ସରକାରୀ ମଦ ଦୋକାନରେ ଲଗାଇ ଦେଲେ ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 28, 2022

ସରକାରୀ ମଦ ଦୋକାନରେ ଲଗାଇ ଦେଲେ ନିଆଁ

ସୋର(ଓଡ଼ିଶା ରିପୋର୍ଟର): ସରକାରୀ ମଦ ଦୋକାନରେ ନିଆଁ ଲଗାଇ ଦେଲେ ଲୋକେ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ନଇଛଣପୁର ଗାଁରେ। ମଦ ଦୋକାନ ପୋଡ଼ିବା ଅଭିଯୋଗରେ ପୁଲିସ ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସରକାରଙ୍କ ନିକଟରୁ ଲାଇସେନ୍ସ ଆଣି ଜଣେ ବ୍ୟକ୍ତି ନଇଛଣପୁର ଗାଁରେ ମଦ ଦୋକାନ ଖୋଲିଥିଲେ। ମଦ ଦୋକାନ ଖୋଲିବା ପରେ ଗ୍ରାମବାସୀ ଏହାକୁ ପ୍ରବଳ ବିରୋଧ କରିଥିଲେ। ଗ୍ରାମବାସୀଙ୍କ ବିରୋଧ ପରେ ୩ମାସ ଧରି ଏହି ମଦ ଦୋକାନ ବନ୍ଦ ଥିଲା। ପରେ ମଦ ଦୋକାନ ମାଲିକ ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ  ମଦ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ।

ଗତ ୩ ଦିନ ତଳେ ମଦ ଦୋକାନ ଖୋଲିଥିଲା। ୨ପ୍ଲାଟୁନ ପୁଲିସ ଫୋର୍ସ  ଓ  ତହସିଲଦାରଙ୍କ ଉପସ୍ଥିତିରେ ଏହି ମଦ ଦୋକାନ ଖୋଲିଥିଲା। ଯାହାକୁ ନେଇ ଗ୍ରାମବାସୀ ପ୍ରବଳ ବିରୋଧ କରିଥିଲେ। ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଗତକାଲି ବିଳମ୍ବିତ ରାତିରେ  ମଦ ଦୋକାନରେ କିଏ ନିଆଁ ଲଗାଇ ଦେବା ସହ ମଦ ଦୋକାନ ମାଲିକଙ୍କ କାର୍‌କୁ ନିଆଁ ଲଗାଇ ପୋଡ଼ି ଦେଇଥିଲା।  ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କାର୍‌ଟି ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯିବା ସହ ଦୋକାନରେ ମଧ୍ୟ ନିଆଁ ଲାଗି କ୍ଷତି ହୋଇଥିଲା। ଏନେଇ ମଦ ଦୋକାନ ମାଲିକ ପୁଲିସକୁ ଖବର ଦେଇଥିଲେ। ପୁଲିସ ଗାଁରେ ପହଞ୍ଚି ୭ଜଣ ଗ୍ରାମବାସୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ଓ  ଘଟଣାର  ତଦନ୍ତ କରୁଛି।

 

 

 

The post ସରକାରୀ ମଦ ଦୋକାନରେ ଲଗାଇ ଦେଲେ ନିଆଁ appeared first on Odisha Reporter.



from Odisha Reporter https://ift.tt/6JUDYVQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages