ସାତକୋଶିଆ ଗଣ୍ଡକୁ ମିଳିଲା ‘ରାମସର’ ସାଇଟ୍‌ ମାନ୍ୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 4, 2022

ସାତକୋଶିଆ ଗଣ୍ଡକୁ ମିଳିଲା ‘ରାମସର’ ସାଇଟ୍‌ ମାନ୍ୟତା

ଅନୁଗୋଳ(ବିରଜା ଦାସ): ସାତକୋଶିଆ ଗଣ୍ଡକୁ ମିଳିଲା ‘ରାମସର’ ସାଇଟ୍‌ ମାନ୍ୟତା । ବିଶ୍ୱର  ଆର୍ଦ୍ରଭୂମିକୁ ସୁରକ୍ଷିତ ରଖିବା ହେଉଛି  ‘ରାମସର’ ସାଇଟ୍ ଘୋଷଣାର ଉଦ୍ଦେଶ୍ୟ । ଆନ୍ତର୍ଜାତୀୟ ସ୍ତରରେ ଏହା ଏକ ବଡ଼ ପଦକ୍ଷେପ ହୋଇଥିବାବେଳେ ଆର୍ଦ୍ରଭୂମିର ଗୁରୁତ୍ଵକୁ ଦୃଷ୍ଟିରେ ରଖି ୟୁନେସ୍କୋ ଏହି ମାନ୍ୟତା ପ୍ରଦାନ କରିଥାଏ। ‘ରାମସର’ ଘୋଷଣା ପରେ ଉକ୍ତ ସ୍ଥାନର ସୁରକ୍ଷା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥାଏ ।

ସାତକୋଶିଆ ଗଣ୍ଡକୁ ‘ରାମସର’ ସାଇଟ୍‌ ମାନ୍ୟତା ମିଳିବା ପରେ ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏପରି ଘୋଷଣା କରାଯିବା ପରେ ଏହାକୁ ନେଇ ଜିଲ୍ଲାବାସୀ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି।

ଚଳିତ ବର୍ଷ ଦେଶର ମୋଟ୍ ୧୦ଟି ଆର୍ଦ୍ରଭୂମିକୁ ଏହି ମାନ୍ୟତା ଦିଆଯାଇଥିବା ବେଳେ ଓଡ଼ିଶାର ସାତକୋଶିଆ ଗଣ୍ଡ ଏହି ତାଲିକାରେ ସାମିଲ ହୋଇଛି । ଏଯାବତ ସମଗ୍ର ଭାରତରେ ୬୪ଟି ଅଞ୍ଚଳ ‘ରାମସର’  ସାଇଟ ମାନ୍ୟତା ପାଇସାରିଛି। ପୂର୍ବରୁ ଓଡ଼ିଶାର ଚିଲିକା ଏବଂ ଭିତରକନିକା ଅଞ୍ଚଳକୁ ଏହି ମାନ୍ୟତା ମିଳିଥିଲା। ତୃତୀୟ ସ୍ଥାନ ଭାବେ ସାତକୋଶିଆକୁ  ମିଳିଛି ‘ରାମସର’  ସାଇଟ୍‌ର ମାନ୍ୟତ ।

ସାତକୋଶିଆକୁ  ‘ରାମସର’  ସାଇଟ୍ ମାନ୍ୟତା ମିଳିବା ପରେ  ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଖୁସିବ୍ୟକ୍ତ କରିଛନ୍ତି। ଏଥିସହ ଗଣ୍ଡର କିଭଳି ସୂଚାରୁ ରୂପେ ପରିଚାଳନା ସହ ସଂରକ୍ଷଣ କରାଯିବ ସେ ନେଇ କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ।

ଏନେଇ ପ୍ରସନ୍ନ ବେହେରା ନାମକ ପରିବେଶବିତ କହିଛନ୍ତି, ସାତକୋଶିଆ ଗଣ୍ଡର ଶୋଭା ଓ ସୌନ୍ଦର୍ଯ୍ୟ ଖୁବ୍‌ ମନୋହର । ପ୍ରାୟ ୨୨ କିମି ପର୍ଯ୍ୟନ୍ତ ଗଣ୍ଡ ଲମ୍ବିଛି। ୨ ପାର୍ଶ୍ୱରେ ସୁଉଚ୍ଚ ପର୍ବତମାଳା ରହିଛି।  ଏଠାରେ ଘଡ଼ିଆଳ କୁମ୍ଭୀର, ମଗର ସମେତ ପ୍ରାୟ ୨୩ ପ୍ରକାର ଜଳଚର ଜୀବ ରହିଛନ୍ତି।

The post ସାତକୋଶିଆ ଗଣ୍ଡକୁ ମିଳିଲା ‘ରାମସର’ ସାଇଟ୍‌ ମାନ୍ୟତା appeared first on Odisha Reporter.



from Odisha Reporter https://ift.tt/shvtOu1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages