ନୂଆଦିଲ୍ଲୀ: ଆଜିଠୁ ଦେଶରେ ଆରମ୍ଭ ହେବ 5G ସେବା। ନୂଆଦିଲ୍ଲୀର ପ୍ରଗତି ମଇଦାନରେ ହେବାକୁ ଥିବା ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିବେ। 5G ସେବା ଆରମ୍ଭ ହେଲେ, ମିଳିବ ଥ୍ରୀ-ଜିଠୁ ୩o ଗୁଣ ଓ ଫୋର୍-ଜିଠୁ ୧୦ ଗୁଣା ସ୍ପିଡ୍ ସେବା। ଆବଶ୍ୟକ ସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ଯାଇପାରେ ବୋଲି କୁହାଯାଉଛି।
ୟୁଜର୍ସଙ୍କ ପାଇଁ ଡାଉନଲୋଡ୍ ସ୍ପିଡ ବଢ଼ାଇବ 5G। ୨ଜି ନେଟଓ୍ୱର୍କରେ ଯେଉଁ ଫାଇଲ୍ ଡାଉନ୍ଲୋଡ ପାଇଁ ୨ଦିନ ୮ ଘଣ୍ଟା ଲାଗୁଥିଲା, ୩ଜି ସେବାରେ ୨ ଘଣ୍ଟା ଏବଂ ୪ଜିରେ ୪୦ ମିନିଟ ଲାଗୁଥିଲା, ଏବେ ଫାଇଭ୍-ଜିରେ ସେହି ଫାଇଲ ଡାଉନ୍ଲୋଡ୍ ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ।
ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ 5G ସେବା ମିଳିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।ଦେଶର ଯେଉଁ କେତେକ ସ୍ଥାନରେ 5G ସେବା ଆରମ୍ଭ ହେବ ସେଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁରର ନାମ ରହିଛି। ମୟୂରଭଞ୍ଜ ପାହାଡପୁର ଏସଏଲଏସ ରେସିଡେଣ୍ଟିଆଲ ମେମୋରିଆଲ ସ୍କୁଲରେ ଦିଲ୍ଲୀର ହେଉଥିବା କାଯର୍ୟକ୍ରମର ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଛି।
ଭାରତରେ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ହାତଗଣତି ପ୍ରମୁଖ ସହରରେ 5G ସେବା ଆରମ୍ଭ ହେବ। ଏହା ପରେ ପର୍ଯ୍ୟାୟକ୍ରମେ ଆସନ୍ତା ଦୁଇ ବର୍ଷ ଭିତରେ ଏହି ସେବା ସାରା ଦେଶରେ ପହଞ୍ଚିବ। କେଉଁ କମ୍ପାନୀର ୫ଜି ସେବା ଆଜିଠାରୁ ଆରମ୍ଭ ହେବ ତାହା ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ରିଲାଏନ୍ସ ଜିଓର ସେବା ମିଳିବ ବୋଲି ଅନୁମାନ କରାଯାଉଛି।
The post ଆଜିଠୁ ଆରମ୍ଭ ହେବ 5G ସେବା appeared first on Odisha Reporter.
from Odisha Reporter https://ift.tt/GAkYyaE
No comments:
Post a Comment