ନବୀନ କହିଲେ, ବିଭିନ୍ନ କ୍ଷେତ୍ରରେ ଦେଶକୁ ବାଟ ଦେଖାଉଛି ଓଡ଼ିଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 14, 2022

ନବୀନ କହିଲେ, ବିଭିନ୍ନ କ୍ଷେତ୍ରରେ ଦେଶକୁ ବାଟ ଦେଖାଉଛି ଓଡ଼ିଶା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି ଦେଶ ପାଳନ କରୁଛି ୭୬ତମ ସ୍ୱାଧୀନତା ଦିବସ। ଆଉ ଏହି କ୍ରମରେ ଆଜି ରାଜଧାନୀର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି। ଏହା ସହ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ନିଜ ଅଭିଭାଷଣରେ ନବୀନ କହିଛନ୍ତି, ୭୫ ବର୍ଷରେ ଓଡ଼ିଶା ଦେଶକୁ ଅନେକ କ୍ଷେତ୍ରରେ ରାସ୍ତା ଦେଖାଇଛି। ଅନେକ କ୍ଷେତ୍ରରେ ଓଡ଼ିଶା ଦେଶ ପାଇଁ ମାର୍ଗଦର୍ଶକ ହୋଇଛି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶାରେ ଆଜି ଟ୍ରାନ୍ସଫରମେସନର ନୂଆ ଯୁଗ ଆରମ୍ଭ ହୋଇଛି। ଖାଦ୍ୟ ଅଭାବ ରାଜ୍ୟରୁ ଖାଦ୍ୟ ବଳକା ରାଜ୍ୟ ଭାବେ ଉଭା ହୋଇଛି। ବିପର୍ଯ୍ୟୟ ମୁକାବିଲାରେ ବିଶ୍ୱ ପାଇଁ ଆଦର୍ଶ ସୃଷ୍ଟି କରିଛି। କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ଦେଶରେ ହବ୍ ପାଲଟିଛି। ୭୦ ଲକ୍ଷ ମାଆଙ୍କୁ ସଶକ୍ତ କରିବାର ମାଇଲଖୁଣ୍ଟ ହାସଲ କରିଛି। ଶିକ୍ଷା ଆମର ଫୋକସ୍  ରହିଛି। ଉନ୍ନତ ମାନର ଶିକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।

ନବୀନ କହିଛନ୍ତି, ଗାଁର ପ୍ରତିଭାବାନ ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟ ଆରମ୍ଭ ହୋଇଛି। ୩୧୫ ଆଦର୍ଶ ବିଦ୍ୟାଳୟରେ ଏକ ଲକ୍ଷ ପିଲା ପାଠ ପଢୁଛନ୍ତି। ୫ ହଜାର ଝିଅଙ୍କ ପାଇଁ ଆଦର୍ଶ ବିଦ୍ୟାଳୟରେ ୫୦ଟି ହଷ୍ଟେଲ ଅଛି।

ଜନଜାତି ବର୍ଗର ବିକାଶ ପାଇଁ ଓଡ଼ିଶା ବହୁତ ଭଲ କାମ କରିଛି। ଆଞ୍ଚଳିକ ମାନସିକତାରୁ ବାହାରି ଜାତୀୟ ସ୍ୱାର୍ଥ ପାଇଁ କାମ କରୁଛୁ। ୨୫ ବର୍ଷ ପରେ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବୁ। ଦେଶର ବିକାଶରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିବ। ଗ୍ରାମାଞ୍ଚଳରେ ଭିତ୍ତିଭୂମି ପ୍ରକଳ୍ପର ୩ ହଜାର ସ୍ମାରକୀ ସ୍ଥାପନ କରାଯିବ ବୋଲି ମୁଖ୍ୟ ମନ୍ତ୍ରୀ କହିଛନ୍ତି।

ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରି ପ୍ରଥମେ ମହାପୁରୁଷଙ୍କ ନାଁ ନେଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଶ ପାଇଁ ସହିଦ ହୋଇଥିବା ଯବାନଙ୍କୁ  ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ମାନ୍ୟଗଣ୍ୟ ଅତିଥି ମଧ୍ୟ ଉପସ୍ଥିତ ଥିଲେ।

 

The post ନବୀନ କହିଲେ, ବିଭିନ୍ନ କ୍ଷେତ୍ରରେ ଦେଶକୁ ବାଟ ଦେଖାଉଛି ଓଡ଼ିଶା appeared first on Odisha Reporter.



from Odisha Reporter https://ift.tt/mVpzTRX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages