ହସ୍ପିଟାଲରେ ଆଡମିଟ ହେଲେ ରୋଗୀ, ରାତି ଅଧରେ ଛାତରୁ ଡେଇଁ ପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 17, 2022

ହସ୍ପିଟାଲରେ ଆଡମିଟ ହେଲେ ରୋଗୀ, ରାତି ଅଧରେ ଛାତରୁ ଡେଇଁ ପଡ଼ିଲେ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ):  ଅସୁସ୍ଥତା ହେତୁ ରାତିରେ ହସ୍ପିଟାଲରେ ଆଡମିଟ ହେଲେ। ହେଲେ ରାତି ଅଧରେ ହସ୍ପିଟାଲ ଛାତରୁ ଡେଇଁ ଜୀବନ ହାରିଲେ ରୋଗୀ । ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି। ମୃତକ ହେଲେ  ୫୦ ବର୍ଷୀୟ ଦୁର୍ଯ୍ୟୋଧନ ନାୟକ । ୫ ଦିନ ପୂର୍ବେ ଏହି ହସ୍ପିଟାଲରେ ସମାନ ଘଟଣା ଘଟିଥିବା ବେଳେ ଏବେ ପୁଣି ଥରେ ଏହାର ପୁନରାବୃତ୍ତି ହୋଇଛି।

ଦୁର୍ଯ୍ୟୋଧନ ବାହାରେ କାମ କରୁଥିବା ବେଳେ ହଠାତ୍‌ ଗତକାଲି ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ଢେଙ୍କାନାଳ ହସ୍ପିଟାଲର ପୁରୁଷ ମେଡିସିନ ବିଭାଗରେ ରାତି ପ୍ରାୟ ୧୦ଟା ବେଳକୁ ଭର୍ତ୍ତି କରାଯାଇଥିଲା।  ମାତ୍ର ବେଡ ନ ମିଳିବାରୁ ସେ ତଳେ ଶୋଇ ଚିକିତ୍ସିତ ହେଉଥିଲେ। ହଠାତ୍‌ ରାତି ୩ଟା ବେଳକୁ ଦୁର୍ଯ୍ୟୋଧନ ୪ ମହଲା ଛାତ ଉପରୁ ଯାଇ ଡେଇଁ ପଡିଥିଲେ। ଫଳରେ ପେଟରେ ରଡ ପଶି ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ। ବେଡ ନ ମିଳିବା ସହ ଚିକିତ୍ସାରେ ଅବହେଳାକୁ ଦାୟୀ କରିଛନ୍ତି ପରିବାର ଲୋକେ।  ଗତ ୧୩ ତାରିଖ ଦିନ ପର୍ଜଙ୍ଗ ଅଞ୍ଚଳର ଚନ୍ଦନ ନାୟକ ନାମକ ଯୁବକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୫ ମହଲାରୁ ଡେଇଁ ପଡିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

The post ହସ୍ପିଟାଲରେ ଆଡମିଟ ହେଲେ ରୋଗୀ, ରାତି ଅଧରେ ଛାତରୁ ଡେଇଁ ପଡ଼ିଲେ appeared first on Odisha Reporter.



from Odisha Reporter https://ift.tt/Xu2JUpl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages