୧୧ରୁ ଯୁକ୍ତ ୩ ପାଇଁ ନାମଲେଖା ଆବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 8, 2022

୧୧ରୁ ଯୁକ୍ତ ୩ ପାଇଁ ନାମଲେଖା ଆବେଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟ ୧୧ ତାରିଖରୁ ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ଆବେଦନ କରି ପାରିବେ ଛାତ୍ରଛାତ୍ରୀ। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୧ରୁ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ୧୧ର ତାରିଖ ଦିନ ୧୧ଟା ଠାରୁ www.samsodisha. gov. in ରେ ଅନ୍‌ଲାଇନ୍ ଆବେଦନ ଫର୍ମ ଉପଲବ୍ଧ ହେବ। ଆବେଦନ କରିବାର ଶେଷ ତାରିଖ ରହିଛି ଅଗଷ୍ଟ ୨୫। ଅଗଷ୍ଟ ୨୫ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।

ଅଗଷ୍ଟ ୩୧ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବ। ସେମାନଙ୍କର ଆଡ୍‌ମିଶନ ପ୍ରକ୍ରିୟା ସେପ୍ଟେମ୍ବର ୨ରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ସେପ୍ଟେମ୍ବର ୧୧ରେ ୨ୟ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଏଥିରେ ଯେଉଁ ଛାତ୍ରଛାତ୍ରୀଙ୍କ ନାଁ ଥିବ ସେମାନଙ୍କ ନାମଲେଖା ସେପ୍ଟେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ସିଟ୍ ଖାଲି ପଡ଼ିଲେ ସେପ୍ଟେମ୍ବର ୧୬ ତାରିଖରେ ସେ ସଂପର୍କିତ ସୂଚନା ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ।

ଏହା ମଧ୍ୟରେ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳାର ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ଜୁଲାଇ ୨୭ ତାରିଖରେ ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋମବାର (ଗତକାଲି) କଳାର ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୯୪% ରହିଥିବା ବେଳେ ବାଣିଜ୍ୟରେ ୮୯% ଓ କଳାରେ ୮୨.୧୦% ରହିଛି।

 

The post ୧୧ରୁ ଯୁକ୍ତ ୩ ପାଇଁ ନାମଲେଖା ଆବେଦନ appeared first on Odisha Reporter.



from Odisha Reporter https://ift.tt/Rrv49gc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages