ପ୍ରାର୍ଥନା ବେଳେ ଚର୍ଚ୍ଚ ଭିତରେ ଭୟଙ୍କର ଅଗ୍ନିକାଣ୍ଡ, ୪୧ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 14, 2022

ପ୍ରାର୍ଥନା ବେଳେ ଚର୍ଚ୍ଚ ଭିତରେ ଭୟଙ୍କର ଅଗ୍ନିକାଣ୍ଡ, ୪୧ ମୃତ

ନୂଆଦିଲ୍ଲୀ: ଚର୍ଚ୍ଚ ଭିତରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁ ଲାଗି ଜୀବନ୍ତ ଜଳିଗଲେ ୪୧ ଶ୍ରଦ୍ଧାଳୁ। ଏଥସହ ଅନେକ ଗୁରୁତର ଆହତ ହୋଇଛନ୍ତି। ଇଜିପ୍ଟର ରାଜଧାନୀ କାଇରୋରେ ଏହି ଅଘଟଣ ଘଟିଛି।

ସୂଚନା ମୁତାବକ ଇଜିପ୍ଟର ରାଜଧାନୀ କାଇରୋରେ ଥିବା ଅବୁ ସେଫିନ ଚର୍ଚ୍ଚରେ ଲୋକେ ପ୍ରାର୍ଥନା ପାଇଁ ଭିଡ ଜମାଇଥିଲେ। ଏହି ସମୟରେ କୌଣସି କାରଣବଶତଃ ଚର୍ଚ୍ଚ ଭିତରେ ନିଆଁ ଲାଗିଯାଇଥିଲା। ଧୂଆଁମୟ ହୋଇଯାଇଥିଲା ପୂରା ଚର୍ଚ୍ଚ ପରିସର। ଏହା ଦେଖି ଲୋକେ ଆତଙ୍କିତ ହୋଇପଡିଥିଲେ। ଜୀବନ ବିକଳରେ ଦୌଡିବାକୁ ଲାଗିଥିଲେ। ନିଆଁରୁ ବର୍ତ୍ତିବା ପାଇଁ ଚେଷ୍ଟା କରିବାକୁ ଯାଇ ଅନେକ ଲୋକେ ବିଲ୍ଡିଂ ଉପରୁ ତଳକୁ ଡେଇଁ ପଡିଥିଲେ।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଅଣ ନିଶ୍ୱାସ ହେବା ଯୋଗୁ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଛି। ନିଆଁ ଲାଗି ପାଖାପାଖି ୧୬ ଜଣ ଆହତ ହୋଇଛି। ଏଥିରେ ୪ ଜଣ ପୁଲିସକର୍ମୀ ମଧ୍ୟ ସାମିଲ ଅଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ମୃତକଙ୍କ ମଧ୍ୟରେ ୧୫ ଜଣ ଛୋଟ ଛୁଆ ସାମିଲ ଅଛନ୍ତି।

ପୁଲସର କହିବା ମୁତାବକ, କେଉଁ କାରଣରୁ ଚର୍ଚ୍ଚ ଭିତରେ ଅଗ୍ନିକାଣ୍ଡ ଘଟିଛି ତାହା ଜଣାପଡିନଥିବା ବେଳେ ପ୍ରାଥମିକ ତଦନ୍ତରୁ ଶର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ୧୫ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଆହତଙ୍କୁ ଆମ୍ବୁଲାନ୍ସ ଜରିଆରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଅବଦୁଲ ଫତେହ ଅଲ-ସିସି କପଟିକ ଖ୍ରୀଷ୍ଟିଆନ ପୋପ ଟାଉଡ୍ରୋସଙ୍କ ସହ ଫୋନରେ କଥା ହୋଇଛନ୍ତି ଏବଂ ସମବେଦନା ଜଣାଇଛନ୍ତି ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଅଲ-ସିସି ଫେସବୁକରେ କହିଛନ୍ତି, ‘ମୁଁ ଏହି ଦୁଃଖଦ ଦୁର୍ଘଟଣା ଉପରେ ନଜର ରଖିଛି। ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମୁଁ ସଂପୃକ୍ତ ଏଜେନ୍ସି ଏବଂ ଅନୁଷ୍ଠାନଗୁଡ଼ିକୁ କହିଛି।’ ସ୍ୱାସ୍ଥ୍ୟମନ୍ତ୍ରୀ ଖାଲିଦ ଅବଦୁଲ-ଗଫର ଏକ ବିବୃତ୍ତିରେ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବାବେଳେ ଅନ୍ୟ ୧୨ଜଣ ଏବେବି ଚିକିତ୍ସିତ ହେଉଛନ୍ତି।

The post ପ୍ରାର୍ଥନା ବେଳେ ଚର୍ଚ୍ଚ ଭିତରେ ଭୟଙ୍କର ଅଗ୍ନିକାଣ୍ଡ, ୪୧ ମୃତ appeared first on Odisha Reporter.



from Odisha Reporter https://ift.tt/T9OXyPW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages