ଖସିପଡ଼ିଲା ସେଣ୍ଟ୍ରିଂ, ଚାପି ହୋଇଗଲେ ଶ୍ରମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 30, 2022

ଖସିପଡ଼ିଲା ସେଣ୍ଟ୍ରିଂ, ଚାପି ହୋଇଗଲେ ଶ୍ରମିକ

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ବ୍ରିଜ କାମ ଚାଲିଥିବା ବେଳେ ସେଣ୍ଟ୍ରିଂ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଘଟଣ ଘଟିଛି ରାୟଗଡ଼ା ଜିଲ୍ଲାରେ। ମୃତ ଶ୍ରମିକ ଜଣଙ୍କ ହେଲେ କାସରି ମାଝି। ତାଙ୍କ ଘର କାଶୀପୁର ଅଞ୍ଚଳର।

କଲ୍ୟାଣସିଂହପୁର ଥାନା ସଦର ବଡ଼ଦ୍ୱାରସାହିରେ ଥିବା କଲ୍ୟାଣୀ ନଦୀରେ ବ୍ରିଜ କାମ ଚାଲିଛି। ଗତକାଲି କାସରି ଏକୁଟିଆ ସେଣ୍ଟ୍ରିଂ ଖୋଲିବାକୁ ଯାଇଥିଲେ। ଏହି ସମୟରେ  ସେଣ୍ଟ୍ରିଂଟି ତାଙ୍କ  ଉପରେ ପଡ଼ିଯାଇଥିଲା। କାସରି ସେଣ୍ଟ୍ରିଂ ତଳେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

କାସରି ସେଣ୍ଟ୍ରିଂତଳେ ଚାପି ହୋଇ ରହିଥିବା ଗତକାଲି ସନ୍ଧ୍ୟାରେ ଶ୍ରମିକମାନେ ଦେଖିଥିଲେ। ଏନେଇ ଠିକାଦାରଙ୍କୁ ଜଣାଇଥିଲେ।  ଠିକାଦାର ପୁଲିସକୁ ଏହି ବିଷୟରେ ଜଣାଇବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା।  ପୁଲିସ ଘଟଣାର ତଦନ୍ତ କରୁଛି।

କଲ୍ୟାଣୀ ନଦୀ ଉପରେ ବିଜୁ ସେତୁ ଯୋଜନାରେ  ବିଜ୍ର କାମ ଚାଲିଛି।  ୨୦୧୯ ମସିହାରୁ ଏହି ବିଜ୍ର କାମଟି ଆରମ୍ଭ ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।

The post ଖସିପଡ଼ିଲା ସେଣ୍ଟ୍ରିଂ, ଚାପି ହୋଇଗଲେ ଶ୍ରମିକ appeared first on Odisha Reporter.



from Odisha Reporter https://ift.tt/c0qdK6Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages