ଗଣେଶ ବିସର୍ଜନ ବେଳେ ଫୁଟିଲା ଗୁଳି, ସିନ୍ଦେ-ଉଦ୍ଧବ ଗୋଷ୍ଠୀ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 10, 2022

ଗଣେଶ ବିସର୍ଜନ ବେଳେ ଫୁଟିଲା ଗୁଳି, ସିନ୍ଦେ-ଉଦ୍ଧବ ଗୋଷ୍ଠୀ ମୁହାଁମୁହିଁ

ମୁମ୍ବାଇ: ମୁମ୍ବାଇରେ ଦିନକୁ ଦିନ ବଢ଼ି ଚାଲିଛି ଶିବେସାନର ଉଦ୍ଧବ ଠାକରେ ଗୋଷ୍ଠୀ ଓ ଏକନାଥ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ। ଏହି ଦୁଇ ଗୋଷ୍ଠୀ ବାରମ୍ବର ମୁହାଁମୁହିଁ ହେଉଛନ୍ତି। ଏପରି କି ହାତାହାତି ଯାଏ ମଧ୍ୟ କଥା ଯାଉଛି। ମୁମ୍ବାଇର ଦାଦରରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୁଣି ଥରେ ଏହି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପ୍ରଥମେ ପାଟିତୁଣ୍ଡ ଓ ପରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି।

ଶନିବାର ରାତିରେ ଏହି ବିବାଦ ଆହୁରି ବଢ଼ିଥିଲା। ଦାଦର ପୁଲିସ ଷ୍ଟେସନ ଅଞ୍ଚଳରେ ଉଭୟ ଦଳ ପୁଣି ଥରେ ମୁହାଁମୁହିଁ ହୋଇଥିଲେ। ଗତ ରାତିରେ ପ୍ରଭାଦେଭିରେ ହୋଇଥିବା ଲଢ଼େଇ ସିନ୍ଦେ ଗୋଷ୍ଠୀର ମୁଖ୍ୟ ସାନ୍ତୋଷ ତେଲାଭାନେ ଉଦ୍ଧବ ଠାକେରଙ୍କ ଗୋଷ୍ଠୀର ମୁଖ୍ୟ ମହେଶ ସାୱନ୍ତ ଏବଂ ଅନ୍ୟ କର୍ମକର୍ତ୍ତାଙ୍କୁ ମାରପିଟ୍‌ କରିବା, ଧମକ ଦେବା ଓ ତାଙ୍କ ବେକର ସୁନା ଚେନ୍‌ ଚୋରି କରିଥିବା ଅଭିଯୋଗ କରିଛନ୍ତି। ସେପଟେ ବିଧାୟକ ସଦା ସରବଣକରଙ୍କ ଉପରେ ଉଦ୍ଧବ ଗୋଷ୍ଠୀ ଗୁଳିମାଡ କରିଥିବା ଅଭିଯୋଗ ହୋଇଛି।

ତେବେ ଗୁଳିମାଡରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶିବସେନା ବିଭାଗର ପ୍ରମୁଖ ମହେଶ ସାୱନ୍ତ। ସେପଟେ କିନ୍ତୁ ବିଧାୟକ ସଦା ସରବଣକର ଏହି ଗୁଳିମାଡ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ରାତିସାରା ଜାରି ରହିଥିବା ଏହି ହଙ୍ଗାମା ଭୋର ୪ଟାରେ ଶେଷ ହୋଇଛି। ପୁଲିସ ପଚରାଉଚରା ପରେ ସକାଳୁ ବିଧାୟକ ଥାନାରୁ ବାହାରିଛନ୍ତି। ପୁଲିସ ଏହି ମାମଲାରେ ବର୍ତ୍ତମାନ ଯାଏ କୌଣସି ଅଫିସିଆଲ ବୟନା ଜାରି କରି ନାହିଁ। କିନ୍ତୁ ଦାଦର ପୁଲିସ ଷ୍ଟେସନରେ ସନ୍ତୋଷ ତେଲବନେଙ୍କ ଅଭିଯୋଗ ପରେ ଠାକରେ ଗୋଷ୍ଠୀଙ୍କ ମହେଶ ସାୱନ୍ତଙ୍କ ସମେତ ୩୫ ଜଣଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

The post ଗଣେଶ ବିସର୍ଜନ ବେଳେ ଫୁଟିଲା ଗୁଳି, ସିନ୍ଦେ-ଉଦ୍ଧବ ଗୋଷ୍ଠୀ ମୁହାଁମୁହିଁ appeared first on Odisha Reporter.



from Odisha Reporter https://ift.tt/43WqdLv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages