କ୍ଲବରେ ଅଗ୍ନିକାଣ୍ଡ ଘଟି ୧୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 4, 2022

କ୍ଲବରେ ଅଗ୍ନିକାଣ୍ଡ ଘଟି ୧୩ ମୃତ

ବ୍ୟାଙ୍ଗକ୍‌କ: ଥାଇଲାଣ୍ଡର ଏକ ନାଇଟ୍‌କ୍ଲବରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ଚୋନବୁରି ପ୍ରୋଭିନ୍ସ ଅଞ୍ଚଳରେ ଶୁକ୍ରବାର  ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍ଗକକ୍‌ର  ଦକ୍ଷିଣପୂର୍ବ ଅଞ୍ଚଳରେ ଏହି ଅଘଟଣ ଘଟିଥିବା ପୁଲିସ କହିଛି। ପୁଲିସର କହିବା ଅନୁଯାୟୀ ସେମାନେ ମାଉଣ୍ଟେନ୍‌ ବି ନାଇଟ୍‌ କ୍ଲବରେ ରାତି ଗୋଟାଏ ବେଳେ ଅଗ୍ନିକାଣ୍ଡ ଘଟିଥିବା ଖବର ପାଇଥିଲେ।  ଖବର ପାଇ ସ୍ଥାନୀୟ ଦମକଳବାହିନୀ ଓ ଉଦ୍ଧାରୀକାରୀଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

The post କ୍ଲବରେ ଅଗ୍ନିକାଣ୍ଡ ଘଟି ୧୩ ମୃତ appeared first on Odisha Reporter.



from Odisha Reporter https://ift.tt/8BGDP7s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages