ନୂଆଦିଲ୍ଲୀ: ଆମେରିକା କଂଗ୍ରେସ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇଓ୍ୱାନ୍ ଗସ୍ତକୁ ନେଇ ରକ୍ତଚାଉଳ ଚୋବାଉଛି ବେଜିଂ। ଯେଉଁମାନେ ଚାଇନାକୁ ଅପମାନିତ କରିଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଚାଇନା ବୈଦେଶିକ ମନ୍ତ୍ରୀଙ୍କ ଘୋଷଣା ପରେ ଅଧିକ ଘନେଇଛି ଯୁଦ୍ଧ ସ୍ଥିତି । ନୌସେନା ଜାହାଜରୁ ସମୁଦ୍ର ଭିତରକୁ ଘନ ଘନ କ୍ଷେପଣାସ୍ତ୍ର ବି ମାଡ କରୁଛି ଡ୍ରାଗନ୍ ସେନା। ଅଦ୍ୟାବଧି ତାଇଓ୍ୱାନ୍ ଚାରିପାଖେ ୬ଟି ସ୍ଥାନରେ ଚାଲିଛି ଚୀନର ସମରାଭ୍ୟାସ । ଅନ୍ୟପଟେ ୭ ଶିଳ୍ପ ସମୃଦ୍ଧ ଦେଶଙ୍କୁ ନେଇ ଗଠିତ ଜି-୭, ଚୀନ୍ର ଏଭଳି ସମରାଭ୍ୟାସକୁ ନାପସନ୍ଦ କରିଛି । ଆମେରିକା କଂଗ୍ରେସ ବାଚସ୍ପତି ନାନ୍ସି ପେଲୋସିଙ୍କ ଗସ୍ତକୁ ବିରୋଧ ଆଳରେ ଏଭଳି ସାମରିକ କାର୍ଯ୍ୟକଳାପ ଗ୍ରହଣୀୟ ନୁହେଁ ବୋଲି କୁହାଯାଇଛି । ତେବେ ସମରାଭ୍ୟାସ ଯଥାର୍ଥ ଓ ଏହାର ଆବଶ୍ୟକତା ରହିଥିବା କହିଛି ବେଜିଂ ।
ତାସହ ଉତ୍ତେଜନା ସୃଷ୍ଟି ପଛରେ ଆମେରିକାକୁ ଦାୟୀ କରିଛି । ଏମିତିକି ଯେଉଁମାନେ ଚାଇନାକୁ ଅପମାନିତ କରିଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଘୋଷଣା କରିଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ ଓ୍ୱି । ସେପଟେ ଚାଇନାର ସମରାଭ୍ୟାସ ଉପରେ ତୀକ୍ଷ୍ମ ନଜର ରଖାଯାଇଥିବା କହିଛି ତାଇଓ୍ୱାନ୍ ପ୍ରତିରକ୍ଷା ବିଭାଗ । ତାଇଓ୍ୱାନ୍ର ପୂର୍ବ ଫିଲିପାଇ୍ନସ ସାଗରରେ ମୁତୟନ ହୋଇଛି ଆମେରିକା ନୌସେନାର ବିଶାଳକାୟ ଏୟାରକ୍ରାଫ୍ଟ କ୍ୟାରିୟର ଜାହାଜ ୟୁଏସଏସ୍ ରୋନାଲ୍ଡ ରେଗାନ। ଚାଇନା ସେନା କ୍ଷେପଣାସ୍ତ୍ର ମାଡ଼ କରୁଥିବାରୁ ବହୁ ଦେଶ ତାଇଓ୍ୱାନ୍ ବାୟୁସୀମା ଦେଇ ବିମାନ ଚଳାଚଳ ବନ୍ଦ ରଖିଛନ୍ତି।
The post ଘନଉଛି ତାଇୱାନ୍-ଚାଇନା ଯୁଦ୍ଧ ପରିସ୍ଥିତି: ଆମେରିକାକୁ ଦାୟୀ କଲା ଡ୍ରାଗନ appeared first on Odisha Reporter.
from Odisha Reporter https://ift.tt/zkbAwrf
No comments:
Post a Comment