ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର-ସମ୍ୱଲପୁର ଏନ.ଏଚ ୨୬ ର ଛତାମଖନା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ଜଣେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।
ସୂଚନା ଅନୁଯାୟୀ, ଗତକାଲି ବିଲମ୍ୱିତ ରାତିରେ ଏକ ଲାଇନ୍ ଟ୍ରକ୍ ବଲାଙ୍ଗିରରୁ ବରଗଡ ଅଭିମୁଖେ ଯାଉଥିଲା । ଛତାମଖନାଠାରେ ସାମ୍ନା ପଟୁ ଆସୁଥିବା ଏକ ଅଜଣା ଗାଡି ଉକ୍ତ ଟ୍ରକ୍ଟିକୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ଟ୍ରକ୍ର ସମ୍ମୁଖ ଅଂଶ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ତା’ ଭିତରେ ଚାପି ହୋଇ ଯାଇଥିଲେ।
ଖବର ପାଇ ଲୋଇସିଂହା ଏବଂ ବଲାଙ୍ଗିର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ କଟର ସାହାଯ୍ୟରେ କ୍ୟାବିନକୁ କାଟି ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବଲାଙ୍ଗିର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
The post ଟ୍ରକ୍କୁ ପିଟିଦେଲା ଅଜଣା ଗାଡ଼ି, ଚାପି ହୋଇଗଲେ ଡ୍ରାଇଭର appeared first on Odisha Reporter.
from Odisha Reporter https://ift.tt/BhlsX4K
No comments:
Post a Comment