୨ ଦିନ ହେଲା ନିଖୋଜ ଯୁବକଙ୍କ ପତ୍ତା ମିଳୁନି, ଡେରଜାଙ୍ଗ ପ୍ରକଳ୍ପରେ ଭାସୁଛି ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 8, 2022

୨ ଦିନ ହେଲା ନିଖୋଜ ଯୁବକଙ୍କ ପତ୍ତା ମିଳୁନି, ଡେରଜାଙ୍ଗ ପ୍ରକଳ୍ପରେ ଭାସୁଛି ମୃତଦେହ

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଡେରଜାଙ୍ଗ ଜଳସେଚନ ପ୍ରକଳ୍ପରେ ଆଜି ଏକ ମୃତଦେହ ଭାସମାନ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ଗତ ରବିବାରଠୁ ପ୍ରକଳ୍ପକୁ ବୁଲିବାକୁ ଯାଇ ଜଣେ ଯୁବକ ନିଖୋଜ ଥିବା ବେଳେ ଏହି ମୃତଦେହଟି ତାଙ୍କର ନା ଆଉ କାହାର ତାହା ସ୍ପଷ୍ଟ ହୋଇପାରୁନି।

ନାଲକୋ ଅଞ୍ଚଳର ବିଧାନଶୁଂ ହୋତା ନାମକ ୨୫ ବର୍ଷୀୟ ଯୁବକ ଗତ ରବିବାର ନିଜ ସାଙ୍ଗମାନଙ୍କ ସହ ଡେରଜାଙ୍ଗ ଜଳସେଚନ ପ୍ରକଳ୍ପ ବୁଲି ଯାଇଥିଲେ। ସେଠାରେ ସେମାନେ ଜଳ ଭଣ୍ଡାରକୁ ଗାଧୋଇବାକୁ ଯାଇଥିବା ବେଳେ ଯୁବକଜଣକ ପାଣିରେ ବୁଡ଼ି ଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ମିଳି ପାରିନଥିଲା।

ଓଡ୍ରାଫ ସହ ଅଗ୍ନିଶମ  ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ବିଧାନଶୁଂଙ୍କୁ ଠାବ କରାଯାଇ ପାରିନଥିଲା । ଆଜି ଓଡ୍ରାଫ ଟିମ୍‌ ପହଞ୍ଚି ମୃତଦେହ ଉଦ୍ଧାର ପରେ ତାହା କାହାର ସ୍ପଷ୍ଟ ହୋଇପାରିବ ।

ନିଖୋଜ  ବିଧାନଶୁଂ ବାଙ୍ଗାଲୋର ଏକ ଆଇଟି କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିବା ବେଳେ କିଛି ଦିନ ହେବ ଘରୁ କାମ କରୁଥିଲେ। ତାଙ୍କ ବାପା ନାଲକୋର ଡିଜିଏମ୍‌ ଭାବେ ଅବସର ଗ୍ରହଣ କରିଥିବା ବେଳେ ମା’ ନାଲୋକ ଡିପିଏସ୍‌ ସ୍କୁଲ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ।

The post ୨ ଦିନ ହେଲା ନିଖୋଜ ଯୁବକଙ୍କ ପତ୍ତା ମିଳୁନି, ଡେରଜାଙ୍ଗ ପ୍ରକଳ୍ପରେ ଭାସୁଛି ମୃତଦେହ appeared first on Odisha Reporter.



from Odisha Reporter https://ift.tt/Lx7ZC8F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages