟ ପୁରୁଷ ହକି ଟିମ୍

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଫାଇନାଲ୍‌ରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଦଳ। ଶନିବାର ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ୩-୨ ଗୋଲ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛି ଦଳ। ଏହା ସହିତ ଦେଶ ପାଇଁ ଏକ ପଦକ ପକ୍କା କରିଛି ଦଳ।

ସେମି ଫାଇନାଲ୍ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରାରମ୍ଭରୁ ଦମ୍‌ଦାର ପ୍ରଦର୍ଶନ କରିଥିଲା। ଖେଳ ଆରମ୍ଭ ହେବାର ତୃତୀୟ ମିନିଟ୍‌ରେ ଭାରତକୁ ମିଳିଥିଲା ପ୍ରଥମ ପେନାଲ୍‌ଟି କର୍ଣ୍ଣର। ତେବେ ଏହା ଗୋଲ୍‌ରେ ପରିଣତ ହୋଇପାରି ନଥିଲେ। ଦକ୍ଷିଣ ଆଫ୍ରିକାର ଗୋଲକିପର ଗାୱନ ଜୋନ୍ସ ଚମତ୍କାର ଢଙ୍ଗରେ ବଲ୍‌କୁ ଗୋଲ୍ ପୋଷ୍ଟ ମଧ୍ୟକୁ ଯିବାକୁ ଦେଇ ନଥିଲେ।

ଏହା ପରେ ଭାରତୀୟ ଦଳ ଜୋରଦାର ଆକ୍ରମଣ କରି ଗୋଲ କରିବାକୁ ଆଉ କେତୋଟି ସୁଯୋଗ ପାଇଥିଲା। କିନ୍ତୁ ସବୁଥର ଦକ୍ଷିଣ ଆଫ୍ରିକାର ଗୋଲକିପର ସେଗୁଡ଼ିକୁ ଗୋଲରେ ପରିଣତ ହେବାକୁ ଦେଇ ନଥିଲେ। ଏହିଭଳି ଭାବେ ପ୍ରଥମ କ୍ୱାର୍ଟରଟି ବିନା ଗୋଲରେ ସମାପ୍ତ ହୋଇଥିଲା। କିନ୍ତୁ ଦ୍ୱିତୀୟ କ୍ୱାର୍ଟରରେ ଭାରତ ତା‘ର ଜୋରଦାର ଆଟାକ୍ ବଜାୟ ରଖିଥିବା ବେଳେ କାଉଣ୍ଟର ଆଟାକ୍ କରିଥିଲା ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ଦୁଇଟି ପେନାଲ୍‌ଟି କର୍ଣ୍ଣର ପାଇଥିଲେ ମଧ୍ୟ ସେଗୁଡ଼ିକୁ ଗୋଲ୍‌ ପରିଣତ କରି ପାରି ନଥିଲେ।

ଶେଷରେ ୨୦ତମ ମିନିଟ୍‌ରେ ଭାରତ ପକ୍ଷରୁ ପ୍ରଥମ ଗୋଲ୍ କରିଥିଲେ ଅଭିଷେକ। ଏହା ପରେ ୨୫ତମ ମିନିଟ୍‌ରେ ଭାରତ ଆଉ ଏକ ଗୋଲ କରିବାକୁ ସୁଯୋଗ ପାଇଥିବା ବେଳେ ଦକ୍ଷିଣ ଆଫ୍ରିକାର ଗୋଲକିପର ତାହା ହେବାକୁ ଦେଇ ନଥିଲେ। ତେବେ ୨୮ତମ ମିନିଟ୍‌ରେ ଦକ୍ଷିଣ ଆଫ୍ରିକାକୁ ଆଉ ଏକ ଗୋଲ ଦେଇଥିଲା ଭାରତୀୟ ଦଳ। ଏହି ଗୋଲ ଦେଇଥିଲେ ମନଦୀପ ସିଂହ।

ତୃତୀୟ କ୍ୱାର୍ଟରରେ ଭାରତ ପକ୍ଷରୁ ଗୋଟିଏ ବି ଗୋଲ ହୋଇ ନଥିବା ବେଳେ ଦକ୍ଷିଣ ଆଫ୍ରିକା ଗୋଟିଏ ଗୋଲ ଦେବାରେ ସମର୍ଥ ହୋଇଥିଲା। ୩୩ତମ ମିନିଟ୍‌ରେ ଜୁଲିଅସ୍ ରାନ୍ ପେନାଲ୍‌ଟି କର୍ଣ୍ଣର ଜରିଆରେ ଏହି ଗୋଲ୍ ଦେଇଥିଲେ। ଭାରତ ୨-୧ରେ ଆଗୁଆ ରହିଥିବା ବେଳେ ଚତୁର୍ଥ କ୍ୱାର୍ଟରେ ଦୁଇ ଦଳ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ୫୮ ତମ ମିନିଟ୍‌ରେ ଭାରତ ଆଉ ଗୋଟିଏ ଗୋଲ୍ ଦେବାରେ ସମର୍ଥ ହୋଇଥିଲା। ପେନାଲ୍‌ଟି କର୍ଣ୍ଣରରୁ ଏହି ଗୋଲ୍ ହୋଇଥିଲା। ଯୁଗରାଜ ସିଂହ ଏହି ଗୋଲ୍ ଦେଇଥିଲେ। ତା’ପରେ ପରେ ଅର୍ଥାତ୍ ୫୯ତମ ମିନିଟ୍‌ରେ ଦକ୍ଷିଣ ଆଫ୍ରିକା ଏକ ଗୋଲ୍ ଦେଇଥିଲେ। ତେବେ ଭାରତ ୩-୨ରେ ଆଗୁଆ ରହି ମ୍ୟାଚ୍ ଜିତି ନେଇଥିଲା।

ଆସନ୍ତାକାଲି (୮ ତାରିଖ) ଫାଇନାଲ୍‌ ମ୍ୟାଚ୍ ଖେଳିବ ଭାରତୀୟ ଦଳ। ଏଥିରେ ଦଳ ଅଷ୍ଟ୍ରେଲିଆ କିମ୍ବା ଇଂଲଣ୍ଡକୁ ଭେଟିପାରେ।

The post ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଫାଇନାଲ୍‌ରେ ଭାରତୀୟ ପୁରୁଷ ହକି ଟିମ୍ appeared first on Odisha Reporter.



from Odisha Reporter https://ift.tt/fR825oc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages