ୱି ୱଣ୍ଟ ଟିଚର୍‌, ଶିକ୍ଷକ ନିଯୁକ୍ତ ଦାବିରେ ୪ କି.ମି ଚାଲିଲେ ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 20, 2022

ୱି ୱଣ୍ଟ ଟିଚର୍‌, ଶିକ୍ଷକ ନିଯୁକ୍ତ ଦାବିରେ ୪ କି.ମି ଚାଲିଲେ ଛାତ୍ରଛାତ୍ରୀ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ୱି ୱାଣ୍ଟ ଟିଚର୍‌। ୱିଥ୍‌ ଆଉଟ୍‌ ଟିଚର୍‌, ନୋ ଫ୍ୟୁଚର୍‌। ନୋ ଟିଚର୍‌, ନୋ ଏଗ୍‌ଜାମ୍‌। ଏଭଳି କିଛି ନାରା ଦେଇ ସ୍କୁଲରେ ଶିକ୍ଷକ ନିଯୁକ୍ତ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ଦୀର୍ଘ ୪ କିଲୋମିଟର ବାଟ ଚାଲି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଧିନରେ ଥିବା ଆଦର୍ଶ ବିଦ୍ୟାଳୟରେ କେମିଷ୍ଟ୍ରି ଶିକ୍ଷକଙ୍କ ଅଭାବକୁ ନେଇ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ। ଦୀର୍ଘ ଦିନ ହେଲା କେମିଷ୍ଟ୍ରି ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଅସୁବିଧା ହେଇ ଆସୁଥିବାବେଳେ ଏନେଇ ବାରମ୍ବାର ବିଦ୍ୟାଳୟ କତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ପୂର୍ବରୁ ଅବଗତ କରାଯାଇଛି।

କିନ୍ତୁ ସେଥିରେ କୌଣସି ଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ଶତାଧିକ ଛାତ୍ରଛାତ୍ରୀ ଚାଲି ଚାଲି ଗଞ୍ଜାପାରା ଠାରୁ ରାଇଘର ପର୍ଯ୍ୟନ୍ତ ଦୀର୍ଘ ୪ କି.ମି. ବାଟ ଅତିକ୍ରମ କରି ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏଥି ସହ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ହାତରେ ବିଭିନ୍ନ ପ୍ରକାର ଫ୍ଲାଗ କାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶିକ୍ଷକ ନିଯୁକ୍ତି ପରେ ହିଁ ଆନ୍ଦୋଳନରୁ ହଟିବୁ ବୋଲି କହିଥିଲେ।

ତେବେ ବୁଝାସୁଝା କରିବା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ହଟିଛନ୍ତି। ତୁରନ୍ତ ଶିକ୍ଷକ ନିଯୁକ୍ତି ନହେଲେ ଆଗକୁ ଆନ୍ଦୋଳନ କରିବାକୁ ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି।  ସେପଟେ ୧୦ ଦିନ ମଧ୍ୟରେ ଶିକ୍ଷକଙ୍କୁ ନିଯୁକ୍ତି କରାଯିବ ବୋଲି ବିଇଓ ପ୍ରତିଶ୍ରୁତି ଦେଇଥିବା ସ୍କୁଲର ପ୍ରିନ୍ସିପାଲ କହିଛନ୍ତି।

The post ୱି ୱଣ୍ଟ ଟିଚର୍‌, ଶିକ୍ଷକ ନିଯୁକ୍ତ ଦାବିରେ ୪ କି.ମି ଚାଲିଲେ ଛାତ୍ରଛାତ୍ରୀ appeared first on Odisha Reporter.



from Odisha Reporter https://ift.tt/2M17Wdq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages