ଭଦ୍ରକ(ପ୍ରାର୍ଥ ସାରଥୀ ନାୟକ): ପୁଲିସ ପାଟ୍ରୋଲିଂ ଗାଡ଼ିକୁ ଢେଲା ପଥର ମାରି ଥାନାରେ ଅଟକ ଅଛନ୍ତି ସରପଞ୍ଚ ଓ ତାଙ୍କ ଦୁଇ ସହଯୋଗୀ। ଏଭଳି ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନରେ। ଅଟକ ସରପଞ୍ଚ ଜଣଙ୍କ ନିର୍ଗୁଣ୍ଡି ପଞ୍ଚାୟତ ସରପଞ୍ଚ ବୋଲି ଜଣାଯାଇଛି।
ଗତକାଲି ରାତିରେ ନିର୍ଗୁଣ୍ଡି ପଞ୍ଚାୟତରେ ଗଣେଶ ଭସାଣୀ ଚାଲିଥିଲା। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ପୁଲିସ ଫୋର୍ସ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ନିର୍ଗୁଣ୍ଡି ପଞ୍ଚାୟତ ସରପଞ୍ଚ ଓ ତାଙ୍କର ଦୁଇ ସହଯୋଗୀ ପୁଲିସ ଗାଡ଼ି ଉପରକୁ ଟେକା ପଥର ମାଡ଼ କରିଥିଲେ। ଏହି ଘଟଣାରେ ଧାମନଗର ଥାନା ପୁଲିସ ନିର୍ଗୁଣ୍ଡି ସରପଞ୍ଚ ଓ ତାଙ୍କର୨ ସହହୋଗୀଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି। ସରପଞ୍ଚ ଓ ତାଙ୍କ ସହଯୋଗୀ କେଉଁ କାରଣ ପାଇଁ ପୁଲିସ ଗାଡ଼ିକୁ ଢେଲାପଥର ମାଡ଼ କଲେ ତାହାର ଜଣାପଡ଼ିନାହିଁ। ଏନେଇ ସରପଞ୍ଚଙ୍କର କୌଣସି ପ୍ରତିକ୍ରୀୟା ମିଳିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।
The post ପୁଲିସ ଗାଡ଼ିକୁ ଟେକାମାରି ସରପଞ୍ଚ ଅଟକ appeared first on Odisha Reporter.
from Odisha Reporter https://ift.tt/ZXP0Ajv
No comments:
Post a Comment