ଭୋପାଲ: ଜଣେ ୩୦ ବର୍ଷୀୟ ମହିଳା ନିଜର ୩ ବର୍ଷର ଝିଅକୁ ମାରିବା ପରେ ନିଜେ ମଧ୍ୟରେ ବେକରେ କପଡ଼ା ବାନ୍ଧି ଝୁଲି ପଡ଼ିଛନ୍ତି। ଉଭୟଙ୍କ ଝୁଲନ୍ତା ମୃତଦେହ ପରିବାର ଲୋକ ଦେଖି ପୂରା ସ୍ତବ୍ଧ ହୋଇଯାଇଛନ୍ତି। ମଧ୍ୟପ୍ରଦେଶର ଅଶୋକା ଗାର୍ଡେନ ଅଞ୍ଚଳରେ ଏହି ଘଟଣା ଘଟିଛି।
ଘଟଣା ଘଟିବା ବେଳେ ମହିଳାଙ୍କ ସ୍ୱାମୀ ଆଉ ଗୋଟିଏ ରୁମରେ ଶୋଇଥିଲେ। ମହିଳାଙ୍କ ମା’ ଘରକୁ ଫେରିବା ପରେ ଦୁଇ ଜଣଙ୍କ ମୃତଦେହ ଦେଖି ଚିତ୍କାର କରିଥିଲେ। ଏହାପରେ ସ୍ୱାମୀ ଓ ପଡ଼ୋଶୀଙ୍କ ସହାୟତାରେ ମା’ଝିଅଙ୍କୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଖବର ପାଇ ଅଶୋକା ଗାର୍ଡେନ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଏବେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଶୋକା ଗାର୍ଡେନ ଏସଏଚ୍ଓ ଆଲୋକ ଶ୍ରୀବାସ୍ତବ କହିଛନ୍ତି, ମୃତ ମହିଳା ଜଣଙ୍କ ହେଲେ ବର୍ଷା ରାଉତ। ସେ ପନଧୁରନାରେ ରହୁଥିବା ରାଜେନ୍ଦ୍ର ରାଉତଙ୍କୁ ୪ ବର୍ଷ ତଳେ ବିବାହ କରିଥିଲେ। ଏହି ଦମ୍ପତିଙ୍କର ୩ ବର୍ଷର ଝିଅଟିଏ ମଧ୍ୟ ଥିଲା। ତାଙ୍କ ନାଁ ପ୍ରସଭି। ରାଜେନ୍ଦ୍ର ରାତିବାଦ ଅଞ୍ଚଳରେ ଥିବା ଗୋଟିଏ ଶିକ୍ଷାନୁଷ୍ଠାନରେ କାମ କରନ୍ତି।
ବାହଘର ପରେ ଦମ୍ପତି କାତ୍ରା ହିଲ୍ସର ଗୌରୀଶଙ୍କର କଲୋନୀରେ ଥିବା ବର୍ଷାଙ୍କ ସାନ ଭଉଣୀଙ୍କ ଘରେ ରହୁଥିଲେ। ୩ ମାସ ତଳେ ସେମାନେ ଅଶୋକା ଗାର୍ଡେନ ଅଞ୍ଚଳର ରୂପ ନଗରରେ ଥିବା ବର୍ଷାଙ୍କ ବାପାମା’ଙ୍କ ଘରକୁ ଶିଫ୍ଟି କରିଥିଲେ। ବର୍ଷା ବାହାଘର ପୂର୍ବରୁ ବ୍ୟୁଟିସିଆନ ଭାବେ କାମ କରୁଥିଲେ। ୩ରୁ ୪ ଦିନ ତଳେ ବର୍ଷାଙ୍କ ମା’ ମମତା କାତ୍ରା ହିଲ୍ସରେ ଥିବା ନିଜ ସାନ ଝିଅ ଘରକୁ କିଛି ଦିନ ପାଇଁ ଯାଇଥିଲେ।
ଗୁରୁବାର ସକାଳ ୯ଟା ବେଳେ ସେ ନିଜ ଘରକୁ ଫେରିଥିଲେ। ସେ କବାଟ ବାଡ଼େଇବାରୁ ରାଜେନ୍ଦ୍ର ଏହାକୁ ଖୋଲିଥିଲେ ଓ ପୁଣି ଶୋଇବାକୁ ଚାଲି ଯାଇଥିଲେ। ମମତା ଯେତେବେଳେ ବର୍ଷାଙ୍କ ରୁମକୁ ଯାଇଥିଲେ, ସେଠାକାର ଦୃଶ୍ୟ ତାଙ୍କୁ ସ୍ତବ୍ଧ କରିଦେଇଥିଲା। ବର୍ଷା ଓ ପ୍ରସଭିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସେ ଚିତ୍କାର କରିଥିଲେ।
ଏହାଶୁଣି ରାଜେନ୍ଦ୍ର ରୁମ ଭିତରକୁ ଦୌଡ଼ି ଯାଇଥିଲେ। ସେ ତୁରନ୍ତ ପଡ଼ୋଶୀଙ୍କୁ ଖବର ଦେବା ସହ ଉଭୟଙ୍କୁ ହସ୍ପିଟାଲ ନେଇଥିଲେ। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସବୁ କିଛି ଠିକ ଠାକ ଥିବା ବେଳେ କାହିଁକି ବର୍ଷା ଏପରି ପଦକ୍ଷେପ ନେଲେ, ସେକଥା ଜଣାପଡ଼ିନି। ପୁଲିସ୍ ମଧ୍ୟ କୌଣସି ସୁଇସାଇଡ ନୋଟ ଠାବ କରିନାହିଁ। ଏବେ ପୁଲିସ୍ ରାଜେନ୍ଦ୍ର ଓ ବର୍ଷାଙ୍କ ପରିବାର ଲୋକଙ୍କୁ ଜେରା କରି କାରଣ ଜାଣିବାକୁ ଚେଷ୍ଟା କରୁଛି।
The post ୩ ବର୍ଷର ଝିଅକୁ ମାରିବା ପରେ ନିଜେ ଝୁଲିପଡ଼ିଲା ମା’ appeared first on Odisha Reporter.
from Odisha Reporter https://ift.tt/pVLrOZB
No comments:
Post a Comment