୨୦୦ କୋଟି ଠକେଇ ମାମଲା: ଅଭିନେତ୍ରୀ ଜ୍ୟାକଲିକ ଫର୍ଣ୍ଣାଡିଜ୍‌ଙ୍କୁ ବଡ଼ ଆଶ୍ୱସ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 26, 2022

୨୦୦ କୋଟି ଠକେଇ ମାମଲା: ଅଭିନେତ୍ରୀ ଜ୍ୟାକଲିକ ଫର୍ଣ୍ଣାଡିଜ୍‌ଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ: ବିଲଡଉ ଅଭିନେତ୍ରୀ ତଥା ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ପର୍ଣ୍ଣାଡିଜ୍‌ଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ୨୦୦ କୋଟି ଟଙ୍କା ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନଙ୍କ ସମ୍ପର୍କ ଥିବା ଜଣାପଡ଼ିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରି କି ଇଡି ତାଙ୍କୁ ଘନଘନ ଜେରା ମଧ୍ୟ କରିବାରେ ଲାଗିଛି।

ଏ ସବୁ ଭିତରେ ଆଜି କୋର୍ଟରୁ ତାଙ୍କୁ ଏହି ୨୦୦ କୋଟି ଠକେଇ ମାମଲାରେ ଆଗୁଆ ଜାମିନ ମିଳିଛି। ପଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କୁ ୫୦ ହଜାର ବଣ୍ଡ ବଳରେ ଜାମିନ ଦେଇଛନ୍ତି। ଜାମିନ ଆବେଦନର ଶୁଣାଣି ବେଳେ ଜ୍ୟାକଲିନ କୋର୍ଟରେ ଉପସ୍ଥିତ ଥିଲେ। ଧଳା ଶାର୍ଟ ଓ କଳା ଟ୍ରାଉଜର ପିନ୍ଧି ସେ କୋର୍ଟ ଭିତରକୁ ଯାଇଥିଲେ। କ୍ୟାମେରା ଲେନ୍ସରୁ ବର୍ତ୍ତିବା ପାଇଁ ସେ ଓକିଲଙ୍କ ଭଳି ବେଶ ଧାରଣ କରି କୋର୍ଟରେ ପ୍ରବେଶ କରିଥିଲେ ବୋଲି କୁହାଯାଉଛି।

୨୦୦ କୋଟି ଠକେଇ ମାମଲାରେ ଇଡି ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରିଛି। ଏଥିରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଚାର୍ଜଶିଟ୍‌ ଆଧାରରେ ଜ୍ୟାକଲିନଙ୍କୁ ସେପ୍ଟେମ୍ବର ୨୬ରେ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା। ସେ ମଧ୍ୟ ଆଜି କୋର୍ଟରେ ହାଜର ହୋଇ ଜାମିନ ପାଇଛନ୍ତି।

ମହାଠକ ସୁକେଶ ଚନ୍ଦ୍ର ଶେଖରଙ୍କ ଠାରୁ ଜ୍ୟାକଲିନ ଏକାଧିକ ଦାମୀ ଉପହାର ଗ୍ରହଣ କରିଥିଲେ। ଏପରି କି ଜ୍ୟାକିଲନଙ୍କ ସହ ତାଙ୍କ ଘନିଷ୍ଠ ସମ୍ପର୍କ ମଧ୍ୟ ରହିଥିଲା। ଏଥିପାଇଁ ଉଭୟ ଇଡି ଓ ଦିଲ୍ଲୀ ପୁଲିସ୍‌ ଜ୍ୟାକିଲନଙ୍କୁ ଜେରା କରିଛନ୍ତି।

ଗତ ସପ୍ତାହରେ ଜ୍ୟାକଲିନଙ୍କ ବନ୍ଧୁ ତଥା ଫ୍ୟାଶନ ଡିଜାଇନର ଲୀପାକିଶ ଇଲ୍ଲାୱାଡିଙ୍କୁ ଦିଲ୍ଲୀ ପୁଲିସର ଇଓଡବ୍ଲ୍ୟୁ ପ୍ରାୟ ୮ ଘଣ୍ଟା ଧରି ଜେରା କରିଥିଲା। ଏହି ସମୟରେ ଜ୍ୟାକଲିନ ଓ ସୁକେଶଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ସେ ଜାଣିଥିଲେ ବୋଲି ପୁଲିସ୍‌ ଆଗରେ ସ୍ୱୀକାର କରିଥିଲେ।

ସୁକେଶ ନିଜ ଜାଲରେ ଜ୍ୟାକଲିନଙ୍କୁ ଫସାଇବା ପାଇଁ ଇଲ୍ଲାୱାଡିଙ୍କ ସହାୟତା ନେଇଥିଲେ। ଜ୍ୟାକଲିନଙ୍କ ମନ ଜିତିବା ପାଇଁ ସେ ତାଙ୍କ ପସନ୍ଦର ବ୍ରାଣ୍ଡେଡ ଡ୍ରେସ ଉପହାର ଆକାରରେ ଦେଇଥିଲେ। ତେବେ ସୁକେଶ ଗିରଫ ହେବା ଖବର ସାମ୍ନାକୁ ଆସିବା ପରେ ଜ୍ୟାକଲିନ ତାଙ୍କ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଦେଇଥିଲେ ବୋଲି ଇଲ୍ଲାୱାଡି ପୁଲିସ୍‌କୁ କହିଛନ୍ତି।

ତଦନ୍ତରୁ ଜଣାପଡ଼ିଛି ଯେ ସୁକେଶ ତାଙ୍କ ଜନ୍ମଦିନରେ ଜ୍ୟାକଲିନଙ୍କ ଏଜେଣ୍ଟ ପ୍ରଶାନ୍ତଙ୍କୁ ଗୋଟିଏ ମୋଟରସାଇକେଲ ଉପହାର ଆକାରରେ ଦେବାକୁ ଚାହିଁଥିଲେ। କିନ୍ତୁ ପ୍ରଶାନ୍ତ ଏହା ଗ୍ରହଣ କରି ନଥିଲେ। ଏହା ସତ୍ତ୍ୱେ ସୁକେଶ ଉକ୍ତ ବାଇକକୁ ପ୍ରଶାନ୍ତଙ୍କ ଘରେ ରଖି ଚାବି ଦେଇ ଚାଲି ଯାଇଥିଲେ। ତଦନ୍ତ ବେଳେ ପୁଲିସ୍‌ ଉକ୍ତ ବାଇକକୁ ଜବତ କରିଛି।

The post ୨୦୦ କୋଟି ଠକେଇ ମାମଲା: ଅଭିନେତ୍ରୀ ଜ୍ୟାକଲିକ ଫର୍ଣ୍ଣାଡିଜ୍‌ଙ୍କୁ ବଡ଼ ଆଶ୍ୱସ୍ତି appeared first on Odisha Reporter.



from Odisha Reporter https://ift.tt/OapZo9P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages