ଅବକାରୀ ନୀତି ମାମଲା: ଆପ୍‌ ବିଧାୟକ ଦୁର୍ଗେଶ ପାଠକଙ୍କୁ ଇଡିର ଜେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 19, 2022

ଅବକାରୀ ନୀତି ମାମଲା: ଆପ୍‌ ବିଧାୟକ ଦୁର୍ଗେଶ ପାଠକଙ୍କୁ ଇଡିର ଜେରା

ନୂଆଦିଲ୍ଲୀ: ଲାଗୁ ହେବାର କିଛି ମାସ ପରେ ପ୍ରତ୍ୟାହାର ହୋଇ ସାରିଥିବା ଦିଲ୍ଲୀର ଅବକାରୀ ନୀତିକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଖୋଳତାଡ଼ ଜାରି ରହିଛି। ଏହି ଘଟଣାରେ ଆଜି ଇଡି ଦିଲ୍ଲୀର କ୍ଷମତାସୀନ ଆପ୍‌ର ବିଧାୟକ ଦୁର୍ଗେଶ ପାଠକଙ୍କୁ ଜେରା ଆରମ୍ଭ କରିଛି। ତାଙ୍କୁ ପୂର୍ବରୁ ଇଡି ଅଫିସରେ ହାଜର ହେବାକୁ ନୋଟିସ କରାଯାଇଥିଲା। ଏହି ନୋଟିସ ଯୋଗୁ ବିଧାୟକ ପାଠକ ଆଜି ନିଜର ପକ୍ଷ ରଖିବାକୁ ଇଡି ଅଫିସରେ ହାଜର ହୋଇଛନ୍ତି।

କିଛି ଦିନ ତଳେ ଅବକାରୀ ନୀତି ଦୁର୍ନୀତିର ଅଭିଯୁକ୍ତ ବିଜୟ ନାଏରଙ୍କ ମୁମ୍ବାଇ ସ୍ଥିତ ଘରେ ଇଡି ରେଡ କରିବା ବେଳେ ଆପ୍‌ ବିଧାୟକ  ଦୁର୍ଗେଶ ପାଠକ ଉପସ୍ଥିତ ଥିଲେ। ଏବେ ଡିଜିଟାଲ ପ୍ରମାଣ ଓ ବିଜୟ ନାଏରଙ୍କ ସହ ତାଙ୍କର କି ଭଳି ସମ୍ପର୍କ ରହିଛି, ସେକଥା ଜାଣିବା ପାଇଁ ଇଡି ତାଙ୍କୁ ସମନ କରିଛନ୍ତି। ଏବେ ସେ ହାଜର ହେବାରୁ ତାଙ୍କୁ ଇଡିର ଅଧିକାରୀମାନେ ସେ ବିଷୟରେ ପଚରାଉଚରା କରୁଛନ୍ତି।

ଅନ୍ୟପକ୍ଷରେ ଆପ୍‌ ବିଧାୟକ ପାଠକଙ୍କୁ ଜେରା କରାଯିବା ଘଟଣାକୁ ସହଜରେ ହଜମ କରିପାରି ନାହାନ୍ତି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସେ ଇଡିର ସମନ ପଛରେ ବିଜେପିର ହାତ ଥିବା କହିଛନ୍ତି। ସେ କହିଛନ୍ତି ଯେ ପାଠକ ନୂଆ ଅବକାରୀ ନୀତି ତିଆରି ହେବାର ଅଂଶବିଶେଷ ନଥିଲେ। ଆଗକୁ ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନର ନିର୍ବାଚନ ଥିବାରୁ ରାଜନୀତିକ ଉଦ୍ଦେଶ୍ୟ ରଖି ବିଧାୟକ ପାଠକଙ୍କୁ ସମନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।


ସେ କହିଛନ୍ତି, “ଆଜି ଇଡି ଆପ୍‌ର ଏମସିଡି ନିର୍ବାଚନ ଇନଚାର୍ଜ ଦୁର୍ଗେଶ ପାଠକଙ୍କୁ ସମନ କରିଛି। ଆମ ଏମସିଡି ଇନ ଚାର୍ଜଙ୍କ ସମ୍ପର୍କ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ସହ କ’ଣ ରହିଛି? ଅବକାରୀ ନୀତି ନା ଏମସିଡି ନିର୍ବାଚନକୁ ଟାର୍ଗେଟ କରାଯାଉଛି?”

୩୪ ବର୍ଷୀୟ ଦୁର୍ଗେଶ ପାଠକ ରାଜିନ୍ଦର ନଗର ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଗତବର୍ଷ ଏହି ଆସନ ପାଇଁ ଅନୁଷ୍ଠିତ ବିଧାନସଭା ଉପ ନିର୍ବାଚନରେ ବିଜେପିର ରାଜେଶ ଭାଟିଆଙ୍କୁ ପ୍ରାୟ ୧୧ ହଜାର ଭୋଟରେ ପରାସ୍ତ କରିଥିଲେ। ଅବକାରୀ ନୀତି ପ୍ରସ୍ତୁତ ହେବା ବେଳେ ସେ ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇ ନଥିଲେ। ତଥାପି ତାଙ୍କୁ ଇଡି କେଉଁ ଆଧାରରେ ଡାକିଛି ବୋଲି ଆପ୍‌ର ନେତାମାନେ ପ୍ରଶ୍ନ କରିଛନ୍ତି।

The post ଅବକାରୀ ନୀତି ମାମଲା: ଆପ୍‌ ବିଧାୟକ ଦୁର୍ଗେଶ ପାଠକଙ୍କୁ ଇଡିର ଜେରା appeared first on Odisha Reporter.



from Odisha Reporter https://ift.tt/J18WkbX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages