ଗୃହ ବିଭାଗ ନିଜ ପାଖରେ ରଖିବେ ନୀତୀଶ, ବିଜେପିର ବିଭାଗ ଆରଜେଡି ପାଖକୁ ଯିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 10, 2022

ଗୃହ ବିଭାଗ ନିଜ ପାଖରେ ରଖିବେ ନୀତୀଶ, ବିଜେପିର ବିଭାଗ ଆରଜେଡି ପାଖକୁ ଯିବ

ପାଟନା: ସମସ୍ତଙ୍କୁ ଚକମା ଦେଇ ୮ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ବିଜେପି ହାତ ଛାଡ଼ି ନୀତୀଶ କୁମାରଙ୍କ ଜେଡିୟୁ ଏବେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ସହ ମେଣ୍ଟ କରିଛି। ନୀତୀଶ କୁମାରଙ୍କ ମହାଗଠବନ୍ଧନରେ ଜେଡିୟୁ, ଆରଜେଡି ଓ କଂଗ୍ରେସ ସମେତ ୭ଟି ରାଜନୀତିକ ଦଳ ରହିଛନ୍ତି।

ବୁଧବାର ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଓ ଆରଜେଡି ନେତା ତେଜସ୍ୱୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ହେଲେ ନୀତୀଶଙ୍କ ମନ୍ତ୍ରିମଣ୍ଡଳ ଗଠନ ହୋଇନି। ବିଧାନସଭାରେ ଆସ୍ଥା ଭୋଟ ପରେ ମନ୍ତ୍ରିମଣ୍ଡଳ ଗଠନ କରାଯିବ ବୋଲି ଜେଡିୟୁ ସୂତ୍ରରୁ ଜଣାପଡ଼ିଛି।

ଆସ୍ଥା ଭୋଟ ପୂର୍ବରୁ ବିଧାନସଭାରେ ନୂଆ ବାଚସ୍ପତି ଚୟନ ହେବେ। ସେ ବିଜେପିର ବିଜୟ କୁମାର ସିହ୍ନାଙ୍କ ସ୍ଥାନରେ ଗୃହ ପରିଚାଳନା କରିବେ। ନିକଟରେ ନୀତୀଶ କୁମାର ଓ ବାଚସ୍ପତି ବିଜୟ କୁମାର ସିହ୍ନାଙ୍କ ମଧ୍ୟରେ ବିବାଦ ହୋଇଥିଲା। ନୀତୀଶ ବିଜେପି ହାତ ଛାଡ଼ିବାରେ ଏହା ମଧ୍ୟ ଏକ ପ୍ରମୁଖ କାରଣ।

ବୁଧବାର ଶପଥ ନେବା ପରେ ନୀତୀଶ କୁମାର ପ୍ରଥମ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିଥିଲେ। ଏଥିରେ ତେଜସ୍ୱୀ ଯାଦବ ମଧ୍ୟ ଯୋଗ ଦେଇଥିଲେ। ବୈଠକର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୨୪ ଓ ୨୫ ତାରିଖରେ ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ବସିବ। ଏହି ସମୟରେ ନୀତୀଶ କୁମାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ।

ଜେଡିୟୁର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି, “ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ସଦସ୍ୟମାନେ ଖୁବଶୀଘ୍ର ଶପଥ ଗ୍ରହଣ କରିବେ। ମହାଗଠବନ୍ଧନରେ ଥିବା ୩ ପ୍ରମୁଖ ଦଳ ଜେଡିୟୁ, ଆରଜେଡି ଓ କଂଗ୍ରେସ ମଧ୍ୟରେ ଏବେ ମନ୍ତ୍ରୀ ପଦ ଆବଣ୍ଟନକୁ ନେଇ କଥାବାର୍ତ୍ତା ଚାଲିଛି। ଏହି ଆଲୋଚନା ଶେଷ ହେବା ପରେ କାହାକୁ କେତେ ମନ୍ତ୍ରୀ ପଦ ମିଳିବ, ସେକଥା ସ୍ପଷ୍ଟ ହୋଇ ଯିବ। ସେହିପରି ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ।”

ସୂତ୍ର ଅନୁସାରେ, ପୂର୍ବ ଭଳି ରାଜ୍ୟର ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ନୀତୀଶ କୁମାର ନିଜ ପାଖରେ ରଖିବେ। ବିଜେପି ନେତାମାନଙ୍କ ପାଖରେ ଥିବା ଅଧିକାଂଶ ବିଭାଗ ଆରଜେଡିକୁ ମିଳିବ। ବାଚସ୍ପତି ମଧ୍ୟ ଆରଜେଡିରୁ ହେବେ। ସେହିପରି କଂଗ୍ରେସ ଖାତାକୁ ୪ଟି ମନ୍ତ୍ରୀ ପଦ ଯିବ ବୋଲି ଜଣାପଡ଼ିଛି। କେଉଁ ବିଭାଗ କାହାକୁ ମିଳିବ, ସେ ବିଷୟରେ ଏବେ ଆଲୋଚନା ଚାଲିଛି।

ଅନ୍ୟପକ୍ଷରେ ନୀତୀଶ କୁମାର ଆରଜେଡି ସହ ମିଶି ସରକାର ଗଠନ କରିଥିଲେ ବି ଏହା କାର୍ଯ୍ୟକାଳ ଶେଷ ହେବା ଯାଏ ତିଷ୍ଠି ପାରିବନି ବୋଲି ବିଜେପି କହିଛି। ତେବେ ଏହାକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ କହିଛନ୍ତି, “ବିଜେପି ୨୦୧୫ ବିହାର ବିଧାନସଭା ନିର୍ବାଚନରେ ଯେମିତି ପ୍ରଦର୍ଶନ କରିଥିଲା, ତା’କୁ ୨୦୨୫ରେ ବଜାୟୀ ରଖି ପାରୁଛି କି ନାହିଁ ସେ ବିଷୟରେ ଚିନ୍ତା କରୁ।”

୨୦୧୫ରେ ଜେଡିୟୁ, ଆରଜେଡି ଓ କଂଗ୍ରେସ ଏକାଠି ନିର୍ବାଚନ ଲଢ଼ିଥିଲେ। ବିଜେପି ୧୫୩ଟି ଆସନରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ କେବଳ ୫୩ଟି ସ୍ଥାନରେ ଜିତିବାକୁ ସକ୍ଷମ ହୋଇଥିଲା। ୨୦୨୦ରେ ଅବଶ୍ୟ ଦଳ ଜେଡିୟୁ ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା। ଏଥିସହ ୭୭ଟି ଆସନରେ ବାଜିମାତ ମଧ୍ୟ କରିଥିଲା।

The post ଗୃହ ବିଭାଗ ନିଜ ପାଖରେ ରଖିବେ ନୀତୀଶ, ବିଜେପିର ବିଭାଗ ଆରଜେଡି ପାଖକୁ ଯିବ appeared first on Odisha Reporter.



from Odisha Reporter https://ift.tt/DadkQjt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages