କୁଶଭଦ୍ରା ନଦୀରେ ୨୫ ଫୁଟ୍‌ର ଘାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 16, 2022

କୁଶଭଦ୍ରା ନଦୀରେ ୨୫ ଫୁଟ୍‌ର ଘାଇ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲାର କୋଣାର୍କ, ନିମାପଡ଼ା ଓ ଗୋପ ବ୍ଲକରେ ବନ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ଗୋପ ବ୍ଲକର ଗଣେଶ୍ୱର ପଞ୍ଚାୟତ ଖଣ୍ଡିଆକୁଦରେ କୁଶଭଦ୍ରା ନଦୀରେ ୨୫ ଫୁଟ୍ ଲମ୍ବର ଘାଇ ସୃଷ୍ଟି ହୋଇଛି। ଫଳରେ ଗଣେଶ୍ୱରପୁର, ନାଗପୁର, ବେଦପୁର, ଅଣ୍ଢରା, ରାହାଁଗୋରଡ଼ା ଓ ଡଭାର ପଞ୍ଚାୟତର ଶତାଧିକ ଗାଁ ଜଳମଗ୍ନ ହୋଇଛି।      ଗାଁରେ ବନ୍ୟା ପାଣି ପଶିଯିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ସେହିପରି ନିମାପଡ଼ାରେ ଧନୁଆ ନଦୀ କୂଳ ଲଙ୍ଘିଛି। ନଦୀ କୂଳ ଲଙ୍ଘିବାରୁ ନିମାପଡ଼ା-ଭୁବନେଶ୍ୱର ମୁଖ୍ୟ ରାସ୍ତା ଗରପଦାଠାରେ ୨ ଫୁଟର ପାଣି ଚାଲିଛି। ଫଳରେ ନିମାପଡ଼ା-ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି। ସେହିପରି ବଳଙ୍ଗା-ନିମାପଡ଼ା ମୁଖ୍ୟ ରାସ୍ତାର ଧନୁଆଛକରେ ବନ୍ୟା ପାଣି ଚାଲୁଥିବାରୁ ଗମନାଗମନ ବନ୍ଦ ହୋଇଯାଇଛି।  ଧନୁଆ ଛକ ରାସ୍ତା ଉପରେ  ମଧ୍ୟ ୩ ଫୁଟ୍ ପାଣି ପାଇଁ ପ୍ରବାହିତ ହୋଇଛି।

ଧନୁଆ ନଦୀ କୂଳ ଲଙ୍ଘିଥିବାରୁ ନିମାପଡ଼ା ଓ ଗୋପ ବ୍ଲକର ୧୮ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ନିମାପଡା ବ୍ଲକ ବଡ଼ମାଛପୁର ପଞ୍ଚାୟତର ଦକ୍ଷିଣ ମହଲା ସମେତ ୭ଟି ବସ୍ତି ଜଳମଗ୍ନ ହୋଇଛି। ସେହିପରି ହଜାର ହଜାର ହେକ୍ଟର  ହେର ଚାଷଜମି ପାଣିରେ ବୁଡ଼ି ରହିଛି ।

The post କୁଶଭଦ୍ରା ନଦୀରେ ୨୫ ଫୁଟ୍‌ର ଘାଇ appeared first on Odisha Reporter.



from Odisha Reporter https://ift.tt/v8SN3Ig

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages