ୟଙ୍ଗ ଇଣ୍ଡିଆନ୍‌ ଅଫିସ୍‌କୁ ଇଡିର ସିଲ ପରେ ଆଜି କଂଗ୍ରେସର ଜରୁରୀ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 3, 2022

ୟଙ୍ଗ ଇଣ୍ଡିଆନ୍‌ ଅଫିସ୍‌କୁ ଇଡିର ସିଲ ପରେ ଆଜି କଂଗ୍ରେସର ଜରୁରୀ ବୈଠକ

ନୂଆଦିଲ୍ଲୀ: କଂଗ୍ରେସ ଦ୍ୱାରା ପରିଚାଳିତ ନ୍ୟାସନାଲ ହେରାଲଡ୍‌ ଭବନରେ ଥିବା ୟଙ୍ଗ ଇଣ୍ଡିଆନ୍‌ ଅଫିସ୍‌କୁ ଇଡି ସିଲ କରିବା ପରେ ଦଳକୁ ଶକ୍ତ ଝଟ୍‌କା ଲାଗିଛି।  ଇଡିର କାର୍ଯ୍ୟାନୁଷ୍ଠାନକୁ ନେଇ ଦଳୀୟ ମହଲରେ ଅସନ୍ତୋଷ ତେଜି‌ଥିବା ବେଳେ ଆଜି ପରବର୍ତ୍ତୀ ରଣନୀତି ନେଇ ବୈଠକ ବସିବ। ନ୍ୟାସନାଲ ହେରାଲଡ୍‌ ଘଟଣାରେ ମନିଲଣ୍ଡରିଂ ମାମଲାରେ ତଦନ୍ତ କରୁଥିବା ଇଡି ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ମା ସୋନିଆ ଗାନ୍ଧିଙ୍କୁ ଜେରା କରିସାରିଛି।  ଏବେ ଏହି ଘୋଟାଲାରେ ଇଡିର ଗୋଟିଏ ପରେ ଗୋଟିଏ ପଦକ୍ଷେ୪ ଦଳକୁ ଅଡ଼ୁଆ ପକାଇଛି।

ତେଣୁ ଇଡି ଏବଂ କେନ୍ଦ୍ର ସରକାରଙ୍କୁ ମୁକାବିଲା ପାଇଁ ଆଜି କଂଗ୍ରେସ ପକ୍ଷରୁ ଉଭୟ ଦଳୀୟ ଲୋକସଭା ସଦସ୍ୟ ଏବଂ ରାଜ୍ୟ ସଭା ସଦସ୍ୟଙ୍କୁ ବୈଠକ ପାଇଁ ଡକାଯାଇଛି। ତେବେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଦିଲ୍ଲୀର ୨୪-ଆକବର ରୋଡ଼ରେ ଥିବା  ମୁଖ୍ୟ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସେହିପରି ୧୦ ଜନପଥରେ ଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବାସଭବନ ଆଗରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏଆଇସିସସି ହେଡ୍‌କ୍ୱାର୍ଟର ଅଭିମୁଖେ ରାସ୍ତାକୁ ଦିଲ୍ଲୀ ପୁଲିସ ସିଲ କରିଦେଇଛି। ସେହିପରି ଆଜି ସଂସଦରେ କଂଗ୍ରେସ ଏମପିମାନେ ଆଡଜର୍ଣ୍ଣମେଣ୍ଟ ନୋଟିସ ଦେବାର କାର୍ଯ୍ୟକ୍ରମ ରହିଛି। ଏକ ସାମ୍ବାଦିକ ସମ୍ମିଳିନୀ କରି କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି ଯେ, ସେମାନେ ଡିସିପିଙ୍କଠାରୁ ଏକ ଚିଠି ପାଇଛନ୍ତି। ସେଥିରେ ଲେଖା ଅଛି ଯେ, ଅଗଷ୍ଟ ୫ ତାରିଖରେ ଦଳ ବିକ୍ଷୋଭ କରିପାରିବ ନାହିଁ। ଏହା ଗଣତନ୍ତ୍ରର ହତ୍ୟା ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ ବୁଧବାର ନ୍ୟାସନାଲ ହେରାଲଡ୍ ଅର୍ଥ ହେରଫେର ମାମଲାରେ ଇଡି ହେରାଲଡ ଅଫିସ ସମେତ ୧୨ଟି ସ୍ଥାନରେ ଚଢ଼ଉ କରିଥିଲା।  ବୁଧବାର ହେରାଲ୍‌ଡ ଭବନକୁ ସିଲ୍ କରିଦେଇଛି। ସେହିପରି ପୁଲିସ ଉପସ୍ଥିତିରେ ‌ହେରାଲ୍‌ଡ ଭବନରେ ଥିବ‌ା ୟଙ୍ଗ ଇଣ୍ଡିଆନ୍ ଅଫିସକୁ ସିଲ୍ କରି ଦେଇଛି। କଂଗ୍ରେସ ନେତାମାନେ ସରକାରଙ୍କର ଏଭଳି ପଦକ୍ଷେପର ସମାଲୋଚନା କରିଛନ୍ତି।

The post ୟଙ୍ଗ ଇଣ୍ଡିଆନ୍‌ ଅଫିସ୍‌କୁ ଇଡିର ସିଲ ପରେ ଆଜି କଂଗ୍ରେସର ଜରୁରୀ ବୈଠକ appeared first on Odisha Reporter.



from Odisha Reporter https://ift.tt/3zSD9jJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages