ଥମୁନି ବିବାଦ: ସଚିନ ପାଇଲଟଙ୍କ ସପକ୍ଷରେ ଲାଗିଲା ହୋର୍ଡିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 26, 2022

ଥମୁନି ବିବାଦ: ସଚିନ ପାଇଲଟଙ୍କ ସପକ୍ଷରେ ଲାଗିଲା ହୋର୍ଡିଂ

ଜୟପୁର: ରାଜସ୍ଥାନରେ ଆରମ୍ଭ ହୋଇଥିବା କ୍ଷମତା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ରାଜ୍ୟର ଦାୟିତ୍ୱ କାହାକୁ ମିଳିବ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଗାନ୍ଧି ପରିବାର ସଚିନ ପାଇଲଟଙ୍କ ସପକ୍ଷରେ ଥିବା ବେଳେ ଗେହଲଟଙ୍କ ଗୋଷ୍ଠୀ ଏହାକୁ ଗ୍ରହଣ କରିବା ମୁଡରେ ନାହାନ୍ତି।

ଯଦି ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବେ, ତା’ହେଲେ ଗେହଲଟଙ୍କୁ ସମର୍ଥନ କରୁଥିବା ବିଧାୟକମାନେ ସାମୂହିକ ଇସ୍ତଫା ଦେବେ ବୋଲି କହିଛନ୍ତି। ଏହାକୁ ନେଇ ହାଇକମାଣ୍ଡ ଟେନସନରେ ଥିବା ବେଳେ ଏବେ ନୂଆ ପୋଷ୍ଟର ସାମ୍ନାକୁ ଆସିଛି।

ସଚିନ ପାଇଲଟଙ୍କ ସମର୍ଥନରେ ରାଜସ୍ଥାନର ଯୋଧପୁରରେ ଏକାଧିକ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ସଚିନ ପାଇଲଟଙ୍କ ଫଟୋ ରହିଛି। ଏଥିରେ ଲେଖାଯାଇଛି ଯେ “ସତ୍ୟ ମେବ ଜୟତେ, ନୂଆ ଯୁଗର ଆରମ୍ଭ।” ବିବାଦ ମଧ୍ୟରେ ସତ୍ୟର ଜୟ ହେବ ଓ ନୂଆ ଯୁଗର ଆରମ୍ଭ ହେବ ପୋଷ୍ଟର ନୂଆ ଟ୍ୱିଷ୍ଟ ଆଣିଛି। ଏ ସମ୍ପର୍କରେ ସଚିନ ପାଇଲଟ କିମ୍ବା ତାଙ୍କ ସମର୍ଥକମାନଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସଚିନ ପାଇଲଟ ଏବେ ଜୟପୁରରେ ରହିଛି ଓ ସେ ପୋଷ୍ଟର ସମ୍ପର୍କରେ କିଛି ଜାଣି ନଥିବା କହିଛନ୍ତି।

ରବିବାର ରାତିରେ ରାଜସ୍ଥାନରେ ସଚିନ ଓ ଗେହଲଟ କଳି ତୀବ୍ର ହୋଇଥିଲା। ଗେହଲଟଙ୍କ ସମର୍ଥନରେ ୯୦ରୁ ଅଧିକ ବିଧାୟକ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କ ଘରେ ଏକାଠି ହୋଇ ବୈଠକ କରିଥିଲେ। ଏହାପରେ ସେମାନେ ଗେହଲଟଙ୍କ ସମର୍ଥନ କରି ଇସ୍ତଫା ଦେବାର ଚେତାବନୀ ଦେଇଥିଲେ। ବିବାଦର ସମାଧାନ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଦୁଇ ବରିଷ୍ଠ ନେତା ଅଜୟ ମାକେନ ଓ ମଲ୍ଲିକାର୍ଜୁନ ଖାଡଗେଙ୍କୁ ଜୟପୁର ପଠାଇଥିଲେ।

ସେମାନେ ତୁରନ୍ତ ଜୟପୁର ଆସି ଗେହଲଟଙ୍କ ଗୋଷ୍ଠୀର ବିଧାୟକମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବାକୁ ଚାହିଁଥିଲେ। ହେଲେ ବିଧାୟକମାନେ ଉଭୟଙ୍କୁ ଏବେ ଦେଖା କରିବାକୁ ରାଜି ହୋଇନାହାନ୍ତି। ସେମାନେ ଦେଖା ନ କରିବାରୁ ମାକେନ ଓ ଖାଡଗେ ଯୋଡ଼ି ନିରାଶ ହୋଇ ଦିଲ୍ଲୀ ଫେରିଛନ୍ତି।

ଗେହଲଟ ଯଦି କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଜିତିବେ, ତା’ହେଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ। ଏପରି ସ୍ଥିତିରେ ୨୦୨୦ରେ ତାଙ୍କ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବେ। ହେଲେ ଗେହଲଟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ମୁଡରେ ନାହାନ୍ତି। ଯଦି ବି ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ, ତା’ହେଲେ ସଚିନ ନୁହେଁ ବରଂ ତାଙ୍କ ପସନ୍ଦର ଜଣେ ନେତା ପଦ ସମ୍ଭାଳିବେ ଦରକାର ବୋଲି ସେ ଚାହୁଁଛନ୍ତି। ଏହାକୁ ନେଇ ରାଜସ୍ଥାନ କଂଗ୍ରେସେ ଛକାପଞ୍ଝା ଆରମ୍ଭ ହୋଇଯାଇଛି।

ବିଦ୍ରୋହ ଘୋଷଣା କରିଥିବା ବିଧାୟକଙ୍କ କହିବା କଥା ଯେ ଗେହଲଟ ମୁଖ୍ୟମନ୍ତ୍ରୀ ପଦରେ ରୁହନ୍ତୁ ନଚେତ ତାଙ୍କ ପସନ୍ଦର ନେତାଙ୍କୁ ଚୟନ କରନ୍ତୁ। ଏନେଇ ସେମାନେ ବାଚସ୍ପତି ସିପି ଯୋଶୀଙ୍କୁ ଭେଟି ଇସ୍ତଫା ଦେବାକୁ ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି।

ଏଥସହ ସେମାନେ ୨୦୨୦ରେ ସଚିନ ପାଇଲଟ ସରକାର ବିରୋଧରେ କରିଥିବା ବିଦ୍ରୋହ କଥା ମଧ୍ୟ ଉଠାଇଛନ୍ତି। ୨୦୨୦ରେ ସରକାରଙ୍କ ସହ ଯେଉଁମାନେ ଥିଲେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଏବେ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ବିଧାୟକମାନେ ଦାବି କରିଛନ୍ତି।

The post ଥମୁନି ବିବାଦ: ସଚିନ ପାଇଲଟଙ୍କ ସପକ୍ଷରେ ଲାଗିଲା ହୋର୍ଡିଂ appeared first on Odisha Reporter.



from Odisha Reporter https://ift.tt/Ci0YQyI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages