ବଣାଇ(ରଞ୍ଜିତ ଚୌଧୁରୀ): ସାମାନ୍ୟ ବଚସାରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ଜଣେ ବ୍ୟକ୍ତିଙ୍କୁ କଟୁରିରେ ହାଣି ହତ୍ୟା କଲା ପଡ଼ୋଶୀ। ଏପରି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କେ.ବଳଙ୍ଗ ଥାନାର ଖଡ଼ିଆବାହାଲ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ମଙ୍ଗଲ ମୁଣ୍ଡା। ଅଭିଯୁକ୍ତ ଗାନସା ମୁଣ୍ଡାଙ୍କୁ ପୁଲିସ ଗିରଫ କରିଛି।
ଗତକାଲି ମଙ୍ଗଲ ଘରେ ଥିବା ବେଳେ ଗାନସା ତାଙ୍କ ଘରକୁ ଆସିଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଗାନସା ଉତ୍କ୍ଷିପ୍ତ ହୋଇ ଏକ କଟୁରି ଆଣି ମଙ୍ଗଲଙ୍କ ହାତ ଓ ମୁଣ୍ଡକୁ ହାଣି ପକାଇଥିଲେ। ପରିବାର ଲୋକେ ପାଟି ଶୁଣି ଦୌଡ଼ି ଆସି ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ଡାକ୍ତର ମଙ୍ଗଲଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାପରେ ଗାନସା ଫେରାର ହୋଇଯାଇଥିଲେ। ପୁଲିସ ଖୋଜାଖୋଜି କରିବା ପରେ ସେ ଜଙ୍ଗଲରେ ଲୁଚିଥିବା ଜଣାପଡ଼ିଥିଲା। ପୁଲିସ ଜଙ୍ଗଲରେ ପହଞ୍ଚି ଗାନାସାଙ୍କୁ ଗିରଫ କରିଥିଲା ଓ ତାଙ୍କଠାରୁ କଟୁରି ଜବତ କରିଥିଲା।
The post ସାମାନ୍ୟ ବଚସାରୁ ହାଣି ପକାଇଲା ପଡ଼ୋଶୀ appeared first on Odisha Reporter.
from Odisha Reporter https://ift.tt/rPqwle9
No comments:
Post a Comment