ମୁମ୍ବାଇ: ଅଡୁଆରେ ବି-ଟାଉନ୍ର ଜଣାଶୁଣା ସିଙ୍ଗର ଜୁବିନ୍ ନୌଟିଆଲ୍। ଏକ କନସର୍ଟର ପୋଷ୍ଟରକୁ ନେଇ ଫସିଛନ୍ତି ଜୁବିନ୍। ତାଙ୍କୁ ଗିରଫ କରିବା ପାଇଁ ଜୋର ଧରିଛି ଦାବି। ସୋଶାଲ ମିଡିଆରେ ଜୋରସୋର୍ରେ ଚାଲିଛି ଟ୍ରେଣ୍ଡ। ଟ୍ୱିଟ୍ର୍ରେ #ArrestJubinNautiyal ଟ୍ରେଣ୍ଡ ହେଉଛି।
ଜୁବିନ୍ ନୌଟିଆଲ୍ଙ୍କ ପରବର୍ତ୍ତୀ କନ୍ସର୍ଟରଏକ ପୋଷ୍ଟର ଟ୍ୱିଟର୍ରେ ଭାଇରାଲ ହେବାରେ ଲଗାଛି। ଏହି ପୋଷ୍ଟର୍ରେ ଲେଖାଥିବା ଆୟୋଜକଙ୍କ ନାଁକୁ ନେଇ ଉଠିଛି ବିବାଦ। ଅନେକ ୟୁଜର୍ସ ଏହି ପୋଷ୍ଟର୍କୁ ଶେଆର କରି ଜୁବନ୍ଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି।
I hope @HMOIndia
will #ArrestJubinNautiyal @JubinNautiyal
. Who is allowing him to work with ISI backed promoters blacklisted by Home Ministry of India. pic.twitter.com/7ZkEClUGyx— விக்ரம் (@Vikram_07AK) September 9, 2022
ପ୍ରକୃତ କଥା ହେଉଛି ଜୁବିନ ନୌଟିଆଲଙ୍କର ଏକ କନସର୍ଟ ପାଇଁ ସହର ସାରା ପୋଷ୍ଟର ଲଗାଯାଇଥିଲା। ପୋଷ୍ଟରରେ ଆୟୋଜକଙ୍କ ଫଟୋ ସହ ତାଙ୍କ ମଧ୍ୟ ଲେଖାଯାଇଥିଲା। ଯେଉଁ ଆୟୋଜକଙ୍କ ପୋଷ୍ଟର ଲାଗିଛି ତାଙ୍କ ନାଁ ଜୟ ସିଂହ ଲେଖାଯାଇଛି। ହେଲେ ଉକ୍ତ ବ୍ୟକ୍ତିଙ୍କ ପ୍ରକୃତ ନାଁ ତାହା ନୁହେଁ ବରଂ ତାଙ୍କ ନାଁ ରେହାନ୍ ସିଦ୍ଦିକି ବୋଲି ଅନେକ ୟୁଜର୍ସ ଦାବି କରୁଛନ୍ତି।
ରେହାନ୍ ସିଦ୍ଦିକି ଜଣେ ମୋଷ୍ଟ ୱାଣ୍ଟେଡ୍ କ୍ରିମିନାଲ। ଗତ ୩୦ ବର୍ଷ ଧରି ପୁଲିସ ତାଙ୍କୁ ଖୋଜୁଥିଲା। ସେ ଜଣେ ଡ୍ରଗ୍ସ ବେପାରୀ ମଧ୍ୟ। ତାଙ୍କର ଆତଙ୍କବାଦୀ ସଙ୍ଗଠନ ଆଇଏସଆଇ ସହ ଘନିଷ୍ଠ ସମ୍ପର୍କ ଥିବା ମଧ୍ୟ ସୋସିଆଲ ମିଡିଆ ୟୁଜର୍ସ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ଖାଲିସ୍ତାନୀଙ୍କୁ ସମର୍ଥନ କରିବା ସହ ଏକାଧିକ ଅପରାଧିକ ମାମଲା ରହିଥିବା ଅଭିଯୋଗ ହୋଇଛି। ଏହି ଅପରାଧୀଙ୍କ ସହ ଜୁବିନଙ୍କର କିପରି ସମ୍ପର୍କ ରହିଛି ବୋଲିୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି। ତେଣୁ ଶୀଘ୍ର ଜୁବିନଙ୍କୁ ଗିରଫ କରାଯାଇ ଘଟଣାର ତଦନ୍ତ କରିବାକୁ ଦାବି ହୋଇଛି।
Here is the real reason why people boycott bollywood… and some people says unemployment force to do this on twitter. #ArrestJubinNautiyal pic.twitter.com/VAJHv8RZ4q
— Sonu Kumar ッ (@sonukumarpoetry) September 9, 2022
ଜୁବନ୍ଙ୍କ ଏହି ମାମଲାକୁ ନେଇ ୟୁଜର୍ସମାନେ ପୁଣି ଥରେ ବଲିଉଡକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ଏହି ମାମଲାରେ ଅନେକ ୟୁଜର୍ସ ଗାୟକ ଅରିଜିତ ସିଂହଙ୍କ ନାଁକୁ ମଧ୍ୟ ଟାଣିଛନ୍ତି। ଅରିଜିତ ମଧ୍ୟ ଜୟ ସିଂହ ନାମକ ବ୍ୟକ୍ତିଙ୍କ ସହ କନସର୍ଟ କରିଥିବା ଅଭିଯୋଗ ହୋଇଛି।
ଜୁବିନ୍ ନୌଟିଆଲ୍ ମ୍ୟୁଜିକ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ନାଁ। ସେ ‘ତୁମ୍ ହି ଆନା’, ‘ଲୁଟ୍ ଗଏ’, ‘ବେୱାଫା ତେରା ମାସୁମ୍ ଚେହେରା’ ଭଳି ସୁପରହିଟ୍ ଗୀତ ଗାଇଛନ୍ତି। ସେ ‘ସୋନାଲି କେବୁଲ’ ଫିଲ୍ମରୁ ‘ଏକ ମୁଲାକାତ୍’ ଗୀତ ଗାଇ ବଲିଉଡରେ ନିଜର ସିଙ୍ଗିଙ୍ଗ କ୍ୟାରିଆର୍ ଆରମ୍ଭ କରିଥିଲେ। ଜୁବିନ୍ଙ୍କ ଗୀତ ଗାଇବା ଶୈଳୀ ଓ ତାଙ୍କ ଷ୍ଟାଇଲ୍ର ଅନେକ ଦିୱାନା ଅଛନ୍ତି।
The post ଗିରଫ ହେବେ ସିଙ୍ଗର୍ ଜୁବିନ୍ ନୌଟିଆଲ୍! appeared first on Odisha Reporter.
from Odisha Reporter https://ift.tt/d0tLkrH
No comments:
Post a Comment