ଆଜି ୧୨ ଘଣ୍ଟିଆ ରେଢାଖୋଲ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 3, 2022

ଆଜି ୧୨ ଘଣ୍ଟିଆ ରେଢାଖୋଲ ବନ୍ଦ

ରେଢାଖୋଲ(ଓଡ଼ିଶା ରିପୋର୍ଟର):ସମ୍ବଲପୁର- ଅନୁଗୋଳ ୫୫ଜାତୀୟ ରାଜପଥର ସଂପ୍ରସାରଣ ଦାବିରେ ଆଜି ୧୨ ଘଣ୍ଟିଆ ରେଢାଖୋଲ ବନ୍ଦ ଡାକରା ଦିଆଯାଇଛି।  ରେଢାଖୋଲ ନାଗରିକ  କମିଟି  ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି।  ବନ୍ଦ ଯୋଗୁ ସହରର ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ଗାଡିମୋଟର ଚଳାଚଳ ମଧ୍ୟ ବନ୍ଦ ରହିଛି।  ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି।  ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି   ରାସ୍ତା ଅବରୋଧ  କରିଛନ୍ତି।

୨୦୧୬ ମସିହାରୁ ଚାରି ଥାକିଆ ରାସ୍ତା କାମ ‌ଆରମ୍ଭ ହୋଇଥିବା ବେଳେ, ନିର୍ମାଣ କାର୍ଯ୍ୟ ସରି ପାରୁନି।  ପୁରୁଣା ରାସ୍ତା ମରାମତି ସହ ନୂଆ ରାସ୍ତାକାମ ତ୍ୱରା ନ୍ୱିତ କରିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ରାସ୍ତା କାର୍ଯ୍ୟର ଅଗ୍ରଗତି ନ ହେବାରୁ ଏହାର ପ୍ରତିବାଦରେ ରେଢାଖୋଲ ବନ୍ଦ ଡାକରା ଦିଆଯାଇଛି। ବର୍ଷା ଋତୁ ଆସିବା ପରେ ରାସ୍ତା ପୂର୍ବା ଅପେକ୍ଷା ଆହୁରି  ଶୋଚନୀୟ ହୋଇପଡିଛି।

The post ଆଜି ୧୨ ଘଣ୍ଟିଆ ରେଢାଖୋଲ ବନ୍ଦ appeared first on Odisha Reporter.



from Odisha Reporter https://ift.tt/5KZbIiO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages