ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ‘ପ୍ରଦୀପ ପାଣିଗ୍ରାହୀ ହାଏ ହାଏ, ପ୍ରଦୀପ ପାଣିଗ୍ରାହୀ ମୁର୍ଦ୍ଦାବାଦ୍।” ଏପରି ନାରା ଦେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ମଝି ରାସ୍ତାରେ ଅଟକାଇଲେ ବିଜେଡି କର୍ମୀ। ନିଜ ନିର୍ବାଚନ ମଣ୍ଡଳୀକୁ ଜାତୀୟ ପତାକା ଉତ୍ତୋଳନ କରିବାକୁ ଯାଉଥିବା ବେଳେ ଏପରି ହଟାହଟା ହୋଇଛନ୍ତି ବିଧାୟକ। ଏପରିକି ବିଜେଡି କର୍ମୀ ଓ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।
ଆଜି ସକାଳେ ଶ୍ରୀ ପାଣିଗ୍ରାହୀ ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ ପାଇଁ ରଙ୍ଗେଇଲୁଣ୍ଡା ବ୍ଲକ କମଳାପୁରକୁ ଯାଉଥିଲେ। ଏହି ସମୟରେ କମଳାପୁର ନିକଟରେ କିଛି ବିଜେଡି କର୍ମୀ ହଠାତ୍ ତାଙ୍କ ଗାଡ଼ି ସାମ୍ନାକୁ ଆସି ହୋହଲ୍ଲା କରିଥିଲେ। ଏପରକି ତାଙ୍କ ଗାଡ଼ି ଅଟକାଇବା ସହ କଳା ପତାକା ପ୍ରଦର୍ଶନ କରିଥିଲେ। ଏହା ସହ ପ୍ରଦୀପ ପାଣିଗ୍ରାହୀ ମୁର୍ଦ୍ଦାବାଦ୍ ବୋଲି ନାରା ଦେଇଥିଲେ। ବିଧାୟକ ଗାଡ଼ିରୁ ଓହ୍ଲାଇ ବିଜେଡି କର୍ମମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ତାଙ୍କ କଥାକୁ ଶୁଣି ନଥିଲେ। ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଜେଡି କର୍ମୀ ଓ ବିଧାୟକଙ୍କ ସମର୍ଥଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଉତ୍ତେଜନା ସ୍ୱତ୍ତେ ବିଧାୟକ କମଳାପୁର ଗାଁକୁ ଯାଇ ପତାକା ଉତ୍ତୋଳନ କରି ଫେରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫ୍ଏସ୍ ଅଫିସର ତଥା ଅତିରିକି ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ସହିତ ସଂପର୍କକୁ ନେଇ ଶ୍ରୀ ପାଣିପ୍ରାହୀ ବିବାଦରେ ଥିଲେ। ଏହି ଅଭିଯୋଗରେ ତାଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା। ଗିରଫ ହେବା ପରେ ଶ୍ରୀ ପାଣିପ୍ରାହୀଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ତାଙ୍କୁ ବହିଷ୍କାର କରାଯାଇଥିଲା। ଏବେ ଶ୍ରୀ ପାଣିପ୍ରାହୀ ଜାମିନରେ ଅଛନ୍ତି।
The post ପ୍ରଦୀପ ପାଣିଗ୍ରାହୀଙ୍କ ଗସ୍ତକୁ ବିଜେଡିର ବିରୋଧ, ଗାଡ଼ି ଅଟକାଇଲେ, କଳାପତାକା ଦେଖାଇଲେ appeared first on Odisha Reporter.
from Odisha Reporter https://ift.tt/eZR2Lrq
No comments:
Post a Comment