କୋଲକାତା: ତ୍ରୁଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ରାଜଧାନୀ ଦିଲ୍ଲୀରେ ପହଞ୍ଚିସାରିଛନ୍ତି। ସେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ ଏମଜିଏନଆରଇଜିଏ ଏବଂ ଜିଏସଟି ବାବରେ ସେ ଆଲୋଚନା କାରିବେ। ସେହିପରି ସେ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିବା ପରେ ମମତା-ମୋଦି ଭେଟଘାଟ ଖବର ଆସିଛି। ପାର୍ଥଙ୍କ ଘନିଷ୍ଟ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ବିଶାଳ ପଣିମାଣର ଟଙ୍କା ବିଡ଼ା ଜବତ ହେବା ପରେ ଗତ ସପ୍ତାହରେ ତାଙ୍କୁ ଟିଏମସି ସବୁ ପଦରୁ ବହିସ୍କାର କରିଛି।
ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ସ୍କାମରେ ବଡ଼ ଘୋଟାଲା ସାମ୍ନାକୁ ଅସିବା ପରେ ଇଡି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ପ୍ରଧାନମନ୍ତ୍ରୀଙ୍କୁ ମମତା ସାକ୍ଷାତ କାର୍ଯ୍ୟକ୍ରମକୁ ନେଇ ରାଜନୀତି ଜୋର ଧରିଛି। ବିଜେପି ସାଂସଦ ଦିଲୀପ ଘୋଷ ଅଭିଯୋଗ କରିଛନ୍ତି ଯେ, ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ହେବାକୁ ଥିବା ବୈଠକକୁ ନିଜ ସ୍ଵାର୍ଥ ପାଇଁ ଉପଯୋଗ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ କେନ୍ଦ୍ର ସରକାର ମମତା ବାନାର୍ଜୀଙ୍କ କଥାରେ ଭାସିବା ଉଚିତ୍ ନୁହେଁ।
ବିଜେପି ସାଂସଦ ଦିଲୀପ ଘୋଷ କହିଛନ୍ତି, ମୋଦିଙ୍କୁ ମମତା ବାନାର୍ଜୀଙ୍କ ସାକ୍ଷାତ ଏକ ନକରାତ୍ମକ ବାର୍ତ୍ତା ଯିବ। ଲୋକେ କହିବେ କେନ୍ଦ୍ର ସହିତ ମମତାଙ୍କ ପରସ୍ପର ବୁଝାମଣା ହୋଇଯାଇଛି। କେନ୍ଦ୍ର ସରକାର ମମତାଙ୍କ ପାଲରେ ପଡିବା ଉଚିତ୍ ନୁହେଁ। ଟିଏମସି ସାଂସଦ ସୁଖେନ୍ଦୁ ଶେଖର ରୟ ବିଜେପି ସାଂସଦଙ୍କ ଏହି ବୟାନକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ବିଜେପି ଆମ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି। ସେ କହିଛନ୍ତି, ମମତା ବାନାର୍ଜୀ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଅଗଷ୍ଟ ୭ରେ ନୀତି ଆୟୋଗର ଏକ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ବରିଷ୍ଠ ବିରୋଧୀ ନେତାଙ୍କ ସହ ଭେଟିବାର ସମ୍ଭାବନା ରହିଛି।
The post ଆଜି ମୋଦିଙ୍କୁ ଭେଟିବେ ମମତା, ଚର୍ଚ୍ଚାରେ ଇଡି appeared first on Odisha Reporter.
from Odisha Reporter https://ift.tt/w46Ce9I
No comments:
Post a Comment