ବିଡ଼ି ଟାଣିବାକୁ ନ ଦେବାରୁ ଯୁବକଙ୍କୁ ମାରିଦେଲେ ଦୁଇ ଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 10, 2022

ବିଡ଼ି ଟାଣିବାକୁ ନ ଦେବାରୁ ଯୁବକଙ୍କୁ ମାରିଦେଲେ ଦୁଇ ଭାଇ

ନୂଆଦିଲ୍ଲୀ: ବିଡ଼ି ପାଇଁ ଯାଇଛି ଜଣେ ୨୫ ବର୍ଷୀୟ ଯୁବକଙ୍କ ଜୀବନ। ଯୁବକ ଜଣଙ୍କ ବିଡ଼ି ଟାଣିବାକୁ ନ ଦେବାରୁ ତାଙ୍କୁ ଛୁରୀ ଭୁଷି ହତ୍ୟା କରିଛନ୍ତି ଦୁଇ ଭାଇ। ଦେଶର ରାଜଧାନୀ ଦିଲ୍ଲୀର ଦରିୟାଗଞ୍ଜ ଅଞ୍ଚଳରେ ଏପରି ଘଟଣା ଘଟିଛି। ଏହି ଘଟଣାରେ ପୁଲିସ୍‌ ଦୁଇ ଅଭିଯୁକ୍ତ ଭାଇଙ୍କୁ ଗିରଫ କରିଛି। ଗିରଫ ଦୁଇ ଭାଇ ହେଲେ ଶିବମ ଓ ମୋହିତ।

ଉଭୟ ଜରି ଗୋଟାଳି ଭାବେ କାମ କରୁଥିଲେ ଓ କେନ୍ଦ୍ରୀୟ ଦିଲ୍ଲୀରେ ରହୁଥିଲେ। ସେହିପରି ସେମାନେ ଡ୍ରଗ୍ସ ସେବନ କରୁଥିଲେ ବୋଲି ପୁଲିସ୍‌ କହିଛି। ପ୍ରାଣ ହରାଇଥିବା ଯୁବକଙ୍କ ପରିଚୟ ମିଳିନାହିଁ। କିନ୍ତୁ ସେ ମଧ୍ୟ ଶିବମ ଓ ମୋହିତ ଭଳି ଜରି ଗୋଟାଳି ଭାବେ କାମ କରୁଥିବା ଜଣାପଡ଼ିଛି।

ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ ଆସିବା ପରେ ଗୋଟିଏ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ଯୁବକ ରାସ୍ତାରେ ପଡ଼ିଥିବା ପୁଲିସ୍‌ ଦେଖିବାକୁ ପାଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲେ ବି ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଡିସିପି ଶ୍ୱେତା ଚୌହ୍ୱାନ କହିଛନ୍ତି, ସିସିଟିଭିରୁ ଜଣାପଡ଼ିଥିଲା ଯେ ଅପରାଧ ଘଟିଥିବା ସ୍ଥାନରେ ଦୁଇ ଜଣ ସନ୍ଦିଗ୍ଧ ଯୁବକ ରହିଥିଲେ। ଏହାକୁ ଆଧାର କରି ପୁଲିସ୍‌ ପକ୍ଷରୁ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକାଧିକ ଟିମ ଗଠନ କରାଯାଇଥିଲା। ୫୦ରୁ ଅଧିକ ଲୋକଙ୍କୁ ପଚରାଉଚରା ଓ ଅନେକ ସ୍ଥାନରେ ରେଡ୍‌ କରାଯିବା ପରେ ଦୁଇ ଅଭିଯୁକ୍ତ ଠିକଣା ମିଳିଥିଲା।

ଶେଷରେ ଦୁଇ ଅଭିଯୁକ୍ତଙ୍କୁ ଦିଲ୍ଲୀ ଗେଟ୍‌ ନିକଟରୁ ଗିରଫ କରାଯାଇଛି। ଦୁଇ ଅଭିଯୁକ୍ତ ଶିବମ ଓ ମୋହିତ ପ୍ରଥମେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଥିଲେ। ହେଲେ ପୁଲିସ୍‌ର ଘନଘନ ଜେରା ବେଳେ ସେମାନେ ସବୁ ସତ ମାନିଛନ୍ତି। ଦୁଇ ଭାଇ ଦିଲ୍ଲୀର ବିଭିନ୍ନ ପ୍ରାନ୍ତରୁ ଜରି ଓ ପ୍ଲାଷ୍ଟିକ ଗୋଟାଇବା କାମ କରୁଥିଲେ।

ସୋମବାର ଅପରାହ୍ନ ପ୍ରାୟ ୨ଟାରୁ ୨.୧୫ ମଧ୍ୟରେ ସେମାନେ ଦିଲ୍ଲୀ ଗେଟ ନିକଟରୁ ଜାରି ଗୋଟାଉ ଥିଲେ। ଏହି ସମୟରେ ୨୫ ବର୍ଷୀୟ ଯୁବକ ସେଠାରେ ପହଞ୍ଚିଥିଲେ। ସେ ମଧ୍ୟ ସେଠାରୁ ଜରି ଗୋଟାଇବାରେ ଲାଗିଥିଲେ। ସମସ୍ତେ ଜରି ଗୋଟାଉ ଥିବା ବେଳେ ମୋହିତ ଓ ଶିବମ ଯୁବକଙ୍କୁ ଖଣ୍ଡେ ବିଡ଼ି ମାଗିଥିଲେ।

ହେଲେ ସେ ମନା କରି ଦେଇଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ମାରପିଟ ଯାଏ ମଧ୍ୟ କଥା ଯାଇଥିଲା। ଯୁବକ ଜଣଙ୍କ ଦୁଇ ଭାଇଙ୍କୁ ଗାଳି ଗୁଲଜ କରିବା ସହ ଚାପୁଡ଼ା ମଧ୍ୟ ମାରିଥିଲେ। ଘଟଣା ପରେ ଦୁଇ ଭାଇ ଘଟଣାସ୍ଥଳରୁ ଚାଲି ଯାଇଥିଲେ।

ହେଲେ କିଛି ସମୟ ପରେ ପୁଣି ଦିଲ୍ଲୀ ଗେଟ୍‌ ନିକଟକୁ ଆସିଥିଲେ। ସେମାନେ ଉକ୍ତ ଯୁବକଙ୍କ ପିଛା କରିବା ସହ ନିଛାଟିଆ ସ୍ଥାନ ଦେଖି ଆକ୍ରମଣ କରିଥିଲେ। ମୋହିତ ଯୁବକଙ୍କ ହାତକୁ ଜାବୁଡ଼ି ଧରିଥିବା ବେଳେ ଶିବମ ତାଙ୍କ ଛାତିରେ ଛୁରୀ ଭୁଷି ଦେଇଥିଲା।

ଛୁରୀ ମାଡ଼ରେ ଯୁବକ ଜଣଙ୍କ ତଳେ ପଡ଼ି ଯିବାରୁ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ବୋଲି ଡିସିପି ଶ୍ୱେତା କହିଛନ୍ତି। ଏବେ ପୁଲିସ୍‌ ଦୁଇ ଅଭିଯୁକ୍ତ ଭାଇ ଅନ୍ୟ କୌଣସି ଅପରାଧରେ ସାମିଲ ଥିଲେ କି ନାହିଁ, ତା’ର ତଦନ୍ତ କରୁଛି।

The post ବିଡ଼ି ଟାଣିବାକୁ ନ ଦେବାରୁ ଯୁବକଙ୍କୁ ମାରିଦେଲେ ଦୁଇ ଭାଇ appeared first on Odisha Reporter.



from Odisha Reporter https://ift.tt/CmBxuOL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages