ଭାରତ ପ୍ରେମରେ ଟ୍ରମ୍ପ, କହିଲେ- ଭାରତ ଆମେରିକାର ସବୁଠୁ ଭଲ ବନ୍ଧୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 10, 2022

ଭାରତ ପ୍ରେମରେ ଟ୍ରମ୍ପ, କହିଲେ- ଭାରତ ଆମେରିକାର ସବୁଠୁ ଭଲ ବନ୍ଧୁ

ୱାଶିଂଟନ୍‌:ଭାରତ ପ୍ରମେରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତକୁ ନେଇ ଦେଇଛନ୍ତି ସେ ନୂରା। କହିଛନ୍ତି ଭାରତ ଆଉ ଆମେରିକା ସବୁଠୁ ଭଲ ବନ୍ଧୁ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏକ ଇଣ୍ଟରଭ୍ୟୁରେ ଡୋନାଲ୍ଡ ଟ୍ରମ୍ପ ଭାରତକୁ ନେଇ ଏପରି କହିଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ନାରା ସହିତ ଭାରତ-ଆମେରିକାର ସମ୍ପର୍କକୁ ବ୍ୟାଖ୍ୟା କରିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏକ ସାକ୍ଷାତକାରରେ ଏକ ପ୍ରଶ୍ନର ଉତ୍ତରରେ ସେ ହିନ୍ଦୀରେ କହିଥିଲେ, ‘ଭାରତ ଏବଂ ଆମେରିକା ସବୁଠୁ ଭଲ ବନ୍ଧୁ ବା ସବ୍‌ସେ ଅଚ୍ଛା ଦୋସ୍ତ।’

ଭାରତ ସମର୍ଥନରେ ଦେଇଥିବା ଏହି ବୟାନ ପରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରବର୍ତ୍ତୀ ରାଷ୍ଟପ୍ରତି ନିର୍ବାଚନରେ ପୁଣି ଥରେ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ରାଜନୈତିକ କାରଣ ହେଉ ଅବା ଅନ୍ୟ କୌଣସି କାରଣରୁ, ଟ୍ରମ୍ପ ଅତୀତରେ ଅନେକଥର ଭାରତ ପ୍ରତି ନିଜର ଅଭିମୁଖ୍ୟ ପ୍ରକାଶ କରି ସାରିଛନ୍ତି। ଗତ ରାଷ୍ଟ୍ରପତି ନିର୍ବାଚନରେ ଆମେରିକାରେ ରହୁଥିବା ଭାରତୀୟପ୍ରବାସୀଙ୍କ ସମର୍ଥନ ପାଇବା ପାଇଁ ସେ ଖୋଲାଖୋଲି ଭାବେ ଭାରତ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ।

ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ନରେନ୍ଦ୍ର ମୋଦି ଉଭୟ ଜନସମର୍ଥନ ପାଇବାକୁ ବିଶେଷ ଉଦ୍ୟମ କରିଥିଲେ। ୨୦୧୯ରେ ପ୍ରଧାନମନ୍ତ୍ରୀ ମ‌ୋଦି ପ୍ରଧାନମନ୍ତ୍ରୀ ଭାବେ ପୁନଃନିର୍ବାଚିତ ହେବା ପରେ ସେ ଓ ରାଷ୍ଟ୍ରପତି ଟେକ୍ସାସ୍‌ର ଟ୍ରମ୍ପ୍‌ ହଷ୍ଟନ୍‌ରେ ଆୟୋଜିତ ବିଶାଳ ‘ହାଓଡି, ମୋଦି’ ରାଲିରେ ଉଦ୍‌ବୋଧନ ଦେଇଥିଲେ। ଏହି ରାଲିରେ ଅସଂଖ୍ୟ ଭାରତୀୟ ଆମେରିକୀୟ ଯୋଗ ଦେଇଥିଲେ।

The post ଭାରତ ପ୍ରେମରେ ଟ୍ରମ୍ପ, କହିଲେ- ଭାରତ ଆମେରିକାର ସବୁଠୁ ଭଲ ବନ୍ଧୁ appeared first on Odisha Reporter.



from Odisha Reporter https://ift.tt/wORHCD8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages