ଆଜି ମୂୟରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 11, 2022

ଆଜି ମୂୟରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ବାରିପଦା(ଓଡ଼ିଶା ରିପୋର୍ଟର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୂୟରଭଞ୍ଜ ଜିଲ୍ଲାରେ ଗସ୍ତରେ ଯିବେ। ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ କିଛି ପ୍ରକଳ୍ପର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଗସ୍ତ କାର୍ଯ୍ୟସୂଚୀ ଅନୁସାରେ, ଦିନ ୧୧ଟା ୧୦ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଟିକପଡ଼ାରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ। ସେଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ୧୭,୧୨୧ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ପାଇଁ ପ୍ରଥମ ଜଳପ୍ରବାହର ଶୁଭ ଉଦଘାଟନ କରିବେ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ମୟୂରଭଞ୍ଜ ଜିଲ୍ଲାରେ ୯୪,୬୫୫ହେକ୍ଟର ଓ ବାଲେଶ୍ଵର ଜିଲ୍ଲାରେ ୧୪,୯୭୨ ହେକ୍ଟର ଚାଷ ଜମିକୁ ଜଳସେଚନ କରାଯାଇ ପାରିବ।ଯାହା ଦ୍ଵାରା ମୟୂରଭଞ୍ଜ ଜିଲ୍ଲାର ୮ଗୋଟି ବ୍ଲକରେ ଯଥା ସାରସକଣା, ବାଙ୍ଗିରିପୋଷି, କୁଳିଆଣା, ବାରିପଦା, ବେତୋନଟି, ଶୂଳିଆପଦା, ମୋରଡା ଓ ରାସଗୋବିନ୍ଦପୁର ବ୍ଲକର ୬୨ଗୋଟି ଗାଁର ୩୯,୪୧୨ ଜଣ ଚାଷୀ ଉପକୃତ ହେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ପରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ କରଞ୍ଜିଆ ସବଡିଭିଜନର ହାତୀବାରି ଠାରେ ଦେଓ ଜଳସେଚନ ପ୍ରକଳ୍ପକୁ ଭାରଚୁଆଲ ମୋଡରେ ଉଦଘାଟନ କରିବେ। ପ୍ରାୟ ୫୮ କିମି ଲମ୍ବା କେନାଲ ବିଶିଷ୍ଟ ଏହି ପ୍ରକଳ୍ପ ଦ୍ୱାରା ୩ଟି ବ୍ଲକର ୯ହାଜାର ୯ଶହ ହେକ୍ଟର ଚାଷଜମୀ ଜଳସେଚିତ ହେବା ସହିତ ୧୦୦ ଗ୍ରାମର ୧,୭୮,୫୧୭ ଲୋକ ଉପକୃତ ହେବେ। କେବଳ ସେତିକି ନୁହେଁ ପୋଡଶୀ କେନ୍ଦୁଝର ଜିଲ୍ଲାର ସାହାରପଡା ବ୍ଲକର ୩୨୨୩ ହେକ୍ଟର ଚାଷଜମିକୁ ମଧ୍ୟ ଏହି ପ୍ରକଳ୍ପ ପାଣି ଯୋଗାଇବ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୨୦ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବା ସହ ପୁଲିସ ଅଧିକାରୀ ମଧ୍ୟ କଡା ସୁରକ୍ଷା ଦାୟିତ୍ୱରେ ଅଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ କଂଗ୍ରେସ ଦଳର ୩୮ ଜଣ ନେତା ଓ କର୍ମୀଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡିଛି।

 

 

 

 

 

The post ଆଜି ମୂୟରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/Srv19gz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages