କୁଳ ଲଙ୍ଘିଲା ଧନୁଆ ନଦୀ, ବାଘମାରିରେ ବୁଡ଼ିଲା ଏନଏଚ୍‌; ନିମାପଡ଼ା-ଭୁବନେଶ୍ୱର ଯୋଗାଯୋଗ ଠପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 16, 2022

କୁଳ ଲଙ୍ଘିଲା ଧନୁଆ ନଦୀ, ବାଘମାରିରେ ବୁଡ଼ିଲା ଏନଏଚ୍‌; ନିମାପଡ଼ା-ଭୁବନେଶ୍ୱର ଯୋଗାଯୋଗ ଠପ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବନ୍ୟା ପରିସ୍ଥିତି ଉଦବେଗଜନକ ଥିବା ବେଳେ କୁଳ ଲଘୁଂଛି ଗୋଟିଏ ପରେ ଗୋଟିଏ ନଦୀ। ଗତକାଲି ରାତିରେ ଧନୁଆ ନଦୀ କୂଳ ଲଙ୍ଘିବାରୁ ନିମାପଡ଼ା-ଭୁବନେଶ୍ୱର ମୁଖ୍ୟ ରାସ୍ତା ଉପରେ ପ୍ରବାହିତ ହେଉଛି ବନ୍ୟାପାଣି । ଫଳରେ ନିମାପଡ଼ା-ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି  ।

ଧନୁଆ ନଦୀ କୂଳ ଲଙ୍ଘିବାରୁ ଗରପଦାଠାରେ ରାସ୍ତାରେ ୨ ଫୁଟ୍‌ ଉଚ୍ଚର ପାଣି ପ୍ରବାହିତ ହେଉଛି।  ଏହାବାଦ ଧନୁଆ ଛକ ରାସ୍ତା ଉପରେ ୩ ଫୁଟ୍ ପାଣି ପାଇଁ ପ୍ରବାହିତ ହୋଇଛି । ବଳଙ୍ଗା-ନିମାପଡ଼ା ମୁଖ୍ୟ ରାସ୍ତାର ଧନୁଆ ଛକରେ ବି ପାଣି ଚାଲିବାରୁ ଗମନାଗମନ ବନ୍ଦ ହୋଇଯାଇଛି ।

ସେହିପରି ବାଘମାରିରେ ବନ୍ୟା ଜଳ ପ୍ରବାହିତ ହୋଇ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ-୫୭ ବାଘମାରିଠାରେ ବୁଡ଼ିଯାଇଛି । ମହାନଦୀର ଶାଖା ନଦୀ ରଣ ନଦୀର ପାଣି ରାସ୍ତା ଉପରେ ପ୍ରାୟ  ଦେଢ଼ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି । ତେଣୁ ଯାତାୟାତ ବାଧାପ୍ରାପ୍ତ ହୋଇପଡ଼ିଛି । ଅଟ୍ରି ଉଷ୍ଣ ପ୍ରସବଣ ଭିତରେ ବି ୫ ଫୁଟ୍‌ର ବନ୍ୟାଜଳ ପଶିଛି ।

ବନ୍ୟା ଜଳ ବଢ଼ୁଥିବାରୁ କେଉଁଠି ଘାଇ ହେଉଛି ତ କେଉଁଠି ରାସ୍ତା ଉପରେ ଲହଡ଼ି ମାଡ଼ୁଛି ପାଣି। ଫଳରେ ଲୋକଙ୍କ ମନରେ ଛନକା ପଶୁଥିବା ବେଳେ ରାତି ରାତି ରାତି ଘାଇ ପାଖରେ ଜଗି ରହୁଛନ୍ତି।ତେବେ କୌଣସି ସରକାରୀ ଅଧିକାରୀଙ୍କ ଦେଖା ନ ଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।

The post କୁଳ ଲଙ୍ଘିଲା ଧନୁଆ ନଦୀ, ବାଘମାରିରେ ବୁଡ଼ିଲା ଏନଏଚ୍‌; ନିମାପଡ଼ା-ଭୁବନେଶ୍ୱର ଯୋଗାଯୋଗ ଠପ୍‌ appeared first on Odisha Reporter.



from Odisha Reporter https://ift.tt/gFZhEP0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages