ନୀତୀଶ କୁମାର ଏହି କାମ କଲେ ମୁଁ  ମୋର ଅଭିଯାନ ପ୍ରତ୍ୟାହାର କରିନେବି: ପିକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 17, 2022

ନୀତୀଶ କୁମାର ଏହି କାମ କଲେ ମୁଁ  ମୋର ଅଭିଯାନ ପ୍ରତ୍ୟାହାର କରିନେବି: ପିକେ

ସମସ୍ତିପୁର(ବିହାର):ବିହାରରେ ଯଦି ନୂଆ ଗଠବନ୍ଧନ ସରକାର ଆସନ୍ତା ଏକ କିମ୍ବା ୨ ବର୍ଷ ମଧ୍ୟରେ ୫ରୁ ୧୦ ଲକ୍ଷ ଚାକିରି ଯୋଗାଇ ଦେବେ ତେବେ ସେ ତାଙ୍କର ଜନ ସୁରାଜ୍ ଅଭିଯାନ ପ୍ରତ୍ୟାହାର କରିବନେବେ । ଏହା କହିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ଏଥିସହ ସେ ନୀତିଶ କୁମାରଙ୍କୁ ସମର୍ଥନ କରିବେ। ବୁଧବାର ସମସ୍ତିପୁରରେ ନିଜ ସମର୍ଥକଙ୍କୁ ସମ୍ବୋଧିତ କରି ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଆରଜେଡି-ଜେଡି (ୟୁ) -କଂଗ୍ରେସ ସରକାର ଲୋକଙ୍କ ସମର୍ଥନକୁ  କାମରେ ଲଗେଇ ପାରୁ ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବାକୁ ଯାଇ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ନୀତିଶକୁମାର ଫେବିକଲ ଭଳି ମୁଖ୍ୟମନ୍ତ୍ରୀ ପଦରେ ଅଠାଭଳି ଲାଗି ରହିଛନ୍ତି। ବାକି ଅନ୍ୟଦଳମାନେ ଏହି ସିଏମ ପଦ ଚାରିପଟେ କେବଳ ଘୁରୁଛନ୍ତି।  ନିକଟରେ ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ, ତାଙ୍କର ନୂଆ ସରକାର ୧୦ ଳକ୍ଷ ଚାକରି ଦେବେ।

୨୦୦୦ରେ ମଧ୍ୟ ସମାନ କଥା କହିଥିଲେ ଯାଦବ। ସ୍ୱାଧୀନତା ଦିବସରେ  ଗାନ୍ଧିମଇଦାନରେ ନିଜର ଅଭିଭାଷଣ ରଖି ତେଜସ୍ୱୀ କହିଛନ୍ତି ଯେ, ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ୨୦ ଲକ୍ଷ ଳୋକଙ୍କୁ ଚାକିରି ଦେବାର ଲକ୍ଷ ରଖିଛୁ।  ନୂଆ ପିଢ଼ି ସହ ଆମ ସରକାର ଅଛି।  ଆମେ ମିଳିତ ଭାବେ କାମ କରି ଲୋକଙ୍କ ସେବା କରିବୁ। ବିହାରକୁ ବିକାଶରେ ଶୀର୍ଷ ସ୍ଥାନରେ ରଖିବା ଆମର ଲକ୍ଷ ବୋଲି ତେଜସ୍ୱୀ କହିଛନ୍ତି । ଏହିମନ୍ତବ୍ୟ ପରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଯଦି ନୂଆ ମହାଗଠବନ୍ଧନ ସରକାର ଆଗାମୀ ବର୍ଷେ ୨ ବର୍ଷ ମଧ୍ୟରେ ୫ରୁ ୧୦ ଳକ୍ଷ ଚାକିରି ଦିନ୍ତି ତେବେ ସେ ତାଙ୍କ ‘ଜନ ସୁରାଜ’ ଯାତ୍ରାକୁ ପ୍ରତ୍ୟାହାର କରିନେବେ।

ଆସନ୍ତା ବିଧାନସଭା ନିର୍ବାଆଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଅନେକ ପରିବର୍ତ୍ତନ ଆସିବା ନେଇ ସେ ଆକାଳନ ଜକାରଇଚନ୍ତି। ସେ କହିଛନ୍ତି ଯେ, ମୁଁ ବିହାର ରାଜନୀତିରେ ପ୍ରବେଶ କବାର ମାତ୍ର ତିନି ମାସ ବିତିଗଲାଣି ଏବଂ ରାଜ୍ୟରେ ରାଜନୀତି ୧୮୦ ଡିଗ୍ରୀ ମୋଡ଼ ନେଇଛି। ନିକଟ ଭବିଷ୍ୟତରେ ରାଜ୍ୟରେ ଅଧିକ ରାଜନୈତିକ ଅସ୍ଥିରତା ଦେଖାଯିବ। ପୂର୍ବରୁ ଜେଡିୟୁଚର ଅଂଶୀଦାର ଥିଲେ ପ୍ରଶାନ୍ତ କିଶୋର । କିନ୍ତୁ ବର୍ଷକ ତଳେ ଜନ ସୁରାଜ ଅଭିଆନ୍ ସମ୍ପର୍କରେ ଘୋଷଣା କରିଥିଲେ।

The post ନୀତୀଶ କୁମାର ଏହି କାମ କଲେ ମୁଁ  ମୋର ଅଭିଯାନ ପ୍ରତ୍ୟାହାର କରିନେବି: ପିକେ appeared first on Odisha Reporter.



from Odisha Reporter https://ift.tt/cvCmF8I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages