ନୂଆଦିଲ୍ଲୀ: ୟୁ-ଟର୍ଣ୍ଣ ମାରିଲେ ଅଟୋ ଡ୍ରାଇଭର। କହିଲେ ମୁଁ କେଜ୍ରିୱାଲଙ୍କର ନୁହେଁ ମୋଦିଙ୍କ ଫ୍ୟାନ୍। ଏଭଳି କିଛି ନିଜ କଥା ବଦଳାଇଛନ୍ତି ଦୁଇ ସପ୍ତାହ ପୂର୍ବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଡିନର ପାଇଁ ଡାକିଥିବା ଅଟୋ ଡ୍ରାଇଭର୍ ବିକ୍ରମ ଦନ୍ତାନୀ।
ଶୁକ୍ରବାର ଦିନ ଗୁଜରାଟର ଥାଲତେଜ ଅଞ୍ଚଳରେ ମୋଦିଙ୍କ ଏକ ରାଲିରେ ଦାନ୍ତାନୀ ଗେରୁଆ ରଙ୍ଗର ଗାମୁଛା କାନ୍ଧରେ ପକାଇବା ସହ ଟୋପି ପିନ୍ଧିଥିବାର ନଜର ଆସିଥିଲେ। ଏହି ସମୟରେ ତାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ କିଛି ପ୍ରଶ୍ନ ପଚାରିଥିଲେ। ଏହି ସମୟରେ ସେ ୟୁ-ଟର୍ଣ୍ଣ ମାରି କହିଥିଲେ, ‘ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଣେ ବଡ ପ୍ରଶଂସକ। ଭାରତୀୟ ଜନତା ପାର୍ଟି (ବିଜେପି) ର ସେ କଟ୍ଟର୍ ସମର୍ଥକ।’
କେଜ୍ରିୱାଲଙ୍କୁ ନିମନ୍ତ୍ରଣ କରିବା ପାଇଁ ଅଟୋରିକ୍ସା ୟୁନିଅନର ନେତାମାନେ ତାଙ୍କୁ କହିଥିବା ସେ କହିଛନ୍ତି। ‘ମୁଁ ଜାଣି ନଥିଲି ଯେ ଏହା ଏତେ ବଡ ପ୍ରସଙ୍ଗ ହୋଇଯିବ ଯଦିଓ ମୁଁ ଆଦୌ ଆପ୍ ପାର୍ଟି ସହିତ ଜଡିତ ନୁହେଁ। ସେହି ଘଟଣା ପରେ ମୁଁ କୌଣସି ଆପ୍ ନେତାଙ୍କ ସହ ଯୋଗାଯୋଗରେ ନାହିଁ ବୋଲି ଅଟୋ ଡ୍ରାଇଭର ଦନ୍ତାନୀ କହିଛନ୍ତି।’ ସେ ଆହୁରି କହିଛନ୍ତି ଯେ ‘ସେ ପ୍ରଧାନମନ୍ତ୍ରୀଙ୍କ ଜଣେ ବଡ଼ ପ୍ରଶଂସକ ଏବଂ ସେ ସର୍ବଦା ବିଜେପି ପାଇଁ ଭୋଟ୍ ଦିଅନ୍ତି।’
ସେପ୍ଟେମ୍ବର ୧୩ ତାରିଖରେ ଅହମ୍ମଦାବାଦ ଟାଉନ ହଲରେ ଆମ୍ ଆଦମୀ ପାର୍ଟି(ଏଏପି)ର ବୈଠକ ବେଳେ ଦନ୍ତାନୀ କେଜ୍ରିୱାଲଙ୍କୁ ତାଙ୍କ ଘରକୁ ଡିନର୍ ପାଇଁ ନିମନ୍ତ୍ରଣ କରିଥିଲେ। ଏହି ନିମନ୍ତ୍ରଣକୁ ବୈଠକରେ ସ୍ୱୀକାର କରିଥିଲେ ଆପ୍ ସୁପ୍ରିମୋ କେଜ୍ରିୱାଲ। ଏଥିସହ ଏହି ଅଟୋ ଡ୍ରାଇଭରଙ୍କ ଘରକୁ ରାତ୍ରିଭୋଜନ ପାଇଁ ଯାଇଥିଲେ। ଏହି ସମୟରେ ଦନ୍ତାନୀ ଲାଇମ୍ଲାଇଟ୍କୁ ଆସିଥିଲେ।
The post ଅଟୋ ଡ୍ରାଇଭରଙ୍କ ୟୁ-ଟର୍ଣ୍ଣ: କେଜ୍ରିୱାଲ ନୁହେଁ ମୁଁ ମୋଦିଙ୍କ ଫ୍ୟାନ୍ appeared first on Odisha Reporter.
from Odisha Reporter https://ift.tt/MRQIuqs
No comments:
Post a Comment