ଲକ୍ଷ୍ନୌ: ବିଭିନ୍ନ ପ୍ରସଙ୍ଗରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଆଜି ଆରମ୍ଭ କରିଥିବା ବିଶାଳ ଶୋଭାଯାତ୍ରାକୁ ଅଧାରେ ଅଟକାଇଛି ଉତ୍ତର ପ୍ରଦେଶ ପୁଲିସ୍। ଆଜି ଅଖିଲେଶ ଯାଦବ ଓ ସମାଜବାଦୀ ପାର୍ଟିର ଶତାଧିକ କର୍ମୀ ହାତରେ ବିଭିନ୍ନ ପ୍ରକାରର ଫ୍ଲାକାର୍ଡ ଧରି ବିଶାଳ ପ୍ରତିବାଦ ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ବିଧାନ ଭବନ ଅଭିମୁଖେ ଯିବାର ଥିଲା। ତେବେ ଆନ୍ଦୋଳନସ୍ଥଳରୁ ଅଖିଲେଶ ଆଣ୍ଡ କୋ ମାତ୍ର ୧୦୦ ମିଟର ରାସ୍ତା ଅତିକ୍ରମ କରିଥିବା ବେଳେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା।
ବିକ୍ଷୋଭ ଶୋଭାଯାତ୍ରା ପାଇଁ ସମାଜବାଦୀ ପାର୍ଟିକୁ ଅନୁମତି ନଥିବାରୁ ପୁଲିସ୍ ବ୍ୟାରିକେଡ ଲଗାଇଛି। ଏହାକୁ ନେଇ ପୁଲିସ୍ ସମାଜବାଦୀ ପାର୍ଟିର କର୍ମୀଙ୍କ ମଧ୍ୟରେ ବେଶ ପେଲାଠେଲା ଦେଖିବାକୁ ମିଳିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ସିଛି। ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆଜି ଏପରି ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା।
ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଯେକୌଣସି ରାଜନୀତିକ ଦଳ ଗଣତାନ୍ତ୍ରିକ ଉପାୟରେ ପ୍ରଶ୍ନ କଲେ କିଛି ବି ଅସୁବିଧା ନାହିଁ। ସମାଜବାଦୀ ପାର୍ଟି ଯେକୌଣସି ଶୋଭାଯାତ୍ରା ପାଇଁ ପ୍ରଥମେ ଅନୁମତି ନେବା ଦରକାର। ସେହିପରି ସେମାନଙ୍କ ଶୋଭାଯାତ୍ରା ଯୋଗୁ କାହାର ଯେମିତି କ୍ଷତି ନ ହେବ, ସେକଥା ମଧ୍ୟ ଚିନ୍ତା କରିବା ଉଚିତ। ତେବେ ସମାଜବାଦୀ ପାର୍ଟି ଠାରୁ ଅଧିକ ଆଇନ ଓ ଶୃଙ୍ଖଳା ଆଶା କରିବା ମଧ୍ୟ ଠିକ ନୁହେଁ।”
ସମାଜବାଦୀ ପାର୍ଟିକୁ ରାସ୍ତା ପରିବର୍ତ୍ତନ କରି ବିକ୍ଷୋଭ କରିବାକୁ ପୁଲିସ ପରାମର୍ଶ ଦେଇଥିଲେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହିଥିଲେ। ସମାଜବାଦୀର କର୍ମୀ ଓ ନେତାମାନେ ଦଳୀୟ ଅଫିସରୁ ବାହାରି ରାଜଭବନଓ ଜେନେରାଲ ପୋଷ୍ଟ ଅଫିସ ସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତି ଦେଇ ବିଧାନ ଭବନ ଯିବାକୁ ଯୋଜନା ରଖିଥିଲେ।
ହେଲେ ପୁଲିସ ସେମାନଙ୍କୁ ଅଟକାଇବାରୁ ଅଖିଲେଶ ଯାଦବ ଓ ଅନ୍ୟମାନେ ରାସ୍ତାରେ ବସିପଡ଼ି ବିକ୍ଷୋଭ କରିଥିଲେ। ଦୀର୍ଘ ସମୟ ଧରି ବିକ୍ଷୋଭ କରିବା ପରେ ଏବେ ସମସ୍ତେ ଦଳୀୟ ଅଫିସକୁ ଯାଇଛନ୍ତି। ଦଳ ପକ୍ଷରୁ ବିକ୍ଷୋଭ ବେଳର ଭିଡିଓ ଜାରି କରାଯାଇ ବିଜେପି ଗଣତନ୍ତ୍ରକୁ ହତ୍ୟା କରିଥିବା କହିଛି।
लोकतंत्र की हत्या कर रही भाजपा सरकार!
महंगाई, बेरोज़गारी के खिलाफ पैदल मार्च कर रहे माननीय राष्ट्रीय अध्यक्ष श्री अखिलेश यादव जी को विधानसभा जाने से रोका जाना बेहद शर्मनाक। pic.twitter.com/bo3r5u46AJ
— Samajwadi Party (@samajwadiparty) September 19, 2022
The post ଅଖିଲେଶ ଯାଦବଙ୍କ ବିଶାଳ ପ୍ରତିବାଦ ଶୋଭାଯାତ୍ରାକୁ ଅଟକାଇଲା ପୁଲିସ୍, କ’ଣ କହିଲେ ଯୋଗୀ appeared first on Odisha Reporter.
from Odisha Reporter https://ift.tt/HODtq6Q
No comments:
Post a Comment