ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ଛୁରାମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 2, 2022

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ଛୁରାମାଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ  ଛୁରାମାଡ଼ ହୋଇଛି। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର କଦଳୀଗୋଦାମ ଅଞ୍ଚଳରେ। ଆହତ ବ୍ୟକ୍ତି ଜଣଙ୍କ ହେଲେ ଶେଖ ଅବଦୁଲ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅବଦୁଲଙ୍କ ପେଟ ଓ ପିଞ୍ଜରାରେ ଗଭୀର ଆଘାତ ଲାଗିଛି।

ଗତକାଲି ରାତିରେ କୌଣସି କଥାକୁ ନେଇ ଅବଦୁଲ ସହ ଆଦିତ୍ୟଙ୍କ ପରିବାର ଲୋକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଆଦିତ୍ୟ ଏକ ଛୁରି ଆଣି ଅବଦୁଲକୁ ଭୁସି ଦେଇଥିଲେ। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ପହଞ୍ଚି ଆଦିତ୍ୟଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପାର୍ବଣ ଋତୁ ଚାଲିଥିବାରୁ କମିଶନରେଟ୍ ପୁଲିସ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ରାତିରେ ବିଭିନ୍ନ ଛକରେ ପୁଲିସ ପଇନ୍ତରା ମାରୁଛନ୍ତି। ଏହା ସତ୍ତ୍ୱେ ବି ଅପରାଧୀମାନେ  ଅପରାଧ  କରିବାକୁ ପଛାଉ ନାହାନ୍ତି।  କେଉଁଠି ଛୁରାମାଡ଼ କରୁଛନ୍ତି ତ ଆଉ କେଉଁଠି ହତ୍ୟାକାଣ୍ଡ ଘଟାଇ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି।

 

The post ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ଛୁରାମାଡ଼ appeared first on Odisha Reporter.



from Odisha Reporter https://ift.tt/P2HeEgf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages