ମୁମ୍ବାଇ: ମରଣାଯନ୍ତା ପାଲଟିଛି ରାଜପଥ। ଦୁଇ ଦିନରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଲାଣି । ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥର ପାଲଘର ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ସୋମବାର ମୁମ୍ବାଇରୁ ଗୁଜରାଟ ଅଭିମୁଖେ ଯାଉଥିବା ଏକ କାର ଡିଭାଇଡର ଉପରେ ପିଟି ହୋଇ ଏକ ଅଟୋ ଉପରକୁ ମାଡ଼ି ଯାଇଥିଲା। ପାଲଘର ତଲସାରି ତହସିଲ ଆମ ଗାଁ ଗ୍ରାମରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ କାରରେ ଥିବା ୩ ଜଣ ଏବଂ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ସମାନ ଜାଗାରେ ମଙ୍ଗଳବାର ଏକା ପ୍ରକାର ଦୁର୍ଘଟଣା ଘଟିଥିଲା। ଏଠାରେ ଏକ କାର ଅନ୍ୟ ଅଟୋକୁ ଧକ୍କା ଦେଇଥିଲା। ଉଭୟ ଯାନର ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଦୁଇଟି ଦୁର୍ଘଟଣାକୁ ନେଇ ପୁଲିସ ଏକ ମାମଲା ରୁଜୁ କରିଛି । ଆଇପିସି ଏବଂ ମୋଟର ଭେକିଲ ଆକ୍ଟକୁ ନେଇ ପୁଲିସ ମମଲା ରୁଜୁ କରି ତଦନ୍ତ ଚଳାଉଛି।
The post ଦୁର୍ଘଟଣାରେ ଚାଲିଗଲା ୬ ଜୀବନ appeared first on Odisha Reporter.
from Odisha Reporter https://ift.tt/GxBV1UX
No comments:
Post a Comment