ନୂଆଦିଲ୍ଲୀ: ଲାଲକିଲ୍ଲାରୁ ସ୍ୱାଧୀନତା ଦିବସ ଅବସରରେ ନୂଆ ନାରା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲାଲ ବାହାଦୂର ଶାସ୍ତ୍ରୀ ଓ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇଛନ୍ତି ମୋଦି। ଏଥିସହ ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନରେ ଯୋଡିଛନ୍ତି ନୂଆ ନାରା। ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ ପାଇଁ ଆହ୍ୱାନ ଦେଇଛନ୍ତି ମୋଦି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଲାଲ ବାହାଦୂର ଶାସ୍ତ୍ରୀଙ୍କ ‘ଜୟ ଯବାନ, ଜୟ କିଷାନ’ର ସ୍ଲୋଗାନକୁ ଆମେ ସବୁବେଳେ ମନେ ରଖିଥାଉ। ପରେ ଅଟଳ ବିହାରୀ ବାଜପେୟୀ ଏହି ସ୍ଲୋଗାନରେ ‘ଜୟ ବିଜ୍ଞାନ’ ଯୋଡିଥିଲେ। ବର୍ତ୍ତମାନ ଆଉ ଗୋଟିଏ ଜିନିଷ ଯୋଡାଯିବା ଆବଶ୍ୟକ- ‘ଜୟ ଅନୁସନ୍ଧାନ’।’
ଏଥିସହ ଦୁର୍ନୀତିକୁ ନେଇ ମଧ୍ୟ ବଡ କଥା କହିଛନ୍ତି ମୋଦି। ଦେଶରୁ ଦୁର୍ନୀତି ହଟିବା ଜରୁରୀ। ଦୁର୍ନୀତି ଏକ ବଡ ଆବର୍ଜନା। ଦୁର୍ନୀତି ବିରୋଧରେ ଲଢେଇ କରିବା ଆମ ପାଇଁ ଜରୁରୀ। ଯିଏ ଲୁଟିଛି ସେମାନଙ୍କୁ ଦେଶରୁ ଫେରାଇବାକୁ ପଡିବ। ବ୍ୟାଙ୍କ ଲୁଟିଥିବା ବ୍ୟକ୍ତିଙ୍କ ସମ୍ପତ୍ତି ଜବତ ହେଉଛି । କିଛି ଲୋକଙ୍କ ପାଖରେ ଟଙ୍କା ରଖିବାକୁ ଜାଗା ନାହିଁ। ଦୁର୍ନୀତିଗ୍ରସ୍ତଙ୍କ ପ୍ରତି ଉଦାର ମନୋଭାବ ଦେଖାଯିବନି।
ଯେଉଁମାନେ ଦୁର୍ନୀତି କରନ୍ତି ସେମାନଙ୍କୁ ଦଣ୍ଡ ଦେବା ପାଇଁ ଆମକୁ ଏକ ସମାଜ ଭାବରେ ଏକାଠି ହେବାକୁ ପଡିବ। ଦୁର୍ନୀତିଗ୍ରସ୍ତଙ୍କୁ ଦଣ୍ଡ ଦେବାର ମାନସିକତା ନ ଥିଲେ, ରାଷ୍ଟ୍ର ସର୍ବୋଚ୍ଚ ଗତିରେ ଅଗ୍ରଗତି କରିପାରିବ ନାହିଁ। ଆମର ଅନେକ ଅନୁଷ୍ଠାନ ପାରିବାରିକ ନିୟମ ଦ୍ୱାରା ପ୍ରଭାବିତ, ଏହା ଆମର ପ୍ରତିଭା, ଦେଶର ସାମର୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ ଏବଂ ଦୁର୍ନୀତିକୁ ବଢ଼ାଇଥାଏ ବୋଲି ମୋଦି ଦେଶବାସୀଙ୍କୁ କହିଛନ୍ତି।
The post ମୋଦିଙ୍କ ନୂଆ ନାରା: ଜୟ ଯବାନ…ଜୟ ଅନୁସନ୍ଧାନ appeared first on Odisha Reporter.
from Odisha Reporter https://ift.tt/jWnaCmg
No comments:
Post a Comment