ତିରୁପତି ବାଲାଜୀ ମନ୍ଦିରରେ ହଙ୍ଗାମା, କାନ୍ଦି କାନ୍ଦି ଅଭିଯୋଗ ଆଣିଲେ କଂଗ୍ରେସ ନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 5, 2022

ତିରୁପତି ବାଲାଜୀ ମନ୍ଦିରରେ ହଙ୍ଗାମା, କାନ୍ଦି କାନ୍ଦି ଅଭିଯୋଗ ଆଣିଲେ କଂଗ୍ରେସ ନେତ୍ରୀ

ଚେନ୍ନାଇ: ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ହାଇ ଭୋଲଟେଜ ଡ୍ରାମା। କାନ୍ଦିଲେ କଂଗ୍ରେସ ନେତ୍ରୀ ତଥା ଅଭିନେତ୍ରୀ ଅର୍ଚ୍ଚନା ଗୌତମ। ମନ୍ଦିର କର୍ମଚାରୀଙ୍କ ବିରୋଧରେ ଆଣିଲେ ଗୁରୁତର ଅଭିଯୋଗ। ଅଭିନେତ୍ରୀ ଏକ ଭିଡିଓ ଶେଆର କରି କାନ୍ଦି କାନ୍ଦି ମନ୍ଦିର କର୍ମଚାରୀ ତାଙ୍କୁ ଦର୍ଶନ ପାଇଁ ୧୦ ହଜାର ଟଙ୍କା ମାଗିଥିବା ଅଭିଯୋଗ କରିଛନ୍ତି।

ଗତକାଲି ଅର୍ଚ୍ଚନା ଗୌତମ ତିରୁପତି ବାଲାଜୀ ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଇଥିଲେ। ଏଠାରେ ମନ୍ଦିର କର୍ମଚାରୀମାନେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଏଥିସହ ଦର୍ଶନ କରିବା ପାଇଁ ତାଙ୍କୁ ଟିକେଟ୍‌ ଦିଆଯାଇନଥିଲା। କର୍ମଚାରୀମାନେ ତାଙ୍କୁ ଟିକେଟ୍‌ ବାବଦକୁ ୧୦,୫୦୦ ଟଙ୍କା ମାଗିବା ସହ ଅଭଦ୍ର ବ୍ୟବହାର ଦେଖାଇଥିଲେ ବୋଲି ସେ ଭିଡିଓ ପୋଷ୍ଟ କରି ଅଭିଯୋଗ କରିଛନ୍ତି।

ଭିଡିଓରେ ଅର୍ଚ୍ଚନା କହିଛନ୍ତି, ‘ଭାରତର ହିନ୍ଦୁ ଧର୍ମ ସ୍ଥଳ ଏବେ ଲୁଟ୍‌ର ଆଡ୍ଡା ପାଲଟିଛି। ଧର୍ମ ନାଁରେ ତିରୁପତି ବାଲାଜି ମନ୍ଦିରରେ ମହିଳାଙ୍କ ସହ ଅଭଦ୍ର ବ୍ୟବହାର କରାଯାଉଛି। ତେଣୁ ଆନ୍ଧ୍ରପ୍ରଦେଶ ସରକାର ଏହି ଟିଟିଡି କର୍ମଚାରୀଙ୍କ ବିରୋଧରେ ଦୃଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଭିଭିଆଇ ଦର୍ଶନ ନାଁରେ ଏଠି ଜଣଙ୍କ ପିଛା ୧୦,୫୦୦ ଟଙ୍କା ନିଆଯାଉଛି। ଏମିତି ଭାବେ ଲୁଟ୍‌ କରିବା ବନ୍ଦ କରାଯାଉ।’ କଂଗ୍ରେସ ନେତ୍ରୀଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସେପଟେ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣାକୁ ନେଇ ତିରୁମଲା ତିରପତି ଦେବସ୍ଥାନମ ପକ୍ଷରୁ ଏକ ପ୍ରେସ୍‌ ନୋଟ୍‌ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ,  ଶିବକାନ୍ତ ତିୱାରୀ ଏବଂ ଅର୍ଚ୍ଚନା ଗୌତମ ଅନ୍ୟ ୭ ଜଣଙ୍କ ସହ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ଚିଠି ନେଇ ଅଗଷ୍ଟ ୩୦ ତାରିଖରେ ମନ୍ଦିରରେ ପହଞ୍ଚିଥିଲେ। TTD ର ଅତିରିକ୍ତ ଇଓ ତାଙ୍କୁ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ଦର୍ଶନ ପାଇଁ ୩୦୦ ଟଙ୍କାର ଟିକେଟ୍ ଦେଇଥିଲେ। ତାଙ୍କ ଫୋନକୁ ଏକ ମେସେଜ ମଧ୍ୟ ପଠାଯାଇଥିଲା। କିନ୍ତୁ ସେ ଏହାପରେ ୩୦ ତାରିଖରେ ଦର୍ଶନ ପାଇଁ ଆସିନଥିଲେ। ଗଅଷ୍ଟ ୩୧ରେ ସେ TTDର କାର୍ଯ୍ୟାଳୟରେ ପହଞ୍ଚି ଟିକେଟ୍ ମାଗିଥିଲେ।

ତେବେ ତାଙ୍କ ଟିକେଟ୍‌ ଏକ୍ସପାଏର୍‌ ହୋଇଯାଇଥିବା ଅଧିକାରୀମାନେ କହିଥିଲେ। ଏହାପରେ ବି ସେମାନେ ହଙ୍ଗା କରିବାକୁ ଲାଗିଥିଲେ ଓ ଅଧିକାରୀଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଶ୍ରୀବାନୀ ଟ୍ରଷ୍ଟରୁ ୧୦,୦୦୦ ଟଙ୍କା ସହିତ ୫୦୦ ଟଙ୍କାର ଭିଆଇପି ବ୍ରେକ୍ ଦର୍ଶନ ଟିକେଟ୍ ନେଇପାରିବେ ବୋଲି ଅଧିକାରୀମାନେ ତାଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ସେ ଏକ ଭିଡିଓ କରି ସୋଶାଲ ମିଡିଆରେ ମିଥ୍ୟା ଅଭିଯୋଗ କରିବା ଆରମ୍ଭ କରିଥିଲେ ବୋଲି ଟିଟିଡି ପକ୍ଷରୁ ଜାରି ପ୍ରେସ୍‌ ନୋଟ୍‌ରେ କୁହାଯାଇଛି। ପୁଲିସ ଉକ୍ତ ମାମଲାର ତଦନ୍ତ ଜାରି ରଖିଛି।

ଉଲ୍ଲେଖଯୋଗ୍ୟ, ଅର୍ଚ୍ଚନା ଗୌତମ ଉତ୍ତରପ୍ରଦେଶର ହସ୍ତିନାପୁର ବିଧାନସଭା ଆସନରୁ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସେ ହାରି ଯାଇଥିଲେ।

The post ତିରୁପତି ବାଲାଜୀ ମନ୍ଦିରରେ ହଙ୍ଗାମା, କାନ୍ଦି କାନ୍ଦି ଅଭିଯୋଗ ଆଣିଲେ କଂଗ୍ରେସ ନେତ୍ରୀ appeared first on Odisha Reporter.



from Odisha Reporter https://ift.tt/7zje9sU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages