ପାକିସ୍ତାନର ଆତ୍ମଘାତୀ ହମଲା ଷଡ଼ଯନ୍ତ୍ର ପଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 21, 2022

ପାକିସ୍ତାନର ଆତ୍ମଘାତୀ ହମଲା ଷଡ଼ଯନ୍ତ୍ର ପଣ୍ଡ

ଜମ୍ମୁ: ପୁଣିଥରେ ପାକିସ୍ତାନର ଆତଙ୍କୀ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି ଭାରତୀୟ ସେନା। ଭାରତରେ ପଶି ଆତ୍ମଘାତୀ ହମଲା କରିବାକୁ ଲକ୍ଷ୍ୟ ରଖିଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଆହତ ହୋଇଛି। ରବିବାର ଜମ୍ମୁ-କଶ୍ମୀରର ରଜୌରୀ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଏପରି ଅନୁପ୍ରବେଶ ଉଦ୍ୟମ ହୋଇଥିଲା।

ହେଲେ ସୀମାରେ ମୁତୟନ ସୁରକ୍ଷାକର୍ମୀମାନେ ପାକିସ୍ତାନର ଏହି ଯୋଜନାକୁ ପଣ୍ଡ କରି ଦେଇଛନ୍ତି। ଏହାପୂର୍ବରୁ ଅର୍ଥାତ ପ୍ରାୟ ୧୦ ଦିନ ତଳେ ରଜୌରୀରେ ଥିବା ସେନା କ୍ୟାମ୍ପରେ ମଧ୍ୟ ଆତ୍ମଘାତୀ ଆତଙ୍କୀ ହମଲାର ଯୋଜନା ହୋଇଥିଲା। ଏଥିରେ ୨ ଜଣ ଯବାନ ଓ ଜଣେ ସେନା ଅଧିକାରୀ ସହିଦ ହୋଇଥିଲେ। ସେହିପରି ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କୀ ଜଣକ ବି ପ୍ରାଣ ହରାଇଥିଲା।

ରବିବାର ପାକ୍‌ ଷଡ଼ଯନ୍ତ୍ର ସମ୍ପର୍କରେ ଭାରତୀୟ ସେନା କହିଛି ଯେ ତାବରକ ହୁସେନ ନାମକ ଜଣେ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଆହତ ହୋଇଛି। ୨୦୧୬ରେ ହୁସେନ ଓ ତା’ ଭାଇକୁ ଗିରଫ କରାଯାଇଥିଲା। ସେମାନେ ୨୬ ମାସ ଜେଲରେ ରହିବା ପରେ ପଞ୍ଜାବର ୱାଘା ସୀମାନ୍ତରେ ଉଭୟଙ୍କୁ ପାକିସ୍ତାନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା।

ହେଲେ ଏବେ ହୁସେନ ପୁଣିଥରେ ପାକିସ୍ତାନ ସୀମାନ୍ତ ଦେଇ ଭାରତରେ ହମଲା କରିବାକୁ ଯୋଜନା କରିଥିଲା। କିନ୍ତୁ ରଜୌରୀର ନୌଶେରା ସେକ୍ଟରର ଝାଙ୍ଗେର ବେଲ୍ଟ ନିକଟରେ ସେ ସୁରକ୍ଷାକର୍ମୀଙ୍କ ଗୁଳିରେ ଆହତ ହୋଇଛି। ତା’ ଦେହରେ ଗୁଳିମାଡ଼ ହେବା ପରେ ସେ ଚିତ୍କାର କରିଥିଲା। ସେ କହିଥିଲା ଯେ ମୁଁ ମାରିବାକୁ ଆସିଥିଲି। ମୋତେ ଧୋକା ଦେଇ ଦେଲେ। ଭାଇଜାନ ମୋତେ ଏଠାରୁ ବାହାର କର।

ହୁସେନ ୨ ବର୍ଷ ଧରି ପାକିସ୍ତାନ ଗୁଇନ୍ଦା ସଂସ୍ଥା ପାଇଁ କାମ କରିଥିଲା। ଏଲଓସି ନିକଟରେ ଥିବା ଭିମ୍ବେର ସ୍ଥିତ ଲସ୍କର-ଇ-ତାଏବା କ୍ୟାମ୍ପରେ ସେ ଆତଙ୍କୀଙ୍କ ଗାଇଡ ପାଇଁ ୬ ମାସ ତାଲିମ ମଧ୍ୟ ନେଇଥିଲା। ଏବେ ସେ ଆହତ ହୋଇ ଭାରତୀୟ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଛି। ତାକୁ ରଜୌରୀ ସ୍ଥିତି ଆର୍ମି ହସ୍ପିଟାଲରେ ଚିକିତ୍ସା ଯୋଗାଇ ଦିଆଯାଇଛି।

ଚିକିତ୍ସା ବେଳେ ଜଣାପଡ଼ିଛି ଯେ ହୁସେନ ମୁଣ୍ଡ ଠାରୁ ପାଦ ଯାଏ ସେଭିଂ କରିଛି। ସାଧାରଣତଃ ଆତ୍ମଘାତୀ ହମଲା କରିବାକୁ ଯୋଜନା କରୁଥିବା ଆତଙ୍କବାଦୀମାନେ ଏଭଳି ସେଭିଂ କରନ୍ତି। ତେଣୁ ହୁସେନ ମଧ୍ୟ ଆତ୍ମଘାତୀ ହମଲା କରିବାକୁ ଆସିଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି। ସେ ସୁସ୍ଥ ହେବା ପରେ ତାକୁ ଜେରା କରାଯିବ ବୋଲି ଜଣାପଡ଼ିଛି।

The post ପାକିସ୍ତାନର ଆତ୍ମଘାତୀ ହମଲା ଷଡ଼ଯନ୍ତ୍ର ପଣ୍ଡ appeared first on Odisha Reporter.



from Odisha Reporter https://ift.tt/HYVSfir

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages