ମୃତ୍ୟୁ ପରେ ରାଜୁ ଶ୍ରୀବାସ୍ତବଙ୍କୁ ଉପହାସ କରି ଫସିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 22, 2022

ମୃତ୍ୟୁ ପରେ ରାଜୁ ଶ୍ରୀବାସ୍ତବଙ୍କୁ ଉପହାସ କରି ଫସିଲେ

ମୁମ୍ବାଇ: ପ୍ରଖ୍ୟାତ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ। ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ସମସ୍ତଙ୍କୁ ହସାଉଥିବା ମଣିଷଟି ସମସ୍ତଙ୍କ ଆଖିରେ ଲୁହ ଦେଇ ଆରପାରିକୁ ଚାଲିଯାଇଛି। ରାଜୁଙ୍କ ମୃତ୍ୟୁକୁ ନେଇ ବଲିଉଡ ଠାରୁ ଆରମ୍ଭ କରି ରାଜନେତାମାନେ ସମସ୍ତେ ସ୍ତବ୍ଧ ହୋଇପଡିଛନ୍ତି। ଏହି ଷ୍ଟାଣ୍ଟଅପ୍‌ କମେଡିଆନ୍‌ଙ୍କ ପରିବାର ଓ ତାଙ୍କ ଆତ୍ମାର ଶାନ୍ତି ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି। ଏହାରି ଭିତରେ ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁ ନେଇ ବିବାଦୀୟ ବୟାନ ଦେଇ ଫସିଛନ୍ତି ଆଉ ଜଣେ କମେଡିଆନ୍‌।

କମେଡିଆନ୍‌ ରୋହନ ଯୋଶୀ ରାଜୁ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବଦଳରେ ତାଙ୍କୁ ଉପହାସ କରିଛନ୍ତି। ଏହାକୁ ନେଇ ବିବାଦ ଉପୁଜିଛି। ସୋଶାଲ ମିଡିଆ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିବା ସହ କଡା ସମାଲୋଚନା କରିଛନ୍ତି।  ବାସ୍ତବରେ, ରୋହନ ଯୋଶୀ ରାଜୁଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେବେଠାରୁ ସେ ୟୁଜର୍ସଙ୍କ ଟାର୍ଗେଟରେ ଅଛନ୍ତି।

ରାଜୁ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରିବର୍ତ୍ତେ ରୋହନ ଯୋଶୀ କହିଥିଲେ, ‘ଆମେ କୌଣସି ଜିନିଷ ହରାଇ ନାହୁଁ। ସେ କର୍ମ ହୁଅନ୍ତୁ, କିମ୍ବା ସମ୍ବାଦରେ ଥିବା କୌଣସି ବ୍ୟଙ୍ଗ। ରାଜୁ ଶ୍ରୀବାସ୍ତବ ନୂତନ ବ୍ୟଙ୍ଗଗୁଡ଼ିକୁ ପରିହାସ କରିବାକୁ। ବିଶେଷକରି ଷ୍ଟାଣ୍ଡଅପ୍‌ର ନୂଆ ଯୁଗ ଯେବେଠାରୁ ଆସିଛି ସେ ସେମାନଙ୍କୁ ଅପମାନିତ କରିବାକୁ କୌଣସି ମଉକା ଛାଡି ନାହାଁନ୍ତି। ଯେତେବେଳେ ବି ତାଙ୍କୁ ଡକାଯାଏ, ସେ ପ୍ରତ୍ୟେକ ନ୍ୟୁଜ୍ ଚ୍ୟାନେଲକୁ ଯାଇ ନୂତନ ଷ୍ଟାଣ୍ଡଅପ୍‌ କମେଡିକୁ ପରିହାସ କରିନ୍ତି। ଯେହେତୁ ସେ ନିଜେ ଏହି କମେଡି ବୁଝି ନଥିଲେ, ସେ ଏହାକୁ ଆପତ୍ତିଜନକ ବୋଲି କହୁଥିଲେ। ଆପଣ ରାଜି ହୁଅନ୍ତୁ ଅବା ନାହିଁ। ସେ କମେଡିର ଭାବନାକୁ ବୁଝିନଥିଲେ। ‘ଭଲ ହେଲା ତାଙ୍କ ଠାରୁ ବଞ୍ଚିଗଲା ମଣିଷ।’

ରୋହନ ଯୋଶୀଙ୍କ ଏହି ମନ୍ତବ୍ୟ ଦେଖି ୟୁଜର୍ସମାନେ ତାଙ୍କ ଉପରେ ଖୁବ୍‌ ରାଗି ଯାଇଛନ୍ତି। ଲୋକଙ୍କ କ୍ରୋଧ ବଢ଼ୁଥିବା ଦେଖି କମେଡିଆନ୍‌ ରୋହନ ଯୋଶୀ ନିଜର ଏହି ବିବାଦୀୟ କମେଣ୍ଟକୁ ଡିଲିଟ୍‌ କରିଦେଇଛନ୍ତି। ଏଥିସହ କ୍ଷମା ମାଗିବାସହ ନିଜ ଭୁଲ୍‌କୁ ନେଇ ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି।

The post ମୃତ୍ୟୁ ପରେ ରାଜୁ ଶ୍ରୀବାସ୍ତବଙ୍କୁ ଉପହାସ କରି ଫସିଲେ appeared first on Odisha Reporter.



from Odisha Reporter https://ift.tt/sfWBj1N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages