ମୁଁ ଜଣେ ସରପଞ୍ଚ..ମୁଁ କଣ ଅଳିଆ ସଫା କରିବି? ପାଞ୍ଚ ଖଣ୍ଡ ଗାଁର ଲୋକେ ମୋତେ କଣ କହିବେ? ମୋ ମାନସମ୍ମାନ ତଳେ ପଡ଼ିଯିବ ନି? କିନ୍ତୁ ସେ ସେମିତି କିଛି ଭାବିଲେନି, ହାତରେ ଝାଡ଼ୁ ଧରି ସିଧା ବାହାରି ପଡ଼ିଲେ। ପଞ୍ଚାୟତବାସୀ ଅଳିଆ ଆବର୍ଜନା ସହ ଦୁର୍ଗନ୍ଧରେ ରହିବେ, ଏହି ଦୃଶ୍ୟ ବୋଧେ ଦେଖିପାରିଲେନି ସରପଞ୍ଚ। କେହି କିଛି କହିବା ଆଗରୁ ନିଜେ କାର୍ଯ୍ୟାଳୟ ଛାଡ଼ି ରାଜରାସ୍ତା ଅଳିଆ ସଫା କରୁଛନ୍ତି ସରପଞ୍ଚ। ନୟାଗଡ଼ା ଜିଲ୍ଲା ରାଜସୁନାଖଳାର ଗ୍ରାମପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ। ଯୁବ ସରପଞ୍ଚ ଚିତ୍ତରଞ୍ଜନ, ଯେବେଠୁ ପଞ୍ଚାୟତ ଭାର ନିଜ କାନ୍ଧ ଉପରକୁ ନେଇଛନ୍ତି, ସେବେଠୁ ଲୋକଙ୍କ କାମ କରି ଆସୁଛନ୍ତି।
The post ଛାତି ଫୁଲେଇ କହିବି..ଇଏ ଆମ ସରପଞ୍ଚ appeared first on Odisha Reporter.
from Odisha Reporter https://ift.tt/0OMIPEq
No comments:
Post a Comment