ବେଙ୍ଗାଲୁରୁ: ବିପର୍ଯ୍ୟସ୍ତ ରାସ୍ତାରେ ଥିବା ଖାଲଖମାର ମରାମତି ପାଇଁ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛନ୍ତି ଜଣେ ସାମାଜିକ କର୍ମୀ। ସେ ଗେରୁଆ ବସ୍ତ୍ର ପରିଧାନ କରି ରାସ୍ତାରେ ଗଡ଼ିଗଡ଼ି ପ୍ରଶାସନ ପାଖରେ ନିଜର ଦାବି ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି। କର୍ଣ୍ଣାଟକାର ଉଡୁପିରେ ଏପରି ଘଟଣା ଘଟିଛି। ନିତ୍ୟାନନ୍ଦ ଓଲାକାଡୁ ନାମକ ଜଣେ ସାମାଜିକ କର୍ମୀ ବୁଧବାର ଉଡୁପି ରାସ୍ତାରେ ଗଡ଼ି ଗଡ଼ି ରାସ୍ତା ମରାମତି କରିବାକୁ ଦାବି କରିଛନ୍ତି।
ସାଧାରଣତଃ କୌଣସି ମାନସିକ ପୂରଣ ପାଇଁ ଭଗବାନଙ୍କ ପାଖରେ ଶ୍ରଦ୍ଧାଳୁମାନେ ଏପରି ଗଡ଼ିଗଡ଼ି ଯିବାର ନଜିର ରହିଛି। ଏହାକୁ କର୍ଣ୍ଣାଟକାରେ ଉରୁଲୁ ସେବେ ବୋଲି କୁହାଯାଏ। ସାମାଜର ମଙ୍ଗଳ ପାଇଁ ମାନସିକ ବ୍ରତଧାରୀମାନେ ମନ୍ଦିର ପାଖରେ ସାଧାଣତଃ ମାଟିରେ ଗଡ଼ି ଥାଆନ୍ତି। କିନ୍ତୁ ପ୍ରଥମଥର ପାଇଁ ନିତ୍ୟାନନ୍ଦ ରାସ୍ତାରେ ଥିବା ଖାଲଖମାର ମରାମତି ପାଇଁ ଉରୁଲୁ ସେବେ କରିଛନ୍ତି।
ସେ ନିଜର ଅଭିନବ ପ୍ରତିବାଦ ଆରମ୍ଭ କରିବା ପୂର୍ବରୁ ନଡ଼ିଆ ଭାଙ୍ଗିଥିଲେ ଓ ଆଳତୀ ମଧ୍ୟ କରିଥିଲେ। ଏହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ନିଜର ପ୍ରତିବାଦ ସମ୍ପର୍କରେ ନିତ୍ୟାନନ୍ଦ କହିଛନ୍ତି, ଉଡୁପି-ମନିପାଲ ଜାତୀୟ ରାଜପଥର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ୩ ବର୍ଷ ତଳେ ରାସ୍ତା କାମ ପାଇଁ ଡେଣ୍ଡର ଦିଆଯାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ବିପର୍ଯ୍ୟସ୍ତ ରାସ୍ତା ଯୋଗୁ ଲୋକମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ କହି ବି ଏହି ପ୍ରସଙ୍ଗ ବିରୋଧରେ ମୁହଁ ଖୋଲୁ ନାହାନ୍ତି।
#WATCH | Karnataka: A social worker named Nityananda Olakadu rolls on a stretch of a road as he protests in a unique manner against potholes on the roads in Udupi (14.09) pic.twitter.com/znCwZmPP1z
— ANI (@ANI) September 15, 2022
ପ୍ରତିନିନ ହଜାର ହଜାର ଲୋକ ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି। ଏପରି କି ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ବାଟେ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏଠାକୁ ଆସିଲେ ସମ୍ଭବତଃ ରାସ୍ତାର ମରାମତି ହୋଇପାରିବ ବୋଲି ସେ ତାଚ୍ଛଲ୍ୟ କରି କହିଛନ୍ତି।
The post ଖାଲଖମାର ମରାମତି ପାଇଁ ରାସ୍ତାରେ ଗଡ଼ିଗଡ଼ି ପ୍ରତିବାଦ, ଦେଖନ୍ତୁ ଭିଡିଓ appeared first on Odisha Reporter.
from Odisha Reporter https://ift.tt/uUPLWqm
No comments:
Post a Comment